ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ପାକିସ୍ତାନ ମ୍ୟାଚ, ଉଭୟ ଦଳକୁ ମିଳିଲା ଗୋଟିଏ ଲେଖାଏ ପଏଣ୍ଟ

The Sakala Picture
Published On

ପାଲିକଲ: ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚ ବର୍ଷାରେ ଧୋଇଯାଇଛି। ପ୍ରଥମରୁ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ପାକିସ୍ତାନ ଆଗରେ ୨୬୭ ରନର ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି । ଦୁଇ ଟିମ […]

ପାଲିକଲ: ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚ ବର୍ଷାରେ ଧୋଇଯାଇଛି। ପ୍ରଥମରୁ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ପାକିସ୍ତାନ ଆଗରେ ୨୬୭ ରନର ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି । ଦୁଇ ଟିମ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି। ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହି ମହାମୁକାବିଲା ଦେଖିବାକୁ ଅନେକ ଦିନ ପୂର୍ବରୁ ଅପେକ୍ଷା କରିରହିଥିବା କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ବି ଭାରତରେ ନାହିଁ ଇନ୍ଧନର ଅଭାବ; ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ଶ୍ରୀଲଙ୍କାର କ୍ୟାଣ୍ଡୀରେ ଖେଳା ଯାଉଥିବା ମ୍ୟାଚ୍‌ର ଆରମ୍ଭରୁ ହିଁ ବର୍ଷା ହୋଇଥିଲା। ତଥାପି ଠିକଣା ସମୟରେ ଟସ୍‌ ପଡ଼ିବା ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ଭାରତ ପାକିସ୍ତାନ ବୋଲରଙ୍କୁ ସାମ୍ନା କରିନପାରି ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାରେ ବିଫଳ ହୋଇଛନ୍ତି । ଭାରତ ତାର ସମସ୍ତ ୱିକେଟ ହରାଇ ୪୮.୫ ଓଭରରେ ୨୬୭ ରନ କରିବାରେ ସଫଳ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୯୦ଟି ବଲ ଖେଳି ୮୭ ରନର ଏକ ବଡପାରି ଖେଳିଥିଲେ । ସେହିଭଳି ଇଷାନ କିଷନ ୮୧ ରନ ବଲ ଖେଳି ୮୨ ରନ କରିଥିଲେ। ଆରମ୍ଭରୁ ହିଁ ପାକିସ୍ତାନର ପେସର ମାନେ ଭାରତୀୟ ବ୍ୟାଟରମାନଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଲଗାତାର ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଭାରତୀୟ ବ୍ୟାଟର ଆଦୌ ସାମ୍ନା କରି ପାରି ନଥିଲେ। ଆଫ୍ରିଦି ଟିମ ଇଣ୍ଡିଆର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବୋଲ୍ଡ କରି ଭାରତୀୟ ବ୍ୟାଟିଂ ଲାଇନ ଅପକୁ ଦୋହଲାଇ ଦେଇଥିଲେ। ଏହାପରେ ଶ୍ରେୟସ ଆୟର ଓ ଶୁବମନ ଗିଲ୍‌ଙ୍କୁ ହାରିସ ରୌଫ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଆହୁରି ପଢ଼ନ୍ତୁ: କ୍ରସ୍‌ ଭୋଟିଂକୁ ନେଇ କଡ଼ା ଭାଷାରେ ଭର୍ତ୍ସନା କଲେ ନବୀନ; କହିଲେ, 'ମୁଁ ବାରମ୍ବାର କହୁଛି କି ବିଜେପି ଘୋଡ଼ା ବେପାର କରୁଛି'

ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଥିଲେ ଇଶାନ କିଷନ ।ଦଳ ୬୬ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଈଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ୫ ୱିକେଟ ପାଇଁ ୧୩୮ ରନ ଯୋଡ଼ିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୨୦୪ରେ ଥିବା ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ଈଶାନ କିଶନ(୮୨) ରୌଫଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ। ଇଶାନ ୮୨ ରନ କରି ଆଉଟ ହୋଇଥିବାବେଳେ ପାଣ୍ଡ୍ୟା ୮୭ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ଦଳର ନିମ୍ନକ୍ରମ ବିଫଳ ହୋଇଥିଲା, ଫଳରେ ଦଳ ୫୦ ଓଭର ସଂପୂର୍ଣ୍ଣ କରିପାରିନଥଲା ଓ ୪୮.୫ ଓଭରରେ ୨୬୬ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନର ୩ ଜଣ ଦ୍ରୁତ ବୋଲର ଶାହିନ ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ ଭାରତର ସବୁତକ ଓ୍ବିକେଟ ନେଇଥିଲେ । ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ ଓ ହରିଶ ରୌଫ ୩ଟି ଲେଖାଏ ସଫଳତା ପାଇଛନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ

ଭାରତ ପକ୍ଷରୁ ଦିଆଯାଇଥିବା ୨୬୭ ରନର ଟାର୍ଗେଟକୁ ନେଇ ପାକିସ୍ତାନ ବ୍ୟାଟିଂ କରିବାକୁ ପ୍ରସ୍ତୁତ ହେଉଥିଲେ ମଧ୍ୟ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଫଳରେ ପାକିସ୍ତାନ ତା’ର ଇନିଂସ ଧାର୍ଯ୍ୟ ସମୟ ୮.୧୬ରେ ଆରମ୍ଭ କରି ପାରି ନଥିଲା। ରାତି ପ୍ରାୟ ୯ଟା ବେଳେ ବର୍ଷା ଛାଡ଼ି ଥିଲା। ଏହାପରେ ଖେଳାଳିମାନେ ଅଭ୍ୟାସ ପାଇଁ ଆସିଥିଲେ। କିନ୍ତୁ ପୁଣି ବର୍ଷା ମ୍ୟାଚ୍‌ରେ ବାଧକ ସାଜିଥିଲା। ବର୍ଷା ଆଉ ନ ଛାଡ଼ିବାରୁ ରାତି ପ୍ରାୟ ୧୦ଟା ବେଳେ ମ୍ୟାଚ୍‌ ରେଫରୀ ଓ ଦୁଇ ଅମ୍ପାୟାର ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଦଳ ମଧ୍ୟ ଏଥିରେ ରାଜି ହୋଇଥିଲେ। ଫଳରେ ମ୍ୟାଚକୁ ବାତିଲ କରାଯିବା ସହ ପଏଣ୍ଟ ଭାଗ କରାଯାଇଥିଲା ।

02 Sep 2023 By The Sakala

ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ପାକିସ୍ତାନ ମ୍ୟାଚ, ଉଭୟ ଦଳକୁ ମିଳିଲା ଗୋଟିଏ ଲେଖାଏ ପଏଣ୍ଟ

ପାଲିକଲ: ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚ ବର୍ଷାରେ ଧୋଇଯାଇଛି। ପ୍ରଥମରୁ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ପାକିସ୍ତାନ ଆଗରେ ୨୬୭ ରନର ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି । ଦୁଇ ଟିମ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି। ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହି ମହାମୁକାବିଲା ଦେଖିବାକୁ ଅନେକ ଦିନ ପୂର୍ବରୁ ଅପେକ୍ଷା କରିରହିଥିବା କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି ।

ଶ୍ରୀଲଙ୍କାର କ୍ୟାଣ୍ଡୀରେ ଖେଳା ଯାଉଥିବା ମ୍ୟାଚ୍‌ର ଆରମ୍ଭରୁ ହିଁ ବର୍ଷା ହୋଇଥିଲା। ତଥାପି ଠିକଣା ସମୟରେ ଟସ୍‌ ପଡ଼ିବା ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ଭାରତ ପାକିସ୍ତାନ ବୋଲରଙ୍କୁ ସାମ୍ନା କରିନପାରି ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାରେ ବିଫଳ ହୋଇଛନ୍ତି । ଭାରତ ତାର ସମସ୍ତ ୱିକେଟ ହରାଇ ୪୮.୫ ଓଭରରେ ୨୬୭ ରନ କରିବାରେ ସଫଳ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୯୦ଟି ବଲ ଖେଳି ୮୭ ରନର ଏକ ବଡପାରି ଖେଳିଥିଲେ । ସେହିଭଳି ଇଷାନ କିଷନ ୮୧ ରନ ବଲ ଖେଳି ୮୨ ରନ କରିଥିଲେ। ଆରମ୍ଭରୁ ହିଁ ପାକିସ୍ତାନର ପେସର ମାନେ ଭାରତୀୟ ବ୍ୟାଟରମାନଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଲଗାତାର ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଭାରତୀୟ ବ୍ୟାଟର ଆଦୌ ସାମ୍ନା କରି ପାରି ନଥିଲେ। ଆଫ୍ରିଦି ଟିମ ଇଣ୍ଡିଆର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବୋଲ୍ଡ କରି ଭାରତୀୟ ବ୍ୟାଟିଂ ଲାଇନ ଅପକୁ ଦୋହଲାଇ ଦେଇଥିଲେ। ଏହାପରେ ଶ୍ରେୟସ ଆୟର ଓ ଶୁବମନ ଗିଲ୍‌ଙ୍କୁ ହାରିସ ରୌଫ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଥିଲେ ଇଶାନ କିଷନ ।ଦଳ ୬୬ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଈଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ୫ ୱିକେଟ ପାଇଁ ୧୩୮ ରନ ଯୋଡ଼ିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୨୦୪ରେ ଥିବା ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ଈଶାନ କିଶନ(୮୨) ରୌଫଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ। ଇଶାନ ୮୨ ରନ କରି ଆଉଟ ହୋଇଥିବାବେଳେ ପାଣ୍ଡ୍ୟା ୮୭ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ଦଳର ନିମ୍ନକ୍ରମ ବିଫଳ ହୋଇଥିଲା, ଫଳରେ ଦଳ ୫୦ ଓଭର ସଂପୂର୍ଣ୍ଣ କରିପାରିନଥଲା ଓ ୪୮.୫ ଓଭରରେ ୨୬୬ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନର ୩ ଜଣ ଦ୍ରୁତ ବୋଲର ଶାହିନ ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ ଭାରତର ସବୁତକ ଓ୍ବିକେଟ ନେଇଥିଲେ । ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ ଓ ହରିଶ ରୌଫ ୩ଟି ଲେଖାଏ ସଫଳତା ପାଇଛନ୍ତି।

ଭାରତ ପକ୍ଷରୁ ଦିଆଯାଇଥିବା ୨୬୭ ରନର ଟାର୍ଗେଟକୁ ନେଇ ପାକିସ୍ତାନ ବ୍ୟାଟିଂ କରିବାକୁ ପ୍ରସ୍ତୁତ ହେଉଥିଲେ ମଧ୍ୟ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଫଳରେ ପାକିସ୍ତାନ ତା’ର ଇନିଂସ ଧାର୍ଯ୍ୟ ସମୟ ୮.୧୬ରେ ଆରମ୍ଭ କରି ପାରି ନଥିଲା। ରାତି ପ୍ରାୟ ୯ଟା ବେଳେ ବର୍ଷା ଛାଡ଼ି ଥିଲା। ଏହାପରେ ଖେଳାଳିମାନେ ଅଭ୍ୟାସ ପାଇଁ ଆସିଥିଲେ। କିନ୍ତୁ ପୁଣି ବର୍ଷା ମ୍ୟାଚ୍‌ରେ ବାଧକ ସାଜିଥିଲା। ବର୍ଷା ଆଉ ନ ଛାଡ଼ିବାରୁ ରାତି ପ୍ରାୟ ୧୦ଟା ବେଳେ ମ୍ୟାଚ୍‌ ରେଫରୀ ଓ ଦୁଇ ଅମ୍ପାୟାର ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଦଳ ମଧ୍ୟ ଏଥିରେ ରାଜି ହୋଇଥିଲେ। ଫଳରେ ମ୍ୟାଚକୁ ବାତିଲ କରାଯିବା ସହ ପଏଣ୍ଟ ଭାଗ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର