ପ୍ରଥମ ଦିନିକିଆ: ଭାରତର ବୋଲିଂ ବାହିନୀ ଆଗରେ ଇଂଲଣ୍ଡ ଧରାଶୟୀ, ୧୧୦ ରନରେ ଅଲଆଉଟ୍ ହେଲା ଇଂଲଣ୍ଡ

The Sakala Picture
Published On

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ରବିବାର ଶେଷ ହେବା ପରେ ଆଜି ଠାରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆରମ୍ଭ  ହୋଇଛି। ଆଜିର ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତର ବୋଲିଂ ବାହିନୀ ଆଗରେ ଇଂଲଣ୍ଡ ବ୍ଯଟ୍ସ ମ୍ଯାନ ମାନେ ଧରାଶୟୀ ହୋଇଥିଲେ। ଫଳରେ ଇଂଲଣ୍ଡର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ଇଂଲଣ୍ଡ ୨୫ ଓଭର ୨ଟି ବଲରେ […]

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ରବିବାର ଶେଷ ହେବା ପରେ ଆଜି ଠାରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆରମ୍ଭ  ହୋଇଛି। ଆଜିର ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତର ବୋଲିଂ ବାହିନୀ ଆଗରେ ଇଂଲଣ୍ଡ ବ୍ଯଟ୍ସ ମ୍ଯାନ ମାନେ ଧରାଶୟୀ ହୋଇଥିଲେ। ଫଳରେ ଇଂଲଣ୍ଡର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ଇଂଲଣ୍ଡ ୨୫ ଓଭର ୨ଟି ବଲରେ ୧୦ ୱିକେଟ ହରାଇ ୧୧୦ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ ଭାରତକୁ ୧୧୧ ରନ ଆବଶ୍ୟକ ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଇଂଲଣ୍ଡ ପକ୍ଷରୁ,  ଜେସନ ରୟ ୫ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ଏହା ପରେ ବେୟାରଷ୍ଟୋ ୨୦ ବଲରେ ୭ ରନ କରି ଆଉଟ ହୋଇଥିଲେ। ଜୋ ରୁ୍‍ଟ୍‍ ଓ ବେନ୍‍ ଷ୍ଟୋକ୍ସ ଖାତା ଖୋଲି ପାରି ନ ଥିଲେ। ଅଧିନାୟକ ଜୋଶ ବଟ୍ଟଲର ୩୨ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ୍‍ ମଧ୍ଯ କୌଣସି ରନ ନ କରି ଆଉଟ ହୋଇଥିଲେ। ମୋଇନ୍‍ ଅଲ୍ଲୀ ୧୮ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳେ କ୍ରେଗ୍‍ ଓଭରଟନ ୭ ବଲରେ ୮ ରନ କରି ଆଉଟ ହୋଇଥିଲେ। ଏହାପରେ ବ୍ରାଏଡନ କାରସେ ୧୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ।  ଡେଭିଡ୍‍ ୱିଲୀ ୨୬ ବଲରୋ ୨୧ ରନ କରି ଆଉଟ ହୋଇଥିବା ବେଳେ ରିସି ଟୋପ୍‍ଲେ ୭ ବଲରେ ୬ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତ ପକ୍ଷରୁ ଯଶପ୍ରୀତ୍‍ ବୁମ୍‍ରା ସର୍ବାଧିକ ୬ ଟି ୱିକେଟ ନେଇଥିବା ବେଳେ ମହମ୍ମଦ୍‍ ସାମି ୩ଟି ୱିକେଟ ନେଇଥିଲେ। ସେହିପରି ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର