ଏସିଆ କପରେ ଆଜି ହାଇଭୋଲଟେଜ ଟକ୍କର; ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ

The Sakala Picture
Published On

ପାଲିକଲ: ଏସିଆ କପର ଆଜି ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଏଭଳି ଏକ ରକ୍ତଚାପ ବଢ଼଼ାଇଲାଭଳି ମୁକାବିଲା ଶ୍ରୀଲଙ୍କାର ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ଏସିଆ କପ୍‌‌ ଦିନିକିଆ କ୍ରିକେଟରେ ଏହି ମୁକାବିଲା ରହିଛି ଏବଂ ମହାଦେଶର ଦୁଇ ଶ୍ରେଷ୍ଠ କ୍ରିକେଟ ଦଳ ପରସ୍ପର ସହ ମୁକାବିଲା କରି ବିଶ୍ୱକପ୍‌‌ ଲଢ଼େଇ ଲାଗି ନିଜର ଦୋଷ ଦୁର୍ବଳତାକୁ ସଜାଡିନେବାକୁ ପ୍ରସ୍ତୁତି କରିବେ। ଏହି ମୁକାବିଲାର […]

ପାଲିକଲ: ଏସିଆ କପର ଆଜି ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଏଭଳି ଏକ ରକ୍ତଚାପ ବଢ଼଼ାଇଲାଭଳି ମୁକାବିଲା ଶ୍ରୀଲଙ୍କାର ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ଏସିଆ କପ୍‌‌ ଦିନିକିଆ କ୍ରିକେଟରେ ଏହି ମୁକାବିଲା ରହିଛି ଏବଂ ମହାଦେଶର ଦୁଇ ଶ୍ରେଷ୍ଠ କ୍ରିକେଟ ଦଳ ପରସ୍ପର ସହ ମୁକାବିଲା କରି ବିଶ୍ୱକପ୍‌‌ ଲଢ଼େଇ ଲାଗି ନିଜର ଦୋଷ ଦୁର୍ବଳତାକୁ ସଜାଡିନେବାକୁ ପ୍ରସ୍ତୁତି କରିବେ। ଏହି ମୁକାବିଲାର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ତାହା ହେଲା ଚଳିତବର୍ଷର ଏସିଆ କପ୍‌‌ ପାକିସ୍ତାନରେ ହେବାର ଥିଲା। ସେଠାକୁ କ୍ରିକେଟ ଦଳକୁ ପଠାଇବା ଲାଗି ଭାରତ ସରକାର ମନା କରିଦେଇଥିଲେ। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌‌ ସହ ଏସିଆ କପ୍‌‌ର ୯ଟି ମ୍ୟାଚ୍‌‌ ସ୍ଥାନାନ୍ତରିତ କରାଯାଇଛି। ଭାରତ ଯାଇ ନଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇ ଉପରେ କ୍ଷୁବ୍ଧ ହୋଇଛି। ଭାରତକୁ ହରାଇଲେ ପିସିବି କମକର୍ତ୍ତାମାନେ ଖୁସି ହେବେ ବୋଲି ଖୋଲାଖୋଲି କହିଛନ୍ତି। ଏଭଳି ଅବସ୍ଥାରେ ମ୍ୟାଚ୍‌‌ଟି ଯେତିକି ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି, ସେହିପରି ଏକତରଫା ହେବାର ମଧ୍ୟ ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଲୋକସଭାରୁ ୮ ବିରୋଧୀ ସାଂସଦ ନିଲମ୍ବିତ: ଚୀନ୍ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା

ଏଭଳି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ବେଳେ ଯେଉଁ ଦଳର ଖେଳାଳିମାନେ ‘ଚାପ’କୁ ଉପଯୁକ୍ତ ମୁକାବିଲା କରିପାରିବେ, ସେହି ଦଳ ନିଶ୍ଚିତ ବିଜୟୀ ହେବ। ଏହା ଛଡ଼ା ପାକିସ୍ତାନକୁ ହରାଇବାକୁ ହେଲେ ଭାରତକୁ ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରେ ଥିବା ଫାଷ୍ଟ ବୋଲରଙ୍କୁ ଉଚିତ ମୁକାବିଲା କରିବାକୁ ପଡ଼ିବ। ଏହି ମୁକାବିଲା ପୂର୍ବରୁ ପାକିସ୍ତାନର ଫାଷ୍ଟ ବୋଲିଂ ଜବରଦସ୍ତ ଫର୍ମରେ ଥିଲାବେଳେ ଭାରତୀୟ ଟପ୍‌‌ ଅର୍ଡର ବ୍ୟାଟିଂର ସ୍ଥିରତା ନାହିଁ। ଏଣୁ ଭାରତକୁ ନିଶ୍ଚିତ ଏହି ସୁପରଫାଷ୍ଟ ଏକ୍ସପ୍ରେସମାନଙ୍କୁ ମୁକାବିଲା କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: କଙ୍ଗୋର ଏକ ପ୍ରମୁଖ ଖଣି ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ: ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

କ୍ରିକେଟ ଦୃଷ୍ଟିକୋଣରୁ ଦେଖିଲେ କେବଳ ଏହି ମୁକାବିଲା ନୁହେଁ, ବରଂ ସମଗ୍ର ଏସିଆ କପ ଉଭୟ ଦେଶ ଲାଗି ଗୁରୁତ୍ୱପୂର୍ଣ୍ଣ। ଅକ୍ଟୋବର ୫ରୁ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଏହି ପ୍ରତିଯୋଗିତା ମୋମେଣ୍ଟମ ଆଣିପାରିବ। ବିଶ୍ବର ନଂ.୧ ଦଳ ପାକିସ୍ତାନ ଏକ କ୍ୱାଲିଟି ପ୍ରତିଦ୍ୱନ୍ଦ୍ୱୀ। ଏହି ଦଳ ବିପକ୍ଷରେ ମ୍ୟାଚ୍‌‌ ଜିତିବା ଅର୍ଥ ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ଉପଯୁକ୍ତ ପ୍ରସ୍ତୁତି କରିବା। ଭାରତୀୟ ଦଳ ମଧ୍ୟ ପାକିସ୍ତାନକୁ ଆଖିଆଗରେ ରଖି ରଣନୀତି ପ୍ରସ୍ତୁତି କରିଛି। ବେଙ୍ଗାଲୁରରେ ଭଲ ଅଭ୍ୟାସ ମଧ୍ୟ କରିଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଲାଗି ମନୋନୀତ ହୋଇଥିବା ଖେଳାଳିମାନେ କୌଣସି ଦିନିକିଆ ମ୍ୟାଚ୍‌‌ ଏକତ୍ର ହୋଇ ଖେଳି ନାହାନ୍ତି। ଏଣୁ ଦଳ ଫିଟ୍‌‌ ଥାଆନ୍ତୁ କିମ୍ବା ଖେଳାଳିମାନେ ଫର୍ମରେ ନଥାନ୍ତୁ, ସେଥିଲାଗି ସମର୍ଥକମାନେ ବିଜୟ ହାତଛଡ଼ା କରିବାକୁ ଆଦୌ ଚାହିଁବେ ନାହିଁ। ଭାରତୀୟ ବ୍ୟାଟରଙ୍କ ନିକଟରେ ଫର୍ମ ନାହିଁ, ପାକିସ୍ତାନ ଫାଷ୍ଟ ବୋଲର ଶକ୍ତିଶାଳୀ, ଏହାକୁ ଦୃଷ୍ଟିରେ ରଖି ଲଢ଼େଇ କରିବାକୁ ଭାରତୀୟ ଦଳ ପ୍ରସ୍ତୁତ ହେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ଭାରତୀୟ ଦଳର ଟପ୍‌‌ ଓ ମିଡଲ ଅର୍ଡର ବ୍ୟାଟିଂ ଏବେ ପରୀକ୍ଷାର ସମ୍ମୁଖୀନ ହୋଇଛି। ଟପ୍‌‌ ଅର୍ଡରରେ ରୋହିତ ଶର୍ମା, ଶୁବମାନ ଗିଲ (ଫାଷ୍ଟ ବୋଲରଙ୍କୁ ଖେଳିପାରୁନାହାନ୍ତି) ଓ ବିରାଟ କୋହଲି ଖେଳିବାକୁ ଥିବାରୁ ଏମାନେ ବିଶ୍ୱର ଯେକୌଣସି ଭୟଙ୍କର ବୋଲରଙ୍କୁ ମୁକାବିଲା କରିବାର ଦକ୍ଷତା ରଖିଛନ୍ତି। କିନ୍ତୁ ଫର୍ମରେ ଥିବା ପାକିସ୍ତାନୀ ଫାଷ୍ଟ ବୋଲର ସାହିନ ଶାହା ଆଫ୍ରିଦୀ, ନସୀମ ଶାହ ଓ ହାରିସ ରୌଫଙ୍କ ସହ ଅନ୍ୟମାନଙ୍କୁ କିପରି ଏମାନେ ମୁକାବିଲା କରିବେ, ତାହା ଉପରେ ଭାରତର ସଫଳତା ନିର୍ଭର କରେ। ଏଣୁ ଏଠାରେ ଫର୍ମ ଓ କ୍ଲାସ୍‌‌ର ଆବଶ୍ୟକତା ରହିଛି। ପାକିସ୍ତାନର ଏହି ୩ ବୋଲର ଚଳିତବର୍ଷ ମିଳିତଭାବେ ୪୯ଟି ୱିକେଟ ନେଇସାରିଛନ୍ତି। ଏମାନଙ୍କ ମଧ୍ୟରେ ହାରିସ ରୌଫ୍‌‌ ୧୦ଟି ମ୍ୟାଚ୍‌‌ ଖେଳି ୧୭ ୱିକେଟ ପାଇଛନ୍ତି। ସ୍ପିନର ସଦାବ ଖାନ୍‌‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ପାକିସ୍ତାନର ଫାଷ୍ଟ ବୋଲରଙ୍କ ଭଳି ଟପ୍‌‌-୩ ବ୍ୟାଟର ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିନାୟକ ବାବର ଆଜମ (୬୮୯ ରନ୍‌‌), ଫକର ଜମାନ (୫୯୩ ରନ୍‌‌) ଓ ଇମାମ୍‌‌-ଉଲ-ହକ୍‌‌ (୩୬୧) ରନ କରିଛନ୍ତି। ଏମାନଙ୍କ ପଛକୁ ମହମ୍ମଦ୍‌‌ ରିଜୱାନ୍‌‌ ରହିଛନ୍ତି।

ଭାରତୀୟ ଦଳ ଏବେ ସୁଦ୍ଧା କାହାକୁ ଖେଳାଇବ ବା ନ ଖେଳାଇବ ତାହା ସ୍ଥିର କରିପାରି ନାହିଁ। ଲୋକେଶ ରାହୁଲଙ୍କ ସ୍ଥାନରେ ଜଣେ ବାମହାତୀ ବ୍ୟାଟର ଭାବେ ୱିକେଟରକ୍ଷକ ଇଶାନ କିସାନଙ୍କୁ ସ୍ଥାନ ମିଳିପାରେ। ଶ୍ରେୟସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟା ମିଡଲ ଅର୍ଡର ପୂରଣ କରିବେ। ଭାରତ ଲାଗି ଖୁସିର ଖବର ହେଲା ଯଶପ୍ରୀତ୍‌‌ ବୁମ୍‌‌ରାଙ୍କ ଫିଟ୍‌‌ ହେବା। କିନ୍ତୁ ସେ କିପରି ହାଇଭୋଲ୍ଟେଜ ଗେମ୍‌‌ରେ ତିଷ୍ଠିବେ ତାହାକୁ ନେଇ ଚିନ୍ତା। ମହମ୍ମଦ ସାମି ଓ ମହମ୍ମଦ୍‌‌ ସିରାଜ ପେସ୍‌‌ ବୋଲର ଭାବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବାର ସମ୍ଭାବନା ଅଧିକ। ଉଭୟ ଦଳର ମିଡଲ ଅର୍ଡର ଦୁର୍ବଳ। ଏଥିରୁ ଯିଏ ଫାଇଦା ନେବ ସେହି ଦଳ ଆଗରେ ରହିବ ନିଶ୍ଚୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp