ଟୋକିଓ ଅଲିମ୍ପିକ୍ସ: ହାନ୍ନା ବୟୋଜ୍ୟେଷ୍ଠ ଓ ଜାଜା ସର୍ବକନିଷ୍ଠ ଅଲିମ୍ପିଆନ୍

The Sakala Picture
Published On

ଅଲିମ୍ପିକ୍ସ ବିଶ୍ୱରେ ସର୍ବବୃହତ କ୍ରୀଡା ମହତ୍ସୋବ । ଅଲିମ୍ପିକ୍ସରେ ପ୍ରତିଯୋଗୀଙ୍କ ସଂଖ୍ଯା ମଧ୍ଯ ଦିନକୁ ଦିନ ବଢିବାରେ ଲାଗିିଛି। ଏହି ଅଲିମ୍ପିକ୍ସ ଟିକେଟ ପାଇଁ ଖେଳାଳୀମାନେ ରାତିଦିନ ଏକ କରି ଦେଇଥାନ୍ତି। ନିଜର ଫିଟନେସ ପାଇଁ ମଧ୍ଯ ରାତିଦିନ କସରତ କରିଥାନ୍ତି।  ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆର ୬୬ ବର୍ଷ ବୟସ୍କା ଅଶ୍ବଚାଳିକା ମ୍ୟାରୀ ହାନ୍ନା ବୟୋଜ୍ୟେଷ୍ଠ ହୋଇଥିବ ବେଳେ ୧୨ ବର୍ଷ ବୟସ୍କ ସିରିୟାର ଟେବୁଲ୍‌ ଟେନିସ୍‌ ଖେଳାଳି ହେଣ୍ଡ୍‌ ଜାଜା ସର୍ବକନିଷ୍ଠ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। […]

ଅଲିମ୍ପିକ୍ସ ବିଶ୍ୱରେ ସର୍ବବୃହତ କ୍ରୀଡା ମହତ୍ସୋବ । ଅଲିମ୍ପିକ୍ସରେ ପ୍ରତିଯୋଗୀଙ୍କ ସଂଖ୍ଯା ମଧ୍ଯ ଦିନକୁ ଦିନ ବଢିବାରେ ଲାଗିିଛି। ଏହି ଅଲିମ୍ପିକ୍ସ ଟିକେଟ ପାଇଁ ଖେଳାଳୀମାନେ ରାତିଦିନ ଏକ କରି ଦେଇଥାନ୍ତି। ନିଜର ଫିଟନେସ ପାଇଁ ମଧ୍ଯ ରାତିଦିନ କସରତ କରିଥାନ୍ତି।  ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆର ୬୬ ବର୍ଷ ବୟସ୍କା ଅଶ୍ବଚାଳିକା ମ୍ୟାରୀ ହାନ୍ନା ବୟୋଜ୍ୟେଷ୍ଠ ହୋଇଥିବ ବେଳେ ୧୨ ବର୍ଷ ବୟସ୍କ ସିରିୟାର ଟେବୁଲ୍‌ ଟେନିସ୍‌ ଖେଳାଳି ହେଣ୍ଡ୍‌ ଜାଜା ସର୍ବକନିଷ୍ଠ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗଲ୍ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନରେ ହରାଇଲା ଭାରତ: ଯାଦୁ ଦେଖାଇଲେ ସ୍ପିନର ମାନବ ସୁତାର

ଅଷ୍ଟ୍ରେଲିଆର ୬୬ ବର୍ଷ ବୟସ୍କା ଅଶ୍ବଚାଳିକା ମ୍ୟାରୀ ହାନ୍ନା ଅଲିମ୍ପିକ୍ସ ଇତିହାସରେ ଦ୍ୱିତୀୟ ବୟସ୍କ ମହିଳା ଆଥଲେଟ୍ ହେବାର ରେକର୍ଡ ସ୍ଥାପନ କରିବେ। ମାତ୍ର ୪ ବର୍ଷ ବୟସରୁ ଅଶ୍ବଚାଳନା କରୁଥିବା ଅଷ୍ଟ୍ରେଲିଆର ମ୍ୟାରୀ ହାନ୍ନା ତାଙ୍କର ୭ମ ଅଲିମ୍ପିକ୍‌ସରେ ଭାଗନେବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ୱ ଚାମ୍ପିଅନସିପ୍‌ରୁ ବିଦାୟ ନେଲେ ସିନ୍ଧୁ: ଭାଙ୍ଗିଲା ଚୀନ୍ ବିପକ୍ଷ ଅପରାଜେୟ ରେକର୍ଡ

-ଅଲିମ୍ପିକ୍ସ ଗେମ୍ସର ସବୁଠାରୁ ବୟସ୍କ ମହିଳା ବ୍ରିଟେନର ଲର୍ନ ଜନ୍‌ଷ୍ଟୋନ୍‌ । ସେ ୧୯୭୨ ଗେମ୍ସରେ ୭୦ବର୍ଷ ବୟସରେ ଅଂଶଗ୍ରହଣ କରି ରେକର୍ଡ ସ୍ଥାପନ କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ: କୁଲଦୀପ ଯାଦବଙ୍କୁ ବାଦ୍ ନଦେବାକୁ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୂଜାରା

ଅଷ୍ଟ୍ରେଲିଆର ଆଉ ଜଣେ ଅଶ୍ବଚାଳକ ଆଣ୍ଡରୁ ହୟ ୬୨ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍‌ସରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ସେ ୮ମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସେ ୩ଥର ସ୍ବର୍ଣ୍ଣ ପଦକ ବିଜେତା ମଧ୍ଯ ରହିସାରିଛନ୍ତି।

ସେହିପରି ୧୨ ବର୍ଷ ବୟସ୍କ ସିରିୟାର ହେଣ୍ଡ୍‌ ଜାଜା ଟୋକିଓ କ୍ରୀଡ଼ାର ସର୍ବକନିଷ୍ଠ ପ୍ରତିଯୋଗୀ। ପୁଣି ଅଲିମ୍ପିକ୍‌ ଇତିହାସରେ ପ୍ରଥମ ଟେବୁଲ୍‌ ଟେନିସ୍‌ ଖେଳାଳି ଭାବେ ଜାଜା ଅଲିମ୍ପିକ୍‌ସରେ ଭାଗନେବାକୁ ଯାଉଛନ୍ତି।

ସେ ୨୦୨୦ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ୪୨ ବର୍ଷୀୟ ଲେବାନନ୍ ଖେଳାଳି ମାରିଆନା ସାହାକିଆନଙ୍କୁ ପରାସ୍ତ କରିଥିଲେ | ସେ ପାଞ୍ଚ ବର୍ଷ ବୟସରୁ ଟେବୁଲ୍ ଟେନିସ୍ ଖେଳୁଛନ୍ତି। ୬ ବର୍ଷ ବୟସରେ, ଜାଜା କତାରର ଦୋହା ଠାରେ ଚାଲିଥିବା ୱାର୍ଲ୍ଡ ହୋପ୍ସ ସପ୍ତାହ ଏବଂ ଚ୍ୟାଲେଞ୍ଜ ଇଭେଣ୍ଟରେ ଭାଗନେଇ ସାରିଛନ୍ତି।

ଜାଜାଙ୍କଠାରୁ ଅଳ୍ପ ମାସ ବଡ଼ ଜାପାନର ୧୨ ବର୍ଷ ବୟସ୍କା କୋକୋନା ହିରାକି ଟୋକିଓ ଅଲିମ୍ପିକ୍‌ସର ୨ୟ ସର୍ବକନିଷ୍ଠ ଖେଳାଳି। ହିରାକି ସ୍କେଟ୍‌ ବୋର୍ଡିଂରେ ଭାଗନେବାକୁ ଯାଉଛନ୍ତି।

-ଅଲିମ୍ପିକ୍ସ ଇତିହାସରେ ସର୍ବକନିଷ୍ଠ ପଦକ ବିଜେତା ହେଲେ ଗ୍ରୀସ୍‌ର ଡିମିଟ୍ରିଓସ୍ ଲୌଣ୍ଡ୍ରାସ୍‌। ୧୮୯୬ ଏଥେନ୍‌ସ ଅଲିମ୍ପିକ୍‌ସରେ ଲୌଣ୍ଡ୍ରାସ୍‌ ମାତ୍ର ୧୦ ବର୍ଷ ବୟସରେ ଜିମ୍‌ନାଷ୍ଟିକ୍‌ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।

22 Jul 2021 By The Sakala

ଟୋକିଓ ଅଲିମ୍ପିକ୍ସ: ହାନ୍ନା ବୟୋଜ୍ୟେଷ୍ଠ ଓ ଜାଜା ସର୍ବକନିଷ୍ଠ ଅଲିମ୍ପିଆନ୍

ଅଲିମ୍ପିକ୍ସ ବିଶ୍ୱରେ ସର୍ବବୃହତ କ୍ରୀଡା ମହତ୍ସୋବ । ଅଲିମ୍ପିକ୍ସରେ ପ୍ରତିଯୋଗୀଙ୍କ ସଂଖ୍ଯା ମଧ୍ଯ ଦିନକୁ ଦିନ ବଢିବାରେ ଲାଗିିଛି। ଏହି ଅଲିମ୍ପିକ୍ସ ଟିକେଟ ପାଇଁ ଖେଳାଳୀମାନେ ରାତିଦିନ ଏକ କରି ଦେଇଥାନ୍ତି। ନିଜର ଫିଟନେସ ପାଇଁ ମଧ୍ଯ ରାତିଦିନ କସରତ କରିଥାନ୍ତି।  ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆର ୬୬ ବର୍ଷ ବୟସ୍କା ଅଶ୍ବଚାଳିକା ମ୍ୟାରୀ ହାନ୍ନା ବୟୋଜ୍ୟେଷ୍ଠ ହୋଇଥିବ ବେଳେ ୧୨ ବର୍ଷ ବୟସ୍କ ସିରିୟାର ଟେବୁଲ୍‌ ଟେନିସ୍‌ ଖେଳାଳି ହେଣ୍ଡ୍‌ ଜାଜା ସର୍ବକନିଷ୍ଠ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

ଅଷ୍ଟ୍ରେଲିଆର ୬୬ ବର୍ଷ ବୟସ୍କା ଅଶ୍ବଚାଳିକା ମ୍ୟାରୀ ହାନ୍ନା ଅଲିମ୍ପିକ୍ସ ଇତିହାସରେ ଦ୍ୱିତୀୟ ବୟସ୍କ ମହିଳା ଆଥଲେଟ୍ ହେବାର ରେକର୍ଡ ସ୍ଥାପନ କରିବେ। ମାତ୍ର ୪ ବର୍ଷ ବୟସରୁ ଅଶ୍ବଚାଳନା କରୁଥିବା ଅଷ୍ଟ୍ରେଲିଆର ମ୍ୟାରୀ ହାନ୍ନା ତାଙ୍କର ୭ମ ଅଲିମ୍ପିକ୍‌ସରେ ଭାଗନେବାକୁ ଯାଉଛନ୍ତି।

-ଅଲିମ୍ପିକ୍ସ ଗେମ୍ସର ସବୁଠାରୁ ବୟସ୍କ ମହିଳା ବ୍ରିଟେନର ଲର୍ନ ଜନ୍‌ଷ୍ଟୋନ୍‌ । ସେ ୧୯୭୨ ଗେମ୍ସରେ ୭୦ବର୍ଷ ବୟସରେ ଅଂଶଗ୍ରହଣ କରି ରେକର୍ଡ ସ୍ଥାପନ କରିଥିଲେ।

ଅଷ୍ଟ୍ରେଲିଆର ଆଉ ଜଣେ ଅଶ୍ବଚାଳକ ଆଣ୍ଡରୁ ହୟ ୬୨ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍‌ସରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ସେ ୮ମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସେ ୩ଥର ସ୍ବର୍ଣ୍ଣ ପଦକ ବିଜେତା ମଧ୍ଯ ରହିସାରିଛନ୍ତି।

ସେହିପରି ୧୨ ବର୍ଷ ବୟସ୍କ ସିରିୟାର ହେଣ୍ଡ୍‌ ଜାଜା ଟୋକିଓ କ୍ରୀଡ଼ାର ସର୍ବକନିଷ୍ଠ ପ୍ରତିଯୋଗୀ। ପୁଣି ଅଲିମ୍ପିକ୍‌ ଇତିହାସରେ ପ୍ରଥମ ଟେବୁଲ୍‌ ଟେନିସ୍‌ ଖେଳାଳି ଭାବେ ଜାଜା ଅଲିମ୍ପିକ୍‌ସରେ ଭାଗନେବାକୁ ଯାଉଛନ୍ତି।

ସେ ୨୦୨୦ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ୪୨ ବର୍ଷୀୟ ଲେବାନନ୍ ଖେଳାଳି ମାରିଆନା ସାହାକିଆନଙ୍କୁ ପରାସ୍ତ କରିଥିଲେ | ସେ ପାଞ୍ଚ ବର୍ଷ ବୟସରୁ ଟେବୁଲ୍ ଟେନିସ୍ ଖେଳୁଛନ୍ତି। ୬ ବର୍ଷ ବୟସରେ, ଜାଜା କତାରର ଦୋହା ଠାରେ ଚାଲିଥିବା ୱାର୍ଲ୍ଡ ହୋପ୍ସ ସପ୍ତାହ ଏବଂ ଚ୍ୟାଲେଞ୍ଜ ଇଭେଣ୍ଟରେ ଭାଗନେଇ ସାରିଛନ୍ତି।

ଜାଜାଙ୍କଠାରୁ ଅଳ୍ପ ମାସ ବଡ଼ ଜାପାନର ୧୨ ବର୍ଷ ବୟସ୍କା କୋକୋନା ହିରାକି ଟୋକିଓ ଅଲିମ୍ପିକ୍‌ସର ୨ୟ ସର୍ବକନିଷ୍ଠ ଖେଳାଳି। ହିରାକି ସ୍କେଟ୍‌ ବୋର୍ଡିଂରେ ଭାଗନେବାକୁ ଯାଉଛନ୍ତି।

-ଅଲିମ୍ପିକ୍ସ ଇତିହାସରେ ସର୍ବକନିଷ୍ଠ ପଦକ ବିଜେତା ହେଲେ ଗ୍ରୀସ୍‌ର ଡିମିଟ୍ରିଓସ୍ ଲୌଣ୍ଡ୍ରାସ୍‌। ୧୮୯୬ ଏଥେନ୍‌ସ ଅଲିମ୍ପିକ୍‌ସରେ ଲୌଣ୍ଡ୍ରାସ୍‌ ମାତ୍ର ୧୦ ବର୍ଷ ବୟସରେ ଜିମ୍‌ନାଷ୍ଟିକ୍‌ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର