WPL ଦେଶର ଯୁବତୀଙ୍କ ସ୍ୱପ୍ନକୁ ସାକାର କରିବା ଓ କ୍ରୀଡା କ୍ଷେତ୍ରରେ ଆଗକୁ ଆସିବାକୁ ପ୍ରେରଣା ଯୋଗାଇବ- ନୀତା ଅମ୍ବାନୀ

The Sakala Picture
Published On

ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱର ସବୁଠାରୁ ଧନାଢ଼୍ୟ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ଲିଗ୍‌‌ ଆଇପିଏଲ୍‌‌ ଢାଞ୍ଚାରେ ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଲ୍ୟୁପିଏଲ୍‌‌) ଆରମ୍ଭ  ହୋଇଯାଇଛି। ଭାରତୀୟ କ୍ରିକେଟ୍‌‌ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଆନୁକୂଲ୍ୟରେ  ଡବ୍ଲ୍ୟୁପିଏଲ୍‌‌ର ପ୍ରଥମ ସଂସ୍କରଣରେ ୫ ଗୋଟି ଦଳ ମଧ୍ୟରେ ମୋଟ୍‌‌ ୨୨ଟି ମ୍ୟାଚ୍‌‌ ଖେଳାଯିବ। ତେବେ ଏହାରି ଉଦଘାଟନୀ ମ୍ୟାଚରେ ବହୁସଂଖ୍ୟକ ଉଭୟ ମହିଳା ଓ ପୁରୁଷ ସମର୍ଥକ ଉପସ୍ଥିତଥିଲେ। ଏହାରି ମଧ୍ଯରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଓନର ନୀତା […]

ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱର ସବୁଠାରୁ ଧନାଢ଼୍ୟ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ଲିଗ୍‌‌ ଆଇପିଏଲ୍‌‌ ଢାଞ୍ଚାରେ ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଲ୍ୟୁପିଏଲ୍‌‌) ଆରମ୍ଭ  ହୋଇଯାଇଛି। ଭାରତୀୟ କ୍ରିକେଟ୍‌‌ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଆନୁକୂଲ୍ୟରେ  ଡବ୍ଲ୍ୟୁପିଏଲ୍‌‌ର ପ୍ରଥମ ସଂସ୍କରଣରେ ୫ ଗୋଟି ଦଳ ମଧ୍ୟରେ ମୋଟ୍‌‌ ୨୨ଟି ମ୍ୟାଚ୍‌‌ ଖେଳାଯିବ। ତେବେ ଏହାରି ଉଦଘାଟନୀ ମ୍ୟାଚରେ ବହୁସଂଖ୍ୟକ ଉଭୟ ମହିଳା ଓ ପୁରୁଷ ସମର୍ଥକ ଉପସ୍ଥିତଥିଲେ। ଏହାରି ମଧ୍ଯରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଓନର ନୀତା ଅମ୍ବାନୀ ମଧ୍ୟ ଉପସ୍ଥିତ ରହି ଖେଳାଳୀଙ୍କ ଉତ୍ସାହ ବଢାଇଥିଲେ। ସେ କହିଥିଲେ ଯେ, WPL ର ଉଦଘାଟନୀ ଦିନ ଏକ ସ୍ମରଣୀୟ ଦିବସ। WPL ର ଅଂଶ ହେବା ଅତ୍ୟନ୍ତ ରୋମାଞ୍ଚକର ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ଡିସେମ୍ବର ୧୬ରେ ହୋଇପାରେ ଆଇପିଏଲ୍ ମିନି ନିଲାମ, ଜୋରଦାର ହେଉଛି ପ୍ରସ୍ତୁତି

ସେ ଆହୁରି ମଧ୍ୟ ଆଶା କରିଥିଲେ ଯେ, ଡବ୍ଲୁପିଏଲ୍ ଅଧିକ ମହିଳାଙ୍କୁ କ୍ରୀଡା ନେବାରେ ଏବଂ କ୍ରୀଡ଼ାରେ କ୍ୟାରିୟର କରିବାରେ ସାହାଯ୍ୟ କରିବ। ଏହା ପରିବେଶକୁ ଏକ ଭଲ ବାର୍ତ୍ତା ଦେବ। ମୁଁ ଆଶା କରୁଛି ଏହା ଦେଶର ଯୁବତୀମାନଙ୍କୁ ପ୍ରେରଣା ଯୋଗାଇବ। ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କୁ ସାହସ ଯୋଗାଇବ। କ୍ରୀଡା କ୍ଷେତ୍ରରେ ଆଗକୁ ଆସିପାରିବେ ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟି-୨୦ରେ ଭାରତର ଦମ୍‌ଦାର ବିଜୟ, ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

ମୁମ୍ବାଇ ଇଣ୍ଡିଆନ୍ସର ଉଭୟ ଅଭିଜ୍ଞ ତଥା ଯୁବ ଖେଳାଳିମାନେ ରହିଛନ୍ତି। ସେମାନଙ୍କର ପ୍ରଥମ ମ୍ୟାଚ୍ ଭଲ ରହିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଏକ ନିର୍ଦ୍ଦିଷ୍ଟ ପ୍ରକାରର କ୍ରିକେଟ୍ ଖେଳିବାକୁ ନେଇ ଜଣାଶୁଣା। ନିର୍ଭୟରେ ଏବଂ ରୋମାଞ୍ଚକର କ୍ରିକେଟ ଖେଳିଆଥାଏ। ଆମର ଝିଅମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ସେମାନେ ଯେଉଁଭଳି ଭାବେ ଖେଳିଛନ୍ତି ସେଥିପାଇଁ ମୁଁ ଅତ୍ୟଧିକ ଗର୍ବିତ । ଏହା ଏକ ଭଲ ପ୍ରଦର୍ଶନ ଥିଲା। ଆମର ଅଧିନାୟକ ହରମନ ଏକ ସ୍ୱତନ୍ତ୍ର ଇନିଂସ ଖେଳିଥିଲେ। ଆମେଲିଆ କେର୍ ମଧ୍ଯ ଚମତ୍କାର ଖେଳ ପଦର୍ଶନ କରିଥିଲେ, ସେ ଉଭୟ ଭଲ ବ୍ୟାଟିଂ ଓ ବୋଲିଂ କରିଥିଲେ।

ଆହୁରି ପଢ଼ନ୍ତୁ: ‘ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ’ର ଶୁଭାରମ୍ଭ କଲେ ନିତା ଅମ୍ବାନୀ, ୫୦୦୦ରୁ ଅଧିକଙ୍କୁ ମିଳିବ ଘର ସହ ପରିବାର ଭଳି ପରିବେଶ

ଷ୍ଟାଡିୟମରେ ଏତେ ସଂଖ୍ୟକ ଲୋକ ମହିଳା ଦଳକୁ ସମର୍ଥନ କରିବାକୁ ଆସିଥିଲେ। ଏହା ଆଶ୍ଚର୍ଯ୍ୟଜନକ ଥିଲା।  ଏହି ଉଦଘାଟନୀ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ସମସ୍ତ ଦଳକୁ ଶୁଭେଚ୍ଛା ଜଣାଉଛି ବୋଲି ନୀତା ଅମ୍ବାନୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର