ଏସିଆ କପ: ଆଜି ଭାରତ-ହଂକଂ ମଧ୍ୟରେ ମୁକାବିଲା, ବଡ଼ ବିଜୟ ସହ ସୁପର-୪ରେ ପହଞ୍ଚିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ

The Sakala Picture
Published On

ଦୁବାଇ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଏସିଆ କପ୍‍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ଆଜି ଅପେକ୍ଷାକୃତ ଦୁର୍ବଳ ହଂକଂକୁ ଭେଟିବ। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ଟି ବଲ ବାକି ରଖି ୫ ୱିକେଟରେ ପରାସ୍ତ କରିଥିଲା। ଫଳରେ ଭାରତର ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍କୁ କିନ୍ତୁ ଭାରତ ବୃହତ୍‍ ବ୍ୟବଧାନରେ ଜିତିବା ପାଇଁ ପ୍ରୟାସ କରିବ। ଆଉ […]

ଦୁବାଇ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଏସିଆ କପ୍‍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ଆଜି ଅପେକ୍ଷାକୃତ ଦୁର୍ବଳ ହଂକଂକୁ ଭେଟିବ। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ଟି ବଲ ବାକି ରଖି ୫ ୱିକେଟରେ ପରାସ୍ତ କରିଥିଲା। ଫଳରେ ଭାରତର ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍କୁ କିନ୍ତୁ ଭାରତ ବୃହତ୍‍ ବ୍ୟବଧାନରେ ଜିତିବା ପାଇଁ ପ୍ରୟାସ କରିବ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଆଉ ଗୋଟିଏ ମ୍ୟାଚ୍‍ ଜିତିଲେ ଭାରତ ସୁପର-୪ରେ ସ୍ଥାନ ହାସଲ କରିବ। ହଂକଂଙ୍କୁ ଭାରତ ଆଦୌ ହାଲକା ଭାବେ ଗ୍ରହଣ କରିବ ନାହିଁ। ଏସିଆ କପ୍‍ କ୍ୱାଲିଫାୟର୍ସରେ ହଂକଂ ସବୁ ୩ଟି ମ୍ୟାଚ୍‍ ଜିତି ମୁଖ୍ୟ ଡ୍ରରେ ସାମିଲ ହୋଇଥିଲା। ହଂକଂ କ୍ୱାଲିଫାୟର୍ସରେ ଆୟୋଜକ ୟୁଏଇ, ସିଙ୍ଗାପୁର ଓ କୁଏତ ଭଲି ଦଳକୁ ପରାସ୍ତ କରିଥିଲା। ଏହାପୂର୍ବରୁ ଶେଷଥର ପାଇଁ ଭାରତ ଓ ହଂକଂ ୨୦୧୮ ଏସିଆକପ୍‍ରେ ପରସ୍ପରକୁ ଭେଟିଥିଲେ। ଓଡ଼ିଆ ଖେଳାଳି ଅଂଶୁମାନ ରଥଙ୍କ ଦୃଢ଼ ବ୍ୟାଟିଂ ବଳରେ ହଂକଂ ଭାରତକୁ କଡ଼ା ଟକ୍କର ଦେଇଥିଲା ଓ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ଟି-୨୦ କ୍ରିକେଟରେ ବିପର୍ଯ୍ୟୟ ଘଟାଇବା କୌଣସି ଦଳ ପାଇଁ ଅସମ୍ଭବ ନୁହଁ। କ୍ରିକେଟର ଏହି ଛୋଟ ଫର୍ମାଟ୍‍ରେ ସବୁ ପୂର୍ବାନୁମାନ ଭୁଲ ହୋଇପାରେ। ତେଣୁ ଭାରତ ଏହି ମ୍ୟାଚ୍‍କୁ ଗୁରୁତର ସହ ଗ୍ରହଣ କରିବ।

ଆହୁରି ପଢ଼ନ୍ତୁ: ଇଂଲଣ୍ଡରେ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ, ଏକାକୀ ନେଲେ ୧୦ ୱିକେଟ୍, ଗୌତମ ଗମ୍ଭୀରଙ୍କୁ ଦେଲେ କଡ଼ା ବାର୍ତ୍ତା

ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିଲେ ମଧ୍ୟ ଭାରତର କେତୋଟି ସମସ୍ୟା ରହିଛି। ଯଦି ଏଗୁଡିକର ସମାଧାନ ହେବ ତାହାଲେ ଭାରତ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିବ। ଏହା ପୂର୍ବରୁ ଭାରତ ଦିନିକିଆ ସିରିଜରେ ୩-୦ରେ ଜିମ୍ବାୱେକୁ ପରାସ୍ତ କରି କ୍ଲିନ୍‍ ସୁଇପ୍‍ କରିଥିଲା। ପାକିସ୍ତାନ ବିପକ୍ଷରେ ଶୂନରେ ଆଉଟ ହୋଇଥିବା ଲୋକେଶ ରାହୁଲଙ୍କୁ ଯଦି ଦଳରୁ ବାଦ୍‍ ଦିଆଯାଏ ତାହାଲେ ଦୀପକ ହୁଦା କିମ୍ବା ରିଷଭ ପନ୍ତ ସାମିଲ ହୋଇାପାରନ୍ତି। ରୋହିତ ଶର୍ମା ଓ ବିରାଟ କୋହଲି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ରୋହିତ ଚଳିତ ବର୍ଷ ୧୪ ଟି-୨୦ ମ୍ୟାଚ୍‍ ଖେଳିଥିଲେ ମଧ୍ୟ ମାତ୍ର ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପ୍ରଥମ ମ୍ୟାଚ୍‍ର ହିରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଆହୁରି ପଢ଼ନ୍ତୁ: କୁଲଦୀପ ଯାଦବଙ୍କ ରେକର୍ଡ ଭାଙ୍ଗିଲେ ଶ୍ରୀ ଚାରାନି, ହେଲେ ଦ୍ରୁତତମ ୫୦ ଟି-୨୦ ୱିକେଟ୍ ନେଇଥିବା ଭାରତୀୟ

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଆଭେସ ଖାନ ଓ ଅର୍ଶଦୀପ ସିଂ।
ହଂକଂ ଦଳ: ନିଜାକତ ଖାନ୍‍ (ଅଧିନାୟକ), ୟାସିମ ମୁର୍ତ୍ତାଜା, ବାବର ହାୟାତ, କିଞ୍ଚିତ ଶାହା, ଏଇଜାଜ ଖାନ, ସ୍କଟ ମ୍ୟାକେନ, ଜିସାନ ଅଲି, ହାରୁନ ଅର୍ଶାଦ, ଏହସାନ ଖାନ, ମହମ୍ମଦ ଘଜନଫର ଓ ଆୟୁସ ଶୁକ୍ଳା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର