ଆଜିଠୁ ଫିଫା ବିଶ୍ୱକପ୍‍ ଆରମ୍ଭ; କତାର-ଇକ୍ୱେଡର ମଧ୍ୟରେ ଉଦ୍‍ଘାଟନୀ ମୁକାବିଲା

The Sakala Picture
Published On

ଦୋହା(ଏଜେନ୍ସି): ବିଶ୍ୱ ସର୍ବଶ୍ରେଷ୍ଠ ଫୁଟବଲ ମହାକୂମ୍ଭ ଫିଫା ବିଶ୍ୱକପ୍‍ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟର କ୍ଷୁଦ୍ର ଦେଶ କତାରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‍ର ଏହି ୨୨ତମ ସଂସ୍କରଣ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ବିଶ୍ୱକପ୍‍ ବେଶ୍‍ ଗୁରୁତ୍ୱ ବହନ କରୁଛି। ପ୍ରଥମଥର ପାଇଁ ସମଗ୍ର ଆରବ ତଥା ମଧ୍ୟପ୍ରାଚ୍ୟରେ ବିଶ୍ୱକପ୍‍ ଖେଳଯାଉଥିବାରୁ ଏଠାରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଆୟୋଜନ ଅଧିକାର ପାଇବା ପରଠାରୁ କତାର ବିଭିନ୍ନ […]

ଦୋହା(ଏଜେନ୍ସି): ବିଶ୍ୱ ସର୍ବଶ୍ରେଷ୍ଠ ଫୁଟବଲ ମହାକୂମ୍ଭ ଫିଫା ବିଶ୍ୱକପ୍‍ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟର କ୍ଷୁଦ୍ର ଦେଶ କତାରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‍ର ଏହି ୨୨ତମ ସଂସ୍କରଣ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ବିଶ୍ୱକପ୍‍ ବେଶ୍‍ ଗୁରୁତ୍ୱ ବହନ କରୁଛି। ପ୍ରଥମଥର ପାଇଁ ସମଗ୍ର ଆରବ ତଥା ମଧ୍ୟପ୍ରାଚ୍ୟରେ ବିଶ୍ୱକପ୍‍ ଖେଳଯାଉଥିବାରୁ ଏଠାରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଆୟୋଜନ ଅଧିକାର ପାଇବା ପରଠାରୁ କତାର ବିଭିନ୍ନ ସମାଲୋଚନାର ସମ୍ମୁଖୀନ ହୋଇଆସିଛି। ତେବେ ଏ ସବୁକୁ ପଛରେ ପକାଇ କତାର ବିଶ୍ୱକପ୍‍ ଆୟୋଜନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛି। ବିଶ୍ୱକପ୍‍ର ମ୍ୟାଚ୍‍ ଆୟୋଜନ ପାଇଁ ୮ଟି ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଗ୍ରୀଷ୍ମ କାରଣରୁ ପ୍ରଥମଥର ପାଇଁ ବିଶ୍ୱକପ୍‍ ଶୀତଋତୁରେ ଆୟୋଜନ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ବିଭିନ୍ନ ପ୍ରକାର ଦୃଷ୍ଟିକୋଣର ଏହି ବିଶ୍ୱକପ୍‍ ନିଆରା ହେବାକୁ ଯାଉଛି। ଇତିମଧ୍ୟରେ ସବୁ ଦଳ କତାରରେ ପହଞ୍ଚି ସାରିଛନ୍ତି। ନଭେମ୍ବର ୨୦ରୁ ଆରମ୍ଭ ହୋଇ ବିଶ୍ୱକପ୍‍ ଡିସେମ୍ବର ୧୮ ତାରିଖରେ ଶେଷ ହେବ। ଦୀର୍ଘ ୨୯ ଦିନଧରି ଚାଲିବାକୁ ଥିବା ଏହି ବିଶ୍ୱକପ ଦ୍ୱିତୀୟଥର ପାଇଁ ଏସିଆରେ ଆୟୋଜନ ହେବ। ଆୟୋଜକ ଭାବେ କତାର ବିଶ୍ୱକପ୍‍ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଅଲ ଖୋର ସହରର ଅଲ ବାୟତ ଷ୍ଟାଡିୟମରେ ଉଦ୍‍ଘାଟନୀ ମ୍ୟାଚ୍‍ରେ ଆୟୋଜକ କତାର ଓ ଇକ୍ୱେଡର ମୁହାଁମୁହିଁ ହେବେ। ବିଶ୍ୱକପ୍‍ର ମାସ୍କଟ ରହିଛି ଲାଇବ। ଲାଇବର ଅର୍ଥ ହେଉଛି ଜଣେ କୁଶଳୀ ଖେଳାଳି। କତାରର ପରମ୍ପରା ଓ ବୈଭବକୁ ଦୃଷ୍ଟିରେ ରଖି ଲାଇବର ଡିଜାଇନ କରାଯାଇଛି। ବିଶ୍ୱକପର ସଫଳ ଆୟୋଜନ କରି କତାର ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଲାଟିନ ଆମେରିକା- ୟୁରୋପ ମଧ୍ୟରେ ଟକ୍କର

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ବିଶ୍ୱକପ୍‍ରେ ୟୁରୋପୀୟ, ଲାଟିନ ଆମେରିକୀୟ ଦେଶଗୁଡିକର ପ୍ରଭାବ ଦେଖିବାକୁ ମିଳିଥାଏ। କିନ୍ତୁ ଏଥର କେତୋଟି ଏସୀୟ, ଆଫ୍ରିକୀୟ, କେନ୍ଦ୍ର ଆମେରିକୀୟ ଓ ଉତ୍ତର ଆମେରିକୀୟ ଦେଶ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି। ଆଜେଣ୍ଟିନାର ଲିଓନେଲ ମେସି ଓ ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ଭଳି ସୁପରଷ୍ଟାରଙ୍କ ପାଇଁ ଏହା ଅନ୍ତିମ ବିଶ୍‍କପ୍‍ ହେବାକୁ ଯାଉଛି। ଏହି ଦୁଇ ଅଭିଜ୍ଞ ତଥା ତାରକା ଫୁଟବଲର ବିଶ୍ୱକପ ଜିତିବାର ଶେଷ ସୁଯୋଗର ସଦବ୍ୟବହାର କରିବାକୁ ଆପ୍ରାଣେ ପ୍ରୟାସ କରିବେ। ତେଣୁ ଏଥର ବିଶ୍ୱକପ୍‍ ବେଶ୍‍ ରୋମାଞ୍ଚକ ଓ ମଜାଦାର ହେବ ବୋଲି ଆଶା କରାଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ସମେତ ଇଟାଲୀ, ସ୍ପେନ, ଇଂଲଣ୍ଡ, ଜର୍ମାନୀ ଭଳି କେତେକ ୟୁରୋପୀୟ ଦେଶ ଟାଇଟଲ ଜିତିବାକୁ ଟାର୍ଗେଟ ରଖିଛନ୍ତି। ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡିକ ୮ଟି ଗ୍ରୁପ୍‍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‍ରେ ୪ଟି ଲେଖାଏ ଦଳ ସ୍ଥାନ ପାଇଛନ୍ତି। କ୍ଷମତା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରୁପ୍‍ରେ ସନ୍ତୁଳନ ରଖିବାକୁ ପ୍ରୟାସ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‍ର ଶ୍ରେଷ୍ଠ ଦୁଇଟି ଦଳ ନକ୍‍ ଆଉଟ ତଥା ରାଉଣ୍ଡ ଅଫ୍‍ ୧୬ ବା ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଏହି ବିଶ୍ୱକପ୍‍ରେ କେତେଜଣ ତାରକା ଖେଳାଳି ବିଦାୟ ନେବେ ଓ ଆଉ କେତେ ନୂଆ ତାରକାଙ୍କ ଅବିର୍ଭାବ ହେବ। ୬୪ଟି ମ୍ୟାଚ୍‍ ଖେଳାଯିବା ପରେ ଡିସେମ୍ବର ୧୮ରେ ଚାମ୍ପିଅନ କିଏ ତାହା ସ୍ପଷ୍ଟ ହେବ।

ଅଂଶଗ୍ରହଣ କରିବେ ୫ ଏସୀୟ ଦେଶ

ଲାଟିନ ଆମେରିକାରୁ ବ୍ରାଜିଲ, ଆର୍ଜେଣ୍ଟିନା ଓ ୟୁରୋପରୁ ଫ୍ରାନ୍ସ ସମେତ ଜର୍ମାନୀ, ସ୍ପେନ୍‍, ବେଲଜିୟମ, ନେଦରଲାଣ୍ଡ୍‍ସ, ଇଂଲଣ୍ଡ, କ୍ରୋଏସିଆ ଓ ପର୍ତ୍ତୁଗାଲ ଭଳି ଦେଶଗୁଡିକ ନକ୍‍ଆଉଟରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏମାନଙ୍କ ମଧ୍ୟରୁ ବ୍ରାଜିଲ, ଆର୍ଜେଣ୍ଟିନା, ଫ୍ରାନ୍ସ, ସ୍ପେନ୍‍, ଜର୍ମାନୀ ସେମିଫାଇନାଲକୁ ଉଠିବେ ଏବଂ ପରସ୍ପରକୁ କଡ଼ା ଟକ୍କର ଦେବେ ବୋଲି ଆଶା କରାଯାଉଛି। କିନ୍ତୁ ସ୍ପଷ୍ଟ ଭାବେ କିଛି କହିବା ଅସମ୍ଭବ। ଏପରି କେତେକ ଦଳ ରହିଛନ୍ତି ଯେଉଁମାନେ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛନ୍ତି। କେତେକ ତାରକା ଖେଳାଳି ଇଞ୍ଜୁରି କାରଣରଚୁ ବିଶ୍ୱକପ୍‍ର ବାଦ୍‍ ପଡିଛନ୍ତି। ତେଣୁ ବିଶ୍ୱକପ୍‍ ଫଳାଫଳ ଉପରେ ଏହାର ପ୍ରଭାବ ପଡିବ। ମୋଟାମୋଟି ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଶ୍ୱକପ୍‍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଏସିଆରୁ କତାର ସମେତ ଜାପାନ, ଇରାନ, ସାଉଦି ଆରବ ଓ ଦକ୍ଷିଣ କୋରିଆ ମଧ୍ୟ ଅଂଶଗ୍ରହଣ କରିବେ।

20 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର