ଏସିଆ କପ୍‌ : ରବିବାର ଭାରତ-ପାକିସ୍ତାନ ମଧ୍ୟରେ ପୁଣି ଏକ ହାଇଭୋଲଟେଜ୍ ମ୍ୟାଚ୍‌

The Sakala Picture
Published On

ଦୁବାଇ: ଆଜି ଏସିଆ କପ୍‌ର ଷଷ୍ଠ ମ୍ୟାଚରେ ପାକିସ୍ତାନ ଦୁର୍ବଳ ହଂକଂକୁ ୧୫୫ ରନର ବିଶାଳ ବ୍ୟବଧାନରେ ହରାଇଛି। ଏହି ବିଜୟ ସହ ପାକିସ୍ତାନ ଚତୁର୍ଥ ଦଳ ଭାବେ ଏସିଆ କପ୍‌ର ସୁପର ୪ରେ ପ୍ରବେଶ କରିଛି। ଯାହା ଫଳରେ ପୁଣିଥରେ ସେପ୍ଟେମ୍ବର ୪ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଏକ ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିବ। ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ […]

ଦୁବାଇ: ଆଜି ଏସିଆ କପ୍‌ର ଷଷ୍ଠ ମ୍ୟାଚରେ ପାକିସ୍ତାନ ଦୁର୍ବଳ ହଂକଂକୁ ୧୫୫ ରନର ବିଶାଳ ବ୍ୟବଧାନରେ ହରାଇଛି। ଏହି ବିଜୟ ସହ ପାକିସ୍ତାନ ଚତୁର୍ଥ ଦଳ ଭାବେ ଏସିଆ କପ୍‌ର ସୁପର ୪ରେ ପ୍ରବେଶ କରିଛି। ଯାହା ଫଳରେ ପୁଣିଥରେ ସେପ୍ଟେମ୍ବର ୪ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଏକ ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିବ। ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ସୁପରସଣ୍ଡେରେ ପୁଣି ଏକ ରୋମାଞ୍ଚକର ମୁକାବିଲାକୁ ସମଗ୍ର ବିଶ୍ବର କ୍ରିକେଟ ପ୍ରେମି ଉପଭୋଗ କରିବେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଟି-୨୦ ଓ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଲେ ହର୍ଷିତ ରାଣା, ଯଶପ୍ରୀତ ବୁମରା ଫିଟ୍ ଘୋଷିତ

ଆଜି ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ପକ୍ଷରୁ ହଂକଂକୁ ୧୯୪ ରନ୍‌ର ବିଶାଳ ଲକ୍ଷ୍ୟ ଦିଆଯାଇଥିଲା। ଆଜି ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ପାକିସ୍ତାନ ୨ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ଏହି ମ୍ୟାଚ୍ ଜିତି ସୁପର ୪ରେ ପହଞ୍ଚିବାକୁ ହେଲେ ହଂକଂ ସମ୍ମୁଖରେ ଥିଲା ୧୯୪ ରନର ବିଜୟ ଲକ୍ଷ୍ୟ। ମହମ୍ମଦ ରିଜଓ୍ବା ୫୭ ବଲରୁ ୬ ଚୌକା ଏବଂ ୧ ଛକା ବଳରେ ଅପରାଜିତ ୭୮ ରନର ବଡ ଇନିଂସ ଖେଳିଥିବା ବେଳେ ଫକର ଜମାନ ୪୧ ବଲ୍‌ରୁ ୫୩ ରନ କରିଛନ୍ତି। ଖୁସଦିଲ ଶାହଙ୍କ ମାତ୍ର ୧୫ ବଲରୁ ୫ ଛକା ସହ ୩୫ ରନର ବିସ୍ଫୋରକ ବ୍ୟାଟିଂ ବଳରେ ଏହି ସ୍କୋର କରି ପାରିଥିଲା ପାକିସ୍ତାନ।

ଆହୁରି ପଢ଼ନ୍ତୁ: ଏସିଆରେ ଭାରତର ଦବଦବା, କିନ୍ତୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଏବେ ଅସଲ ଆହ୍ୱାନ

ପାକିସ୍ତାନ ଦ୍ଵାରା ଦିଆଯାଇଥିବା ବିଶାଳ ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହଂକଂ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରି ୧୦.୪ ଓଭରେ ମାତ୍ର ୩୮ ରନରେ ଅଲଆଉଟ୍ ହୋଇଛି। ଦଳର ଜଣେ ହେଲେ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ଏସିଆ କପ୍‌ ଇତିହାସର ହଂକଂ ନାଁରେ ଏକ ଅଲୋଡା ରେକର୍ଡ ରହି ଯାଇଛି। ପାକିସ୍ତାନ ପକ୍ଷରୁ ଶାଦବ ଖାନ ମାତ୍ର ୮ ରନ ଦେଇ ୪ ସଫଳତା ପାଇଛନ୍ତି। ମହମ୍ମଦ ନଓ୍ଵାଜ ୫ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ନସୀମ ଶାହ ୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ବରୁଣ ଚକ୍ରବର୍ତ୍ତୀ, ଏସୀୟ କ୍ରୀଡ଼ା ଖେଳିବା ନେଇ ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର