ଆଇସିସି ଦିନିକିଆ ରାଙ୍କିଙ୍କ୍‌ରେ ମିତାଲୀଙ୍କ ରାଜ୍‌, ପୁନର୍ବାର ହେଲେ ଏକ ନମ୍ବର

The Sakala Picture
Published On

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ରାଙ୍କିଙ୍କ୍‌ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଆଇସିସି ଦିନିକିଆ ରାଙ୍କିଙ୍କ୍‌ରେ  ଶୀର୍ଷକୁ ଫେରିଛନ୍ତି । ପୂର୍ବରୁ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ଥିବା ମିତାଲୀ ସଦ୍ୟ ପ୍ରକାଶିତ ତାଲିକାରେ ଟପ୍‌ରେ ପହଞ୍ଚିଯାଇଛନ୍ତି । ଏହି ରାଙ୍କିଂରେ ମୋଟ ୩ ଜଣ ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ସ୍ମୃତି ମାନ୍ଧାନାଙ୍କ ରାଙ୍କିଙ୍କ୍‌ରେ ମଧ୍ୟ ଉନ୍ନତି ଘଟିଛି […]

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ରାଙ୍କିଙ୍କ୍‌ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଆଇସିସି ଦିନିକିଆ ରାଙ୍କିଙ୍କ୍‌ରେ  ଶୀର୍ଷକୁ ଫେରିଛନ୍ତି । ପୂର୍ବରୁ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ଥିବା ମିତାଲୀ ସଦ୍ୟ ପ୍ରକାଶିତ ତାଲିକାରେ ଟପ୍‌ରେ ପହଞ୍ଚିଯାଇଛନ୍ତି । ଏହି ରାଙ୍କିଂରେ ମୋଟ ୩ ଜଣ ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ସ୍ମୃତି ମାନ୍ଧାନାଙ୍କ ରାଙ୍କିଙ୍କ୍‌ରେ ମଧ୍ୟ ଉନ୍ନତି ଘଟିଛି । ସେ ୮ମରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ସେହିଭଳି ବୋଲିଂ ତାଲିକାରେ ମଧ୍ୟ ଭାରତୀୟ ମହିଳା ଖେଳାଳି ଝୁଲଣ ଗୋସ୍ବାମୀ ଗୋଟିଏ ସ୍ଥାନ ଉପରକୁ ଉଠି ୬୯୪ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଥିବା ବେ​‌ଳେ ନ୍ୟୁଜିଲାଣ୍ଡର ଜେସ୍‌ ଜୋନାସେନ୍‌ ୮୦୮ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଦିନିକିଆ ଅଲରାଉଣ୍ଡର ରାଙ୍କିଂ କଥା କହିବାକୁ ଗଲେ ଭାରତୀୟ ବୋଲର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ବ ରାଙ୍କିଂର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି ।

ଅନ୍ୟପଟେ ମିତାଲୀ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଏଥିସହ ସେ ଆନ୍ତର୍ଜାତୀୟ କ୍ୟାରିୟରରେ ୨୦୦୦୦ ରନ ପୂର୍ଣ୍ଣ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର