ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣାକଲେ ଇଓନ ମୋର୍ଗାନ

The Sakala Picture
Published On

ଲିଡ୍ସ,: ଇଂଲଣ୍ଡ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ଅଧିନାୟକ ଇଓନ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ।୨୦୦୬ରେ ଆୟର୍ଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ୨୦୦୯ରେ ଇଂଲଣ୍ଡ ଦଳରେ ସାମିଲ ହୋଇ ଅନ୍ତର୍ଜାତୀୟ କ୍ରିକେଟରେ ଖୁବ୍‌ ଖ୍ୟାତି ଅର୍ଜନ କରିଥିଳେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଘରୋଇ ମାଟିରେ […]

ଲିଡ୍ସ,: ଇଂଲଣ୍ଡ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ଅଧିନାୟକ ଇଓନ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ।୨୦୦୬ରେ ଆୟର୍ଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ୨୦୦୯ରେ ଇଂଲଣ୍ଡ ଦଳରେ ସାମିଲ ହୋଇ ଅନ୍ତର୍ଜାତୀୟ କ୍ରିକେଟରେ ଖୁବ୍‌ ଖ୍ୟାତି ଅର୍ଜନ କରିଥିଳେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଘରୋଇ ମାଟିରେ ୨୦୧୯ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା । ସେ ଅଧିନାୟକ ଥିଲାବେଳେ ଇଂଲଣ୍ଡ ଉଭୟ ଦିନିକିଆ ଓ ଟି-୨୦ କ୍ରିକେଟରେ ନଂ-୧ ଟିମ୍‌ ମାନ୍ୟତା ପାଇଥିଲା । ତାଙ୍କ ସ୍ଥାନରେ ଉପ ଅଧିନାୟକ ଜନ୍ନି ବେୟାରଷ୍ଟୋ ଇଂଲଣ୍ଡ ସୀମିତ ଓଭର ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି । ବେୟାରଷ୍ଟୋ ୧୩ଥର ଇଂଲଣ୍ଡର ନେତୃତ୍ୱ ନେଇ ସାରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଇପିଏଲରେ ‘ବେବି ବସ୍’ଙ୍କ ଆତଙ୍କ: ୧୫ ବର୍ଷୀୟ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂରେ ଥରୁଛନ୍ତି ବୋଲର୍

ଉଭୟ ଆୟର୍ଲାଣ୍ଡ ଓ ଇଂଲଣ୍ଡ ପକ୍ଷରୁ ଖେଳିଥିବା ଏହି ତାରକା ଖେଳାଳିଙ୍କର ଅନେକ ରେକର୍ଡ ରହିଛି। ସେ ଇଂଲଣ୍ଡ ଲାଗି ସର୍ବାଧିକ ୨୨୫ଟି ଦିନିକିଆ ଓ ସର୍ବାଧିକ ୧୧୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହା ମଧ୍ୟରୁ ସେ ୧୨୬ଟି ଦିନିକିଆ ଓ ୭୨ଟି ଟି-୨୦ରେ ଇଂଲଣ୍ଡ ଦଳର ନେତୃତ୍ୱ ନେଇଛନ୍ତି । ଦିନିକିଆରେ ସେ ମୋଟ ୭,୭୦୧ ରନ୍‌ ସଂଗ୍ରହ କରିଥିଲାବେଳେ ଇଂଲଣ୍ଡ ପକ୍ଷରୁ ୬୯୫୭ ରନ୍‌ କରିଛନ୍ତି। ଟେଷ୍ଟ କ୍ରିକେଟରେ ୧୬ଟି ମ୍ୟାଚ୍‌ ଖେଳିବା ପରେ ସୀମିତ ଓଭର କ୍ରିକେଟ ଲାଗି ୨୦୧୨ରେ ଟେଷ୍ଟ କ୍ରିକେଟରୁ ଅବ୍ୟାହତି ନେଇଥିଲେ । ଫର୍ମ ଓ ଫିଟ୍‌ନେସ ଲାଗି ସଂଘର୍ଷ କରୁଥିବା ଇଂଲଣ୍ଡର ଏହି କିମ୍ବଦନ୍ତୀ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । କିନ୍ତୁ ଘରୋଇ କ୍ରିକେଟ ଖେଳିବେ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଏସିଆନ ଗେମ୍ସ ୨୦୨୬ ଟ୍ରାଏଲ୍ସ: ସୁପ୍ରିମକୋର୍ଟରୁ ଭିନେଶ ଫୋଗାଟଙ୍କୁ ବଡ଼ ଆଶ୍ୱସ୍ତି, ଭାଗ ନେବାକୁ ମିଳିଲା ଅନୁମତି

28 Jun 2022 By The Sakala

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣାକଲେ ଇଓନ ମୋର୍ଗାନ

ଲିଡ୍ସ,: ଇଂଲଣ୍ଡ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ଅଧିନାୟକ ଇଓନ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ।୨୦୦୬ରେ ଆୟର୍ଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ୨୦୦୯ରେ ଇଂଲଣ୍ଡ ଦଳରେ ସାମିଲ ହୋଇ ଅନ୍ତର୍ଜାତୀୟ କ୍ରିକେଟରେ ଖୁବ୍‌ ଖ୍ୟାତି ଅର୍ଜନ କରିଥିଳେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଘରୋଇ ମାଟିରେ ୨୦୧୯ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା । ସେ ଅଧିନାୟକ ଥିଲାବେଳେ ଇଂଲଣ୍ଡ ଉଭୟ ଦିନିକିଆ ଓ ଟି-୨୦ କ୍ରିକେଟରେ ନଂ-୧ ଟିମ୍‌ ମାନ୍ୟତା ପାଇଥିଲା । ତାଙ୍କ ସ୍ଥାନରେ ଉପ ଅଧିନାୟକ ଜନ୍ନି ବେୟାରଷ୍ଟୋ ଇଂଲଣ୍ଡ ସୀମିତ ଓଭର ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି । ବେୟାରଷ୍ଟୋ ୧୩ଥର ଇଂଲଣ୍ଡର ନେତୃତ୍ୱ ନେଇ ସାରିଛନ୍ତି ।

ଉଭୟ ଆୟର୍ଲାଣ୍ଡ ଓ ଇଂଲଣ୍ଡ ପକ୍ଷରୁ ଖେଳିଥିବା ଏହି ତାରକା ଖେଳାଳିଙ୍କର ଅନେକ ରେକର୍ଡ ରହିଛି। ସେ ଇଂଲଣ୍ଡ ଲାଗି ସର୍ବାଧିକ ୨୨୫ଟି ଦିନିକିଆ ଓ ସର୍ବାଧିକ ୧୧୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହା ମଧ୍ୟରୁ ସେ ୧୨୬ଟି ଦିନିକିଆ ଓ ୭୨ଟି ଟି-୨୦ରେ ଇଂଲଣ୍ଡ ଦଳର ନେତୃତ୍ୱ ନେଇଛନ୍ତି । ଦିନିକିଆରେ ସେ ମୋଟ ୭,୭୦୧ ରନ୍‌ ସଂଗ୍ରହ କରିଥିଲାବେଳେ ଇଂଲଣ୍ଡ ପକ୍ଷରୁ ୬୯୫୭ ରନ୍‌ କରିଛନ୍ତି। ଟେଷ୍ଟ କ୍ରିକେଟରେ ୧୬ଟି ମ୍ୟାଚ୍‌ ଖେଳିବା ପରେ ସୀମିତ ଓଭର କ୍ରିକେଟ ଲାଗି ୨୦୧୨ରେ ଟେଷ୍ଟ କ୍ରିକେଟରୁ ଅବ୍ୟାହତି ନେଇଥିଲେ । ଫର୍ମ ଓ ଫିଟ୍‌ନେସ ଲାଗି ସଂଘର୍ଷ କରୁଥିବା ଇଂଲଣ୍ଡର ଏହି କିମ୍ବଦନ୍ତୀ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । କିନ୍ତୁ ଘରୋଇ କ୍ରିକେଟ ଖେଳିବେ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର