ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟି-୨୦, ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

The Sakala Picture
Published On

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ପ୍ରଥମେ କ୍ଲିନ୍ ସ୍ଵିପ୍। ଏବେ ଟି-୨୦ରେ ଦ୍ବିତୀୟ ମୁକାବିଲା ଆଜି ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ସହଜରେ ଜିତିଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌କୁ ସମାନ ପରିମାଣରେ ଜିତି ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିଛି। ଏହି ସିରିଜ୍‌ରେ ଭାରତର ସବୁ କ୍ଲିକ୍ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ଯେପରି ସଫଳତା ପାଇଛି ମିଡଲ ଅର୍ଡର ମଧ୍ୟ ଅନୁରୂପ ଭାବେ ମ୍ୟାଚ୍ ଫିନିଶ୍ କରିଛି। ଭାରତୀୟ ମାଟିରେ ସ୍ପିନରଙ୍କ […]

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ପ୍ରଥମେ କ୍ଲିନ୍ ସ୍ଵିପ୍। ଏବେ ଟି-୨୦ରେ ଦ୍ବିତୀୟ ମୁକାବିଲା ଆଜି ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ସହଜରେ ଜିତିଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌କୁ ସମାନ ପରିମାଣରେ ଜିତି ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିଛି। ଏହି ସିରିଜ୍‌ରେ ଭାରତର ସବୁ କ୍ଲିକ୍ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ଯେପରି ସଫଳତା ପାଇଛି ମିଡଲ ଅର୍ଡର ମଧ୍ୟ ଅନୁରୂପ ଭାବେ ମ୍ୟାଚ୍ ଫିନିଶ୍ କରିଛି। ଭାରତୀୟ ମାଟିରେ ସ୍ପିନରଙ୍କ ଦବଦବା ରହିଛି। ଏହି ସ୍ପିନରଙ୍କୁ ମୁକାବିଲା କରିବା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ଲାଗି କାଠିକର ପାଠ ହୋଇଯାଉଛି। କିନ୍ତୁ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କ ଫର୍ମକୁ ନେଇ ଟିମ୍ ମ୍ୟାନେଜ୍‌ମେଣ୍ଟ ଚିନ୍ତିତ ହେବା ସ୍ଵାଭାବିକ। ଦିନିକିଆ ସିରିଜ୍ ହେଉ କିମ୍ବା ପ୍ରଥମ ଟି-୨୦ରେ ବିରାଟଙ୍କ ବ୍ୟାଟ କଥା କହିନାହିଁ । ସେ ଫର୍ମରେ ନଥିବାରୁ ତାଙ୍କୁ ଦଳରୁ ବାଦ୍ ଦେବାକୁ ଚାପ ପଡ଼ିଲାଣି। ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଟିମ୍ ମ୍ୟାନେଜ୍‌ମେଣ୍ଟ ବିରାଟଙ୍କୁ ସମର୍ଥନ କରୁଥିଲେ ମଧ୍ୟ ନବାଗତ ଖେଳାଳିଙ୍କୁ ସମର୍ଥନ କରୁଥିବା ପ୍ରଶଂସକ ସମାଲୋଚନା କରିବା ଆରମ୍ଭ କଲେଣି। ମ୍ୟାଚର ସ୍ଥିତିକୁ ଦେଖିଲେ ଏହି ମ୍ୟାଚ୍ ଲାଗି ଭାରତୀୟ ଦଳରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତକୁ କୌଣସି ବିଭାଗରେ ଉଚିତ ମୁକାବିଲା କରିପାରି ନାହିଁ । ଦଳ ମଧ୍ୟ ଏବେ ଭଲ ଫର୍ମରେ ନାହିଁ। କିନ୍ତୁ ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ଏହି ମ୍ୟାଚ୍ ରେ ସୁଯୋଗ ମିଳିବା ନିଶ୍ଚିତ । ଦଳ ମଧ୍ୟ ଅଧିକ ସ୍ପିନରଙ୍କୁ ନେଇ ଖେଳିବ ବୋଲି ଅଧିନାୟକ କାଇରନ ପୋଲାର୍ଡ ସୂଚନା ଦେଇଛନ୍ତି। ପ୍ରଥମ ଟି-୨୦ରେ ସ୍ପିନରମାନେ କିଛିଟା ସମ୍ମାନ ରଖିଥିଲେ। ଏଣୁ ଫାବିଏନ୍ ଆଲେନ, ରୋଷ୍ଟୋନ ଚେକ୍‌ଙ୍କ ସମେତ ହେଡେନ ୱାଲ୍‌ ଜୁନିଅରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏହା ସହ ୱେଷ୍ଟଇଣ୍ଡିଜ ବ୍ୟାଟରମାନେ ଯଦି ଭାରତୀୟ ସ୍ପିନକୁ ଉଚିତ ମୁକାବିଲା କରି ନପାରନ୍ତି, ତେବେ ମ୍ୟାଚ୍ ଜିତିବା ସେମାନଙ୍କ ଲାଗି ସ୍ବପ୍ନ ହୋଇଯିବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp