ମନୋରଞ୍ଜନ
ଓଡ଼ିଶା
ଆଇସିସି ବିଶ୍ବକପ ୨୦୨୩: ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କଲା ଶ୍ରୀଲଙ୍କା
ବେଙ୍ଗାଲୁରୁ: ଆଇସିସି ବିଶ୍ବକପ ୨୦୨୩ । ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଇଂଲଣ୍ଡ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ୩୩.୨ ଓଭରରେ ମାତ୍ର ୧୫୬ ରନ ସ୍କୋର କରି ଅଲଆଉଟ ହୋଇଯାଇଥିଲା। ୧୫୭ ରନ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଶ୍ରୀଲଙ୍କା ୨୫.୪ ତମ ଓଭରରେ ୨ ୱିକେଟ ବିନିମୟରେ ୧୬୦ ରନ ସ୍କୋର ସହ ବିଜୟୀ ହୋଇଥିଲା। ଏହା ସହିତ ବିଶ୍ବକପ ପଏଣ୍ଟ […]
ବେଙ୍ଗାଲୁରୁ: ଆଇସିସି ବିଶ୍ବକପ ୨୦୨୩ । ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଇଂଲଣ୍ଡ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ୩୩.୨ ଓଭରରେ ମାତ୍ର ୧୫୬ ରନ ସ୍କୋର କରି ଅଲଆଉଟ ହୋଇଯାଇଥିଲା। ୧୫୭ ରନ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଶ୍ରୀଲଙ୍କା ୨୫.୪ ତମ ଓଭରରେ ୨ ୱିକେଟ ବିନିମୟରେ ୧୬୦ ରନ ସ୍କୋର ସହ ବିଜୟୀ ହୋଇଥିଲା। ଏହା ସହିତ ବିଶ୍ବକପ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଶ୍ରୀଲଙ୍କା ଉନ୍ନୀତ ହୋଇଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶଙ୍କା ୭୭ ରନ କରିଥିବାବେଳେ ସଦିରା ସମରବିକ୍ରମା ୬୫ ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ






