ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଇପିଏଲ୍‍: ବିରାଟ ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ମୁମ୍ବଇର ୱଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଆଇପିଏଲ୍‍ ଇତିହାସରେ ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ଉପରେ ନଜର ପକାଇଲେ କୋହଲି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଡେଭିଡ୍‍ ୱାର୍ଣ୍ଣର ଏକମାତ୍ର ଅଣ-ଭାରତୀୟ ଖେଳାଳିଭାବେ […]

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ମୁମ୍ବଇର ୱଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଆଇପିଏଲ୍‍ ଇତିହାସରେ ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ଉପରେ ନଜର ପକାଇଲେ କୋହଲି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଡେଭିଡ୍‍ ୱାର୍ଣ୍ଣର ଏକମାତ୍ର ଅଣ-ଭାରତୀୟ ଖେଳାଳିଭାବେ ଏହି ତାଲିକାର ଟପ୍‍-୫’ରେ ରହିଛନ୍ତି। ଏହି ଧନାଢ଼୍ୟ ପ୍ରତିଯୋଗିତାର ସର୍ବାଧିକ ରନ୍‍ ସଂଗ୍ରହକାରୀ ୫ ବ୍ୟାଟ୍ସମ୍ୟାନଙ୍କ ଉପରେ ସଂକ୍ଷିପ୍ତ ବିବରଣୀ।
ବିରାଟ କୋହଲି ଯେକୌଣସି ଫର୍ମାଟ୍‍ ହେଉ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ଅଧିନାୟକ ବିରାଟ କୋହଲି ସର୍ବଦା ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥାନ୍ତି। ଏପରିକି ଆଇପିଏଲ୍‍ରେ ମଧ୍ୟ କୋହଲିଙ୍କ ଦମ୍‍ଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଆଇପିଏଲ୍‍ରେ ୧୮୪ ଇନିଂସରୁ ୫,୮୭୮ ରନ୍‍ ସଂଗ୍ରହ କରି ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ରହିଛନ୍ତି। ତାଙ୍କ ବ୍ୟାଟିଂ ଆଭରେଜ ୩୮ ପ୍ରତିଶତ ଏବଂ ଷ୍ଟ୍ରାଇକ ରେଟ୍‍ ୧୩୦.୭୩ ରହିଛି। ତାଙ୍କ ନାମରେ ୫ ଶତକ ଓ ୩୯ ଅର୍ଦ୍ଧଶତକ ଲିପିବଦ୍ଧ ରହିଛି। ଆଇପିଏଲ୍‍ରେ କୋହଲି ୨୦୧ ଛକା ଓ ୫୦୩ ଚୌକା ମାରିଛନ୍ତି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ସୁରେଶ ରାଇନା

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

ଏହି ତାଲିକାରେ କୋହଲିଙ୍କ ପଛକୁ ଟି-୨୦ ସ୍ପେଶାଲିଷ୍ଟ ସୁରେଶ ରାଇନା ରହିଛନ୍ତି। ଚେନ୍ନାଇ ସୁପର୍‍ କିଙ୍ଗ୍‍ସର ଏହି ଷ୍ଟାର୍‍ ବ୍ୟାଟ୍ସମ୍ୟାନ ଆଇପିଏଲ୍‍ରେ ୧୯୩ ମ୍ୟାଚ୍‍ ଖେଳି ୩୩.୩ ଆଭରେଜରେ ୫,୩୬୮ ରନ୍‍ ସଂଗ୍ରହ କରିଛନ୍ତି। ଅନେକ ସମୟରେ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ୩୪ ବର୍ଷୀୟ ରାଇନାଙ୍କ ନାମରେ ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧଶତକ ରହିଛି। ବ୍ୟକ୍ତିଗତ କାରଣ ଲାଗି ଗତ ସିଜନରେ ଖେଳିପାରି ନ ଥିବା ରାଇନା ଆଗାମୀ ସିଜନରେ ଚେନ୍ନାଇର ପ୍ରମୁଖ ଖେଳାଳି ରହିବେ।
ଡେଭିଡ୍‍ ୱାର୍ଣ୍ଣର

ଆହୁରି ପଢ଼ନ୍ତୁ: ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା: ପ୍ରସିଦ୍ଧ ସୁଟର ତଥା କୋଚ୍ ଯଶପାଲ ରାଣାଙ୍କ ୪୯ ବର୍ଷ ବୟସରେ ପରଲୋକ

ଅଷ୍ଟ୍ରେଲିଆର ବିସ୍ଫୋରକ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍‍ ୱାର୍ଣ୍ଣର ଆଇପିଏଲ୍‍ର ୨୦୦୯ ସଂସ୍କରଣଠାରୁ ସର୍ବଦା ଏହି ଲିଗ୍‍ରେ ଖେଳି ଆସୁଛନ୍ତି। ୩୪ ବର୍ଷୀୟ ୱାର୍ଣ୍ଣର ବର୍ତ୍ତମାନ ସନ୍‍ରାଇଜର୍ସ ହାଇଦରାବାଦ୍‍ର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ସେ ୪୨.୭ ଆଭରେଜରେ ୧୪୨ ଆଇପିଏଲ୍‍ ମ୍ୟାଚ୍‍ରୁ ୫,୨୫୪ ରନ୍‍ ସଂଗ୍ରହ କରି ତାଲିକାର ୩ୟ ସ୍ଥାନରେ ରହିଛନ୍ତି। ଆଇପିଏଲ୍‍ରେ ସେ ୪୮ ଅର୍ଦ୍ଧଶତକ ଓ ୪ ଶତକ ମାରିଛନ୍ତି।
ରୋହିତ୍‍ ଶର୍ମା

ଆଇପିଏଲ୍‍ ଇତିହାସରେ ରୋହିତ୍‍ ଶର୍ମା ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବଇ ଇଣ୍ଡିଆନ୍ସ ଗତ ସଂସ୍କରଣରେ ଚାମ୍ପିଅନ୍‍ ହେବା ସହ ରେକର୍ଡ ୫ମଥର ଲାଗି ଟ୍ରଫି ଜିତିଥିଲା। ‘ହିଟ୍‍ମ୍ୟାନ’ ଭାବେ ପରିଚିତ ରୋହିତ୍‍ ଲିଗ୍‍ ଇତିହାସରେ ୧୯୫ ଇନିଂସରୁ ୫,୨୩୦ ରନ୍‍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ୩୯ ଅର୍ଦ୍ଧଶତକ ଓ ଗୋଟିଏ ଶତକ ଲିପିବଦ୍ଧ ରହିଛି। ଆଇପିଏଲ୍‍ରେ ସେ ୨୧୩ ଛକା ଓ ୪୫୮ ଚୌକା ମାରିଛନ୍ତି।
ଶିଖର ଧାୱନ

ଯେତେବେଳେ ବି ଆବଶ୍ୟକତା ପଡ଼ିଛି ଦିଲ୍ଲୀର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧାୱନ ବ୍ୟାଟିଂରେ ତାଙ୍କ ଛାପ ଛାଡ଼ିଛନ୍ତି। ୨୦୨୦ ସଂସ୍କରଣରେ କ୍ରମାଗତ ୨ଟି ଶତକ ହାସଲ କରି ସେ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୩୫ ବର୍ଷୀୟ ଧାୱନ ବର୍ତ୍ତମାନ ସୁଦ୍ଧା ୧୭୬ ମ୍ୟାଚ୍‍ରୁ ୩୪.୪ ଆଭରେଜରେ ୫୧୯୭ ରନ୍‍ ସଂଗ୍ରହ କରିଛନ୍ତି। ଯେଉଁଥିରେ ୨ଟି ଶତକ ଓ ୪୧ଟି ଅର୍ଦ୍ଧଶତକ ସାମିଲ ରହିଛି।

04 Apr 2021 By The Sakala

ଆଇପିଏଲ୍‍: ବିରାଟ ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ମୁମ୍ବଇର ୱଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଆଇପିଏଲ୍‍ ଇତିହାସରେ ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ଉପରେ ନଜର ପକାଇଲେ କୋହଲି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଡେଭିଡ୍‍ ୱାର୍ଣ୍ଣର ଏକମାତ୍ର ଅଣ-ଭାରତୀୟ ଖେଳାଳିଭାବେ ଏହି ତାଲିକାର ଟପ୍‍-୫’ରେ ରହିଛନ୍ତି। ଏହି ଧନାଢ଼୍ୟ ପ୍ରତିଯୋଗିତାର ସର୍ବାଧିକ ରନ୍‍ ସଂଗ୍ରହକାରୀ ୫ ବ୍ୟାଟ୍ସମ୍ୟାନଙ୍କ ଉପରେ ସଂକ୍ଷିପ୍ତ ବିବରଣୀ।
ବିରାଟ କୋହଲି ଯେକୌଣସି ଫର୍ମାଟ୍‍ ହେଉ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ଅଧିନାୟକ ବିରାଟ କୋହଲି ସର୍ବଦା ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥାନ୍ତି। ଏପରିକି ଆଇପିଏଲ୍‍ରେ ମଧ୍ୟ କୋହଲିଙ୍କ ଦମ୍‍ଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଆଇପିଏଲ୍‍ରେ ୧୮୪ ଇନିଂସରୁ ୫,୮୭୮ ରନ୍‍ ସଂଗ୍ରହ କରି ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ରହିଛନ୍ତି। ତାଙ୍କ ବ୍ୟାଟିଂ ଆଭରେଜ ୩୮ ପ୍ରତିଶତ ଏବଂ ଷ୍ଟ୍ରାଇକ ରେଟ୍‍ ୧୩୦.୭୩ ରହିଛି। ତାଙ୍କ ନାମରେ ୫ ଶତକ ଓ ୩୯ ଅର୍ଦ୍ଧଶତକ ଲିପିବଦ୍ଧ ରହିଛି। ଆଇପିଏଲ୍‍ରେ କୋହଲି ୨୦୧ ଛକା ଓ ୫୦୩ ଚୌକା ମାରିଛନ୍ତି।

ସୁରେଶ ରାଇନା

ଏହି ତାଲିକାରେ କୋହଲିଙ୍କ ପଛକୁ ଟି-୨୦ ସ୍ପେଶାଲିଷ୍ଟ ସୁରେଶ ରାଇନା ରହିଛନ୍ତି। ଚେନ୍ନାଇ ସୁପର୍‍ କିଙ୍ଗ୍‍ସର ଏହି ଷ୍ଟାର୍‍ ବ୍ୟାଟ୍ସମ୍ୟାନ ଆଇପିଏଲ୍‍ରେ ୧୯୩ ମ୍ୟାଚ୍‍ ଖେଳି ୩୩.୩ ଆଭରେଜରେ ୫,୩୬୮ ରନ୍‍ ସଂଗ୍ରହ କରିଛନ୍ତି। ଅନେକ ସମୟରେ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ୩୪ ବର୍ଷୀୟ ରାଇନାଙ୍କ ନାମରେ ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧଶତକ ରହିଛି। ବ୍ୟକ୍ତିଗତ କାରଣ ଲାଗି ଗତ ସିଜନରେ ଖେଳିପାରି ନ ଥିବା ରାଇନା ଆଗାମୀ ସିଜନରେ ଚେନ୍ନାଇର ପ୍ରମୁଖ ଖେଳାଳି ରହିବେ।
ଡେଭିଡ୍‍ ୱାର୍ଣ୍ଣର

ଅଷ୍ଟ୍ରେଲିଆର ବିସ୍ଫୋରକ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍‍ ୱାର୍ଣ୍ଣର ଆଇପିଏଲ୍‍ର ୨୦୦୯ ସଂସ୍କରଣଠାରୁ ସର୍ବଦା ଏହି ଲିଗ୍‍ରେ ଖେଳି ଆସୁଛନ୍ତି। ୩୪ ବର୍ଷୀୟ ୱାର୍ଣ୍ଣର ବର୍ତ୍ତମାନ ସନ୍‍ରାଇଜର୍ସ ହାଇଦରାବାଦ୍‍ର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ସେ ୪୨.୭ ଆଭରେଜରେ ୧୪୨ ଆଇପିଏଲ୍‍ ମ୍ୟାଚ୍‍ରୁ ୫,୨୫୪ ରନ୍‍ ସଂଗ୍ରହ କରି ତାଲିକାର ୩ୟ ସ୍ଥାନରେ ରହିଛନ୍ତି। ଆଇପିଏଲ୍‍ରେ ସେ ୪୮ ଅର୍ଦ୍ଧଶତକ ଓ ୪ ଶତକ ମାରିଛନ୍ତି।
ରୋହିତ୍‍ ଶର୍ମା

ଆଇପିଏଲ୍‍ ଇତିହାସରେ ରୋହିତ୍‍ ଶର୍ମା ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବଇ ଇଣ୍ଡିଆନ୍ସ ଗତ ସଂସ୍କରଣରେ ଚାମ୍ପିଅନ୍‍ ହେବା ସହ ରେକର୍ଡ ୫ମଥର ଲାଗି ଟ୍ରଫି ଜିତିଥିଲା। ‘ହିଟ୍‍ମ୍ୟାନ’ ଭାବେ ପରିଚିତ ରୋହିତ୍‍ ଲିଗ୍‍ ଇତିହାସରେ ୧୯୫ ଇନିଂସରୁ ୫,୨୩୦ ରନ୍‍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ୩୯ ଅର୍ଦ୍ଧଶତକ ଓ ଗୋଟିଏ ଶତକ ଲିପିବଦ୍ଧ ରହିଛି। ଆଇପିଏଲ୍‍ରେ ସେ ୨୧୩ ଛକା ଓ ୪୫୮ ଚୌକା ମାରିଛନ୍ତି।
ଶିଖର ଧାୱନ

ଯେତେବେଳେ ବି ଆବଶ୍ୟକତା ପଡ଼ିଛି ଦିଲ୍ଲୀର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧାୱନ ବ୍ୟାଟିଂରେ ତାଙ୍କ ଛାପ ଛାଡ଼ିଛନ୍ତି। ୨୦୨୦ ସଂସ୍କରଣରେ କ୍ରମାଗତ ୨ଟି ଶତକ ହାସଲ କରି ସେ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୩୫ ବର୍ଷୀୟ ଧାୱନ ବର୍ତ୍ତମାନ ସୁଦ୍ଧା ୧୭୬ ମ୍ୟାଚ୍‍ରୁ ୩୪.୪ ଆଭରେଜରେ ୫୧୯୭ ରନ୍‍ ସଂଗ୍ରହ କରିଛନ୍ତି। ଯେଉଁଥିରେ ୨ଟି ଶତକ ଓ ୪୧ଟି ଅର୍ଦ୍ଧଶତକ ସାମିଲ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର