ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

The Sakala Picture
Published On

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆଜିଠାରୁ ଏଠାରେ ଆରମ୍ଭ ହେବ। ଏହା ପୂର୍ବରୁ ଖେଳାଯାଇଥିବା ଟେଷ୍ଟ ସିରିଜ୍‍କୁ ୩-୧ ଓ ଟି-୨୦ ସିରିଜ୍‍କୁ ୩-୨ରେ ଜିତିଥିବା ଭାରତ ଦିନିକିଆ ସିରିଜ୍‍କୁ ମଧ୍ୟ ଜିତିବାକୁ ଚେଷ୍ଟା କରିବ। ଏଥିଲାଗି ଉଭୟ ଦଳ ଲଢ଼େଇଲାଗି କ୍ଷେତ୍ର ପ୍ରସ୍ତୁତ କରିସାରିଥିଲାବେଳେ ବିଶ୍ୱଚାମ୍ପିଅନ୍‍ ଇଂଲଣ୍ଡକୁ ପରାଜୟର ରାସ୍ତା ଦେଖାଇବା ଲାଗି ବିରାଟ କୋହଲିଙ୍କ ଦଳ ସମସ୍ତ ପ୍ରସ୍ତୁତି ଶେଷ କରିଛି। ପୁଣେରେ ମ୍ୟାଚ୍‍ ଗୁଡ଼ିକ […]

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆଜିଠାରୁ ଏଠାରେ ଆରମ୍ଭ ହେବ। ଏହା ପୂର୍ବରୁ ଖେଳାଯାଇଥିବା ଟେଷ୍ଟ ସିରିଜ୍‍କୁ ୩-୧ ଓ ଟି-୨୦ ସିରିଜ୍‍କୁ ୩-୨ରେ ଜିତିଥିବା ଭାରତ ଦିନିକିଆ ସିରିଜ୍‍କୁ ମଧ୍ୟ ଜିତିବାକୁ ଚେଷ୍ଟା କରିବ। ଏଥିଲାଗି ଉଭୟ ଦଳ ଲଢ଼େଇଲାଗି କ୍ଷେତ୍ର ପ୍ରସ୍ତୁତ କରିସାରିଥିଲାବେଳେ ବିଶ୍ୱଚାମ୍ପିଅନ୍‍ ଇଂଲଣ୍ଡକୁ ପରାଜୟର ରାସ୍ତା ଦେଖାଇବା ଲାଗି ବିରାଟ କୋହଲିଙ୍କ ଦଳ ସମସ୍ତ ପ୍ରସ୍ତୁତି ଶେଷ କରିଛି। ପୁଣେରେ ମ୍ୟାଚ୍‍ ଗୁଡ଼ିକ ବିନା ଦର୍ଶକରେ ଖେଳାଯିବ। ଏହା ଖେଳର ଉତ୍ସାହରେ ଭଟ୍ଟା ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ନିକଟରେ ଇଂଲଣ୍ଡକୁ ୩-୨ରେ ହରାଇ ଭାରତ ଟି-୨୦ ସିରିଜ୍‍ ଜିତିଥିଲା। ଏଥିରେ ଦଳ ୪ଟି ଓପନିଂ ଯୋଡିକୁ ଖେଳାଇଥିଲା। କିନ୍ତୁ ଦିନିକିଆରେ ସେପରି କିଛି ଅସୁବିଧା ନାହିଁ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି। ଇଂଲଣ୍ଡ ବିପକ୍ଷ ସମସ୍ତ ୩ଟି ଯାକ ଦିନିକିଆ ମ୍ୟାଚ୍‍ରେ ରୋହିତ ଶର୍ମାଙ୍କ ସହ ଶିଖର ଧାୱନ ଇନିଂସ ଓପନ କରିବେ। ଏଣୁ ଓପନିଂ ଲାଗି କୌଣସି ସମସ୍ୟା ନାହିଁ। ଧାୱନ ଟି-୨୦ରେ ଗୋଟିଏ ମ୍ୟାଚ୍‍ ଖେଳି ୪ ରନ୍‍ କରିବା ପରେ ଦଳରେ ଆଉ ସ୍ଥାନ ପାଇ ନଥିଲେ। ନଂ ୩ରେ ନିଜେ କୋହଲି ଖେଳିବାକୁ ଯାଉଥିବାରୁ ସିରିଜ୍‍ ଲାଗି ମନୋନୀତ ହୋଇଥିବା ଉଭୟ ୱିକେଟକିପର ବ୍ୟାଟ୍ସମ୍ୟାନ୍‍ ଋଷଭ ପନ୍ତ୍‍ ଓ ଲୋକେଶ ରାହୁଲ ଖେଳିବେ। ରାହୁଲ ୪ଟି ଟି-୨୦ ଖେଳି ସବୁଥିରେ ଫେଲ୍‍ ମାରିଥିଲେ। ଦିନିକିଆରେ କିନ୍ତୁ ସେ ମିଡଲ ଅର୍ଡରରେ ଖେଳିବେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏମାନଙ୍କ୍‍ ସହ ଯୋଗଦେବେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନଂ ୪ ସ୍ଥାନରେ ଶ୍ରେୟସ ଆୟର କିମ୍ବା ଟି-୨୦ରେ ଧମାକାଦାର ପ୍ରବେଶ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ କିଏ ଖେଳିବେ ତାହା ସ୍ଥିର କରିବା। ଆୟର ଏହି ସ୍ଥାନ ନିୟମିତ କରିବା ଲକ୍ଷ୍ୟରେ ରହିଛନ୍ତି। କିନ୍ତୁ ସୂର୍ଯ୍ୟକୁମାରଙ୍କ ପାୱାର ହିଟିଂରେ ସମସ୍ତେ ପ୍ରଭାବିତ। ଏଣୁ ଦିନିକିଆରେ ଆୟରଙ୍କୁ ଖେଳାଇବେ କିମ୍ବା ସୂର୍ଯ୍ୟକୁମାରଙ୍କୁ ସୁଯୋଗ ଦିଆଯିବ ତାହା ଜଣାପଡ଼ିବ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ବୋଲିଂରେ ଭାରତ ଦୁଇ ଜଣ ସ୍ପିନରଙ୍କୁ ନେଇ ଖେଳିବ। ୟୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦର ଏହି ସ୍ଥାନ ଲାଗି ମନୋନୀତ ହୋଇଛନ୍ତି। ଫର୍ମାଟ ଦିନିକିଆ ହୋଇଥିବାରୁ ଚହଲ ତାଙ୍କ ଖେଳ ଖେଳିବାକୁ ସମୟ ପାଇବେ। ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯିବ। ତୃତୀୟ ପେସ୍‍ ବୋଲରଙ୍କ ଲାଗି ଟି ନଟରାଜନ, ମହମ୍ମଦ୍‍ ସିରାଜ ଓ ନବାଗତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳବ। ପାଣ୍ଡ୍ୟା ମଧ୍ୟ କିଛି ଓଭର ବୋଲିଂ କରିପାରନ୍ତି। ସେ କିନ୍ତୁ ପୂରା କୋଟା ବୋଲିଂ କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଅନ୍ୟପକ୍ଷରେ ଇଅନ ମୋର୍ଗାନଙ୍କ ଇଂଲଣ୍ଡ ଦଳ ଦିନିକିଆ ଫର୍ମାଟରେ ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ୍‍। ଏହି ଦଳର ସନ୍ତୁଳନ ବେଶ ସୁଦୃଢ ଓ ଖେଳାଳିମାନେ ଫର୍ମରେ ରହିଛନ୍ତି। ଏଣୁ ଘରୋଇ ମାଟିରେ ଖେଳୁଥିବା ଭାରତକୁ ଏମାନେ କଡ଼ା ଟକ୍କର ଦେବେ ବୋଲି ଆଶା କରିବା ସ୍ୱାଭାବିକ୍‍। ଜୋଶ ବଟ୍ଟଲର, ଜେସନ ରୟ ଓ ବେନ୍‍ ଷ୍ଟୋକ୍ସଙ୍କ ପରି ଧୂଆଁଧାର ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ଏତେଟା ସହଜ ନୁହେଁ। ଇଂଲଣ୍ଡ ପେସର ମାର୍କ ଉଡ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଛନ୍ତି। ମୋଇନ୍‍ ଅଲ୍ଲୀ ଓ ଆଦିଲ ରଶିଦ୍‍ କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବେ ବୋଲି ଆଶା କରାଯାଉ ନାହିଁ। ସେ ଯାହା ହେଉ ଇଂଲଣ୍ଡ ଦଳରେ ଯେପରି ଟାଣୁଆ ଖେଳାଳି ରହିଛନ୍ତି, ସେଥିରେ ସିରିଜ୍‍ଟି କଡ଼ା ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ନିଃସନ୍ଦେହରେ କୁହାଯାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର