ପୁରୁଷ ହକି ବିଶ୍ୱକପ୍‌‌ ୨୦୨୩: ଆଜି ଗ୍ରାଣ୍ଡ ଫାଇନାଲରେ ବେଲଜିୟମ ଓ ଜର୍ମାନୀ ଭିତରେ ହେବ ମହାମୁକାବିଲା

The Sakala Picture
Published On

ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌-୨୦୨୩ର ଗ୍ରାଣ୍ଡ ଫାଇନାଲ ଗତଥରର ବିଜେତା ବେଲଜିୟମ ଓ ୨ଥର ଟାଇଟଲ ଜିତିଥିବା ଜର୍ମାନୀ ମଧ୍ୟରେ ଖେଳାଯିବ। ବିଶ୍ୱରେ ହକି ଖେଳ ଆୟୋଜନ ଲାଗି ଖ୍ୟାତି ଲାଭ କରିଥିବା ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ରାତି ୭ଟାରେ ଏହି ମହାମୁକାବିଲା ଖେଳାଯିବ। ଦର୍ଶକ, ପ୍ରଶାସକ, ସମର୍ଥକଙ୍କ ସାମ୍ନାରେ ଗତ ଏକମାସ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବର ଏହି ମୁକାବିଲା ପରେ ଶେଷ ହେବ। ଅନ୍ୟପକ୍ଷରେ କହିବାକୁ ଗଲେ ଓଡ଼ିଶାରେ […]

ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌-୨୦୨୩ର ଗ୍ରାଣ୍ଡ ଫାଇନାଲ ଗତଥରର ବିଜେତା ବେଲଜିୟମ ଓ ୨ଥର ଟାଇଟଲ ଜିତିଥିବା ଜର୍ମାନୀ ମଧ୍ୟରେ ଖେଳାଯିବ। ବିଶ୍ୱରେ ହକି ଖେଳ ଆୟୋଜନ ଲାଗି ଖ୍ୟାତି ଲାଭ କରିଥିବା ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ରାତି ୭ଟାରେ ଏହି ମହାମୁକାବିଲା ଖେଳାଯିବ। ଦର୍ଶକ, ପ୍ରଶାସକ, ସମର୍ଥକଙ୍କ ସାମ୍ନାରେ ଗତ ଏକମାସ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବର ଏହି ମୁକାବିଲା ପରେ ଶେଷ ହେବ। ଅନ୍ୟପକ୍ଷରେ କହିବାକୁ ଗଲେ ଓଡ଼ିଶାରେ ଦେଶ ଓ ବିଦେଶରୁ ଆସିଥିବା ଖେଳାଳି ଓ ସମର୍ଥକଙ୍କୁ ନିଜର ଆତିଥେୟତା, କଳା, ସଂସ୍କୃତି ଓ ଖେଳୱାଡ ମନୋଭାବ ପ୍ରଦର୍ଶନ କରିବାର ଶେଷ ସୁଯୋଗ ହେବ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଭାରତ କ୍ରସ୍‌‌ ଓଭରରେ ହାରିଗଲା ପରେ ଏହି ବିଶ୍ୱକପ୍‌‌ରେ ଆୟୋଜକ ଦେଶର ସମର୍ଥକଙ୍କ ଉତ୍ସାହ କମିଯାଇଛି, କିନ୍ତୁ ଗୋଟିକ ପରେ ଗୋଟିଏ ରୋମାଞ୍ଚକ ମୁକାବିଲାରେ ସମର୍ଥକଙ୍କ ବାନ୍ଧି ରଖିବାରେ ସମର୍ଥ ହୋଇଛି। ବିଶ୍ୱକପ ହକିର ଏହି ଶ୍ରେଷ୍ଠ ଟ୍ରଫି ହାସଲ କରିବା ଲାଗି ୟୁରୋପର ଦୁଇ ଦଳ ମଧ୍ୟରେ ଲଢ଼େଇ ହେବ। ଗତଥରର ବିଜେତା ବେଲଜିୟମ ସବୁଠାରୁ ଅଭିଜ୍ଞ ହୋଇଥିଲାବେଳେ ନବାଗତ ଖେଳାଳିଙ୍କୁ ନେଇ ଗଠିତ ଜର୍ମାନୀ ଦଳ ସମସ୍ତଙ୍କୁ ଚକ୍‌‌ମା ଦେଖାଇ ଫାଇନାଲକୁ ଉଠିଛି। ଆର୍ଜେଣ୍ଟିନା ଛାଡି ଜର୍ମାନୀ ପକ୍ଷରୁ ଖେଳୁଥିବା ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଗୋଞ୍ଜାଲୋ ପେଇଲାଟଙ୍କ ଉପରେ ସମସ୍ତଙ୍କ ଆଖି। ଅଭିଜ୍ଞ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଏହି ଲଢ଼େଇଟି ସ୍ମରଣୀୟ ହୋଇ ରହିବ। ବେଲଜିୟମ ଏଠାରେ କ୍ରମାଗତ ଦ୍ୱିତୀୟଥର ଏବଂ ୧୭ ପରେ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଜର୍ମାନୀ ତୃତୀୟଥର ସକାଶେ ଟ୍ରଫି ଜିତିବାକୁ କଡ଼ା ସଂଘର୍ଷ କରିବେ। ଫାଇନାଲ ପୂର୍ବରୁ ବିଶ୍ୱର ନଂ-୧ ଟିମ୍‌‌ ଅଷ୍ଟ୍ରେଲିଆ ଓ ଏଠାରେ ଗତଥର ରନର୍ସ ଅପ୍‌‌ ହୋଇଥିବା ନେଦରଲାଣ୍ଡ୍‌‌ସ ମଧ୍ୟରେ ତୃତୀୟ ସ୍ଥାନ ଲାଗି ମୁକାବିଲା ହେବ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

29 Jan 2023 By The Sakala

ପୁରୁଷ ହକି ବିଶ୍ୱକପ୍‌‌ ୨୦୨୩: ଆଜି ଗ୍ରାଣ୍ଡ ଫାଇନାଲରେ ବେଲଜିୟମ ଓ ଜର୍ମାନୀ ଭିତରେ ହେବ ମହାମୁକାବିଲା

ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌-୨୦୨୩ର ଗ୍ରାଣ୍ଡ ଫାଇନାଲ ଗତଥରର ବିଜେତା ବେଲଜିୟମ ଓ ୨ଥର ଟାଇଟଲ ଜିତିଥିବା ଜର୍ମାନୀ ମଧ୍ୟରେ ଖେଳାଯିବ। ବିଶ୍ୱରେ ହକି ଖେଳ ଆୟୋଜନ ଲାଗି ଖ୍ୟାତି ଲାଭ କରିଥିବା ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ରାତି ୭ଟାରେ ଏହି ମହାମୁକାବିଲା ଖେଳାଯିବ। ଦର୍ଶକ, ପ୍ରଶାସକ, ସମର୍ଥକଙ୍କ ସାମ୍ନାରେ ଗତ ଏକମାସ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବର ଏହି ମୁକାବିଲା ପରେ ଶେଷ ହେବ। ଅନ୍ୟପକ୍ଷରେ କହିବାକୁ ଗଲେ ଓଡ଼ିଶାରେ ଦେଶ ଓ ବିଦେଶରୁ ଆସିଥିବା ଖେଳାଳି ଓ ସମର୍ଥକଙ୍କୁ ନିଜର ଆତିଥେୟତା, କଳା, ସଂସ୍କୃତି ଓ ଖେଳୱାଡ ମନୋଭାବ ପ୍ରଦର୍ଶନ କରିବାର ଶେଷ ସୁଯୋଗ ହେବ।

ଭାରତ କ୍ରସ୍‌‌ ଓଭରରେ ହାରିଗଲା ପରେ ଏହି ବିଶ୍ୱକପ୍‌‌ରେ ଆୟୋଜକ ଦେଶର ସମର୍ଥକଙ୍କ ଉତ୍ସାହ କମିଯାଇଛି, କିନ୍ତୁ ଗୋଟିକ ପରେ ଗୋଟିଏ ରୋମାଞ୍ଚକ ମୁକାବିଲାରେ ସମର୍ଥକଙ୍କ ବାନ୍ଧି ରଖିବାରେ ସମର୍ଥ ହୋଇଛି। ବିଶ୍ୱକପ ହକିର ଏହି ଶ୍ରେଷ୍ଠ ଟ୍ରଫି ହାସଲ କରିବା ଲାଗି ୟୁରୋପର ଦୁଇ ଦଳ ମଧ୍ୟରେ ଲଢ଼େଇ ହେବ। ଗତଥରର ବିଜେତା ବେଲଜିୟମ ସବୁଠାରୁ ଅଭିଜ୍ଞ ହୋଇଥିଲାବେଳେ ନବାଗତ ଖେଳାଳିଙ୍କୁ ନେଇ ଗଠିତ ଜର୍ମାନୀ ଦଳ ସମସ୍ତଙ୍କୁ ଚକ୍‌‌ମା ଦେଖାଇ ଫାଇନାଲକୁ ଉଠିଛି। ଆର୍ଜେଣ୍ଟିନା ଛାଡି ଜର୍ମାନୀ ପକ୍ଷରୁ ଖେଳୁଥିବା ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଗୋଞ୍ଜାଲୋ ପେଇଲାଟଙ୍କ ଉପରେ ସମସ୍ତଙ୍କ ଆଖି। ଅଭିଜ୍ଞ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଏହି ଲଢ଼େଇଟି ସ୍ମରଣୀୟ ହୋଇ ରହିବ। ବେଲଜିୟମ ଏଠାରେ କ୍ରମାଗତ ଦ୍ୱିତୀୟଥର ଏବଂ ୧୭ ପରେ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଜର୍ମାନୀ ତୃତୀୟଥର ସକାଶେ ଟ୍ରଫି ଜିତିବାକୁ କଡ଼ା ସଂଘର୍ଷ କରିବେ। ଫାଇନାଲ ପୂର୍ବରୁ ବିଶ୍ୱର ନଂ-୧ ଟିମ୍‌‌ ଅଷ୍ଟ୍ରେଲିଆ ଓ ଏଠାରେ ଗତଥର ରନର୍ସ ଅପ୍‌‌ ହୋଇଥିବା ନେଦରଲାଣ୍ଡ୍‌‌ସ ମଧ୍ୟରେ ତୃତୀୟ ସ୍ଥାନ ଲାଗି ମୁକାବିଲା ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର