ଆଇପିଏଲ୍‌ରେ ଧୋନି ଓ ବ୍ରାଭୋଙ୍କ ନୂଆ ରେକର୍ଡ, ପୁଣିଥରେ ଦେଖାଉଛନ୍ତି ନିଜର ପୁରୁଣା ଅନ୍ଦାଜ

The Sakala Picture
Published On

ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ଷ୍ଟାର୍ ଅଲରାଉଣ୍ଡର ଡାଏନ ବ୍ରାଭୋ ଦମଦାର ଫର୍ମ ଜାରି ରଖିଛନ୍ତି। ଚଳିତ ଆଇପିଏଲ୍‌ ଅବସରରେ ଗୁରୁବାର ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୧୬ ରନ୍‌ କରିଥିବା ମହେନ୍ଦ୍ର ସିଂହ ଧୋନି ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୭୦୦୦ ରନ୍‌ ପୂରଣ କରିବାର ମାଇଲଖୁଣ୍ଟ୍‌ ଛୁଇଁଛନ୍ତି। ଏକ୍ଷେତ୍ରରେ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଥିଲା ବେଳେ ଷଷ୍ଠ […]

ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ଷ୍ଟାର୍ ଅଲରାଉଣ୍ଡର ଡାଏନ ବ୍ରାଭୋ ଦମଦାର ଫର୍ମ ଜାରି ରଖିଛନ୍ତି। ଚଳିତ ଆଇପିଏଲ୍‌ ଅବସରରେ ଗୁରୁବାର ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୧୬ ରନ୍‌ କରିଥିବା ମହେନ୍ଦ୍ର ସିଂହ ଧୋନି ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୭୦୦୦ ରନ୍‌ ପୂରଣ କରିବାର ମାଇଲଖୁଣ୍ଟ୍‌ ଛୁଇଁଛନ୍ତି। ଏକ୍ଷେତ୍ରରେ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଥିଲା ବେଳେ ଷଷ୍ଠ ଭାରତୀୟ ହୋଇଛନ୍ତି। ଟ୍ବେଣ୍ଟି-୨୦ କ୍ୟାରିୟରରେ ୩୪୯ ମ୍ୟାଚ୍‌ ଖେଳି ୭୦୦୧ ରନ୍‌ କରିସାରିଛନ୍ତି। ତାଙ୍କ ପୂର୍ବରୁ କୋହଲି (୧୦୩୨୬ ରନ୍‌), ରୋହିତ (୯୯୩୬ ରନ୍‌), ଶିଖର ଧାୱନ୍‌ (୮୮୧୮ ରନ୍‌), ସୁରେଶ ରାଇନା (୮୬୫୪ ରନ୍‌) ଏବଂ ରବିନ ଉଥପ୍ପା (୭୧୨୦ ରନ୍‌) ଏହି ଭାରତୀୟ କ୍ଲବ୍‌ର ସଦସ୍ୟ ରହିଛନ୍ତି। ମୋଟ ଉପରେ ଧୋନି ଏହି ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ୩୪ତମ କ୍ରିକେଟର୍‌ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦମଦାର ଫର୍ମ ଜାରି ରହିଛି । ଚଳିତ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ଗତକାଲି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ଧୋନିଙ୍କ ଧମାଲ ଦେଖିବାକୁ ମିଳିଥିଲା । ମାତ୍ର ୬ ବଲରେ ୧୬ ରନର ଧୁଆଁଧାର ଇନିଂସ ଖେଳିଥିଲେ ଧୋନି । ଏହି ଇନିଂସ ଫଳରେ ଧୋନି ଟି-୨୦ ଫର୍ମାଟରେ ୭ ହଜାର ରନ ପୂରଣ କରିବାର ମୁଇଲଖୁଣ୍ଟ ଛୁଇଁଛନ୍ତି ।ମହେନ୍ଦ୍ର ସିଂ ଧୋନି ତାଙ୍କ କ୍ରିକେଟ କ୍ୟାରିୟରରରେ ୨୦୦୬ରୁ ୨୦୧୯ ମଧ୍ୟରେ ଭାରତୀୟ ଦଳ ପାଇଁ ୧ ହଜାର ୬୧୭ ରନ କରିଛନ୍ତି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୪ ହଜାର ୬୮୭ ରନ, ରାଇଜିଂ ପୁଣେ ସୁପର ଜିଆଣ୍ଟ୍ସ ପାଇଁ ୫୭୪ ରନ ଓ ଝାଡଖଣ୍ଡ ପାଇଁ ୧୨୩ ରନ ସଂଗ୍ରହ କରିଛନ୍ତି ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ସେହିପରି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର୍ ଅଲରାଉଣ୍ଡର ଡାଏନ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି । ସେ ଲକ୍ଷ୍ନୌ ବିପକ୍ଷରେ ଦୀପକ ହୁଡ୍ଡାଙ୍କ ଓ୍ୱିକେଟ୍ ନେଇ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହାସହ ସେ ଲସିଥ ମାଲିଙ୍ଗାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମାଲିଙ୍ଗା ୧୭୦ ଓ୍ୱିକେଟ୍ ନେଇଥିବା ବେଳେ ବ୍ରାଭୋ ୧୭୧ ଓ୍ୱିକେଟ୍ ନେଇ ଏହି ରେକର୍ଡ କରିଛନ୍ତି । ଗୁରୁବାର ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ବ୍ରାଭୋ ୪ ଓଭରରେ ୩୫ ରନ୍ ଦେଇ ଗୋଟିଏ ଓ୍ୱିକେଟ୍ ହାସଲ କରିଥିଲେ । ସେ ପାଓ୍ୱାର ପ୍ଲେ ରେ ହିଁ ଗୋଟିଏ ଓ୍ୱିକେଟ୍ ନେଇ ପାରିଥାନ୍ତେ । କିନ୍ତୁ ମୋଇନ ଅଲ୍ଲୀ କ୍ୱିଣ୍ଟନ୍ ଡି କକଙ୍କ କ୍ୟାଚ୍ ଛାଡି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ବ୍ରାଭୋ ଏବେସୁଦ୍ଧା ଆଇପିଏଲରେ ୧୫୩ ମ୍ୟାଚ୍ ଖେଳିଛନ୍ତି । ସେ ମୋଟ ୪୯୩.୩ ଓଭର ବୋଲିଂ କରି ୧୭୧ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ସେ ଦୁଇଟି ମେଡେନ୍ ଓଭର ବୋଲିଂ କରିଥିବା ବେଳେ ୪୧୧୬ ରନ୍ ବ୍ୟୟ କରିଛନ୍ତି । ସେ ଦୁଇ ଥର ଚାରିରୁ ଅଧିକ ଓ୍ୱିକେଟ୍ ମଧ୍ୟ ହାସଲ କରିଛନ୍ତି । ତାଙ୍କ ଇକୋନୋମି ରହିଛି ୮.୩୪ ।ଏହାସହ ଅନ୍ୟ ବୋଲରଙ୍କ ମଧ୍ୟରେ ଅମିତ ମିଶ୍ର ୧୬୬ ଓ୍ୱିକେଟ୍ ନେଇ ତୃତୀୟ ସ୍ଥାନରେ, ପିୟୂଷ ଚାଓ୍ୱଲା ୧୫୭ ଓ୍ୱିକେଟ୍ ନେଇ ଚତୁର୍ଥ ଓ ହରଭଜନ ସିଂ ୧୫୦ ଓ୍ୱିକେଟ୍ ନେଇ ଷଷ୍ଠ ସ୍ଥାନରେ ରହିଛନ୍ତି ।

01 Apr 2022 By The Sakala

ଆଇପିଏଲ୍‌ରେ ଧୋନି ଓ ବ୍ରାଭୋଙ୍କ ନୂଆ ରେକର୍ଡ, ପୁଣିଥରେ ଦେଖାଉଛନ୍ତି ନିଜର ପୁରୁଣା ଅନ୍ଦାଜ

ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ଷ୍ଟାର୍ ଅଲରାଉଣ୍ଡର ଡାଏନ ବ୍ରାଭୋ ଦମଦାର ଫର୍ମ ଜାରି ରଖିଛନ୍ତି। ଚଳିତ ଆଇପିଏଲ୍‌ ଅବସରରେ ଗୁରୁବାର ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୧୬ ରନ୍‌ କରିଥିବା ମହେନ୍ଦ୍ର ସିଂହ ଧୋନି ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୭୦୦୦ ରନ୍‌ ପୂରଣ କରିବାର ମାଇଲଖୁଣ୍ଟ୍‌ ଛୁଇଁଛନ୍ତି। ଏକ୍ଷେତ୍ରରେ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଥିଲା ବେଳେ ଷଷ୍ଠ ଭାରତୀୟ ହୋଇଛନ୍ତି। ଟ୍ବେଣ୍ଟି-୨୦ କ୍ୟାରିୟରରେ ୩୪୯ ମ୍ୟାଚ୍‌ ଖେଳି ୭୦୦୧ ରନ୍‌ କରିସାରିଛନ୍ତି। ତାଙ୍କ ପୂର୍ବରୁ କୋହଲି (୧୦୩୨୬ ରନ୍‌), ରୋହିତ (୯୯୩୬ ରନ୍‌), ଶିଖର ଧାୱନ୍‌ (୮୮୧୮ ରନ୍‌), ସୁରେଶ ରାଇନା (୮୬୫୪ ରନ୍‌) ଏବଂ ରବିନ ଉଥପ୍ପା (୭୧୨୦ ରନ୍‌) ଏହି ଭାରତୀୟ କ୍ଲବ୍‌ର ସଦସ୍ୟ ରହିଛନ୍ତି। ମୋଟ ଉପରେ ଧୋନି ଏହି ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ୩୪ତମ କ୍ରିକେଟର୍‌ ହୋଇଛନ୍ତି।

ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦମଦାର ଫର୍ମ ଜାରି ରହିଛି । ଚଳିତ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ଗତକାଲି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ଧୋନିଙ୍କ ଧମାଲ ଦେଖିବାକୁ ମିଳିଥିଲା । ମାତ୍ର ୬ ବଲରେ ୧୬ ରନର ଧୁଆଁଧାର ଇନିଂସ ଖେଳିଥିଲେ ଧୋନି । ଏହି ଇନିଂସ ଫଳରେ ଧୋନି ଟି-୨୦ ଫର୍ମାଟରେ ୭ ହଜାର ରନ ପୂରଣ କରିବାର ମୁଇଲଖୁଣ୍ଟ ଛୁଇଁଛନ୍ତି ।ମହେନ୍ଦ୍ର ସିଂ ଧୋନି ତାଙ୍କ କ୍ରିକେଟ କ୍ୟାରିୟରରରେ ୨୦୦୬ରୁ ୨୦୧୯ ମଧ୍ୟରେ ଭାରତୀୟ ଦଳ ପାଇଁ ୧ ହଜାର ୬୧୭ ରନ କରିଛନ୍ତି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୪ ହଜାର ୬୮୭ ରନ, ରାଇଜିଂ ପୁଣେ ସୁପର ଜିଆଣ୍ଟ୍ସ ପାଇଁ ୫୭୪ ରନ ଓ ଝାଡଖଣ୍ଡ ପାଇଁ ୧୨୩ ରନ ସଂଗ୍ରହ କରିଛନ୍ତି ।

ସେହିପରି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର୍ ଅଲରାଉଣ୍ଡର ଡାଏନ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି । ସେ ଲକ୍ଷ୍ନୌ ବିପକ୍ଷରେ ଦୀପକ ହୁଡ୍ଡାଙ୍କ ଓ୍ୱିକେଟ୍ ନେଇ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହାସହ ସେ ଲସିଥ ମାଲିଙ୍ଗାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମାଲିଙ୍ଗା ୧୭୦ ଓ୍ୱିକେଟ୍ ନେଇଥିବା ବେଳେ ବ୍ରାଭୋ ୧୭୧ ଓ୍ୱିକେଟ୍ ନେଇ ଏହି ରେକର୍ଡ କରିଛନ୍ତି । ଗୁରୁବାର ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ବ୍ରାଭୋ ୪ ଓଭରରେ ୩୫ ରନ୍ ଦେଇ ଗୋଟିଏ ଓ୍ୱିକେଟ୍ ହାସଲ କରିଥିଲେ । ସେ ପାଓ୍ୱାର ପ୍ଲେ ରେ ହିଁ ଗୋଟିଏ ଓ୍ୱିକେଟ୍ ନେଇ ପାରିଥାନ୍ତେ । କିନ୍ତୁ ମୋଇନ ଅଲ୍ଲୀ କ୍ୱିଣ୍ଟନ୍ ଡି କକଙ୍କ କ୍ୟାଚ୍ ଛାଡି ଦେଇଥିଲେ ।

ବ୍ରାଭୋ ଏବେସୁଦ୍ଧା ଆଇପିଏଲରେ ୧୫୩ ମ୍ୟାଚ୍ ଖେଳିଛନ୍ତି । ସେ ମୋଟ ୪୯୩.୩ ଓଭର ବୋଲିଂ କରି ୧୭୧ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ସେ ଦୁଇଟି ମେଡେନ୍ ଓଭର ବୋଲିଂ କରିଥିବା ବେଳେ ୪୧୧୬ ରନ୍ ବ୍ୟୟ କରିଛନ୍ତି । ସେ ଦୁଇ ଥର ଚାରିରୁ ଅଧିକ ଓ୍ୱିକେଟ୍ ମଧ୍ୟ ହାସଲ କରିଛନ୍ତି । ତାଙ୍କ ଇକୋନୋମି ରହିଛି ୮.୩୪ ।ଏହାସହ ଅନ୍ୟ ବୋଲରଙ୍କ ମଧ୍ୟରେ ଅମିତ ମିଶ୍ର ୧୬୬ ଓ୍ୱିକେଟ୍ ନେଇ ତୃତୀୟ ସ୍ଥାନରେ, ପିୟୂଷ ଚାଓ୍ୱଲା ୧୫୭ ଓ୍ୱିକେଟ୍ ନେଇ ଚତୁର୍ଥ ଓ ହରଭଜନ ସିଂ ୧୫୦ ଓ୍ୱିକେଟ୍ ନେଇ ଷଷ୍ଠ ସ୍ଥାନରେ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର