୩ୟ ଦିନିକିଆ: ୱେଷ୍ଟଇଣ୍ଡିଜକୁ ୨୬୬ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଛି। ଭାରତ ସିରିଜ ଜିତିସାରିଥିବା ବେଳେ ଆଜିର ମ୍ଯାଚ ଜିତି କ୍ଲିନ୍ ସୁଇପ ଲକ୍ଷ୍ଯରେ ରହିଛି। ୱେଷ୍ଟଇଣ୍ଡିଜ୍ ସମ୍ମାନ ରକ୍ଷାକିବା ପାଇଁ ଆଜିର ମ୍ଯାଚକୁ ଜିତିବାକୁ ଚେଷ୍ଟା କରିବ। ଏହି ମ୍ଯାଚକୁ ଜତିବାକୁ ହେଲେ ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ରହିଛି। ଆଜିର ମ୍ଯାଚରେ କ୍ୟାପଟେନ୍ ରୋହିତ୍ ଶର୍ମା (୧୩) ଓ […]

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଛି। ଭାରତ ସିରିଜ ଜିତିସାରିଥିବା ବେଳେ ଆଜିର ମ୍ଯାଚ ଜିତି କ୍ଲିନ୍ ସୁଇପ ଲକ୍ଷ୍ଯରେ ରହିଛି। ୱେଷ୍ଟଇଣ୍ଡିଜ୍ ସମ୍ମାନ ରକ୍ଷାକିବା ପାଇଁ ଆଜିର ମ୍ଯାଚକୁ ଜିତିବାକୁ ଚେଷ୍ଟା କରିବ। ଏହି ମ୍ଯାଚକୁ ଜତିବାକୁ ହେଲେ ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଜିର ମ୍ଯାଚରେ କ୍ୟାପଟେନ୍ ରୋହିତ୍ ଶର୍ମା (୧୩) ଓ ଶିଖର ଧୱନ୍ (୧୦) ରନ କରି ଆଉଟ ହୋଇଥିବା ବେଳେ ପୁଣି ଥରେ ନିରାଶ କରିଛନ୍ତି ପୂର୍ବତନ କ୍ଯାପଟେନ ବିରାଟ କୋହଲି । ବିରାଟ ଆଜିର ମ୍ଯାଚରେ ଖାତା ଖୋଲିପାରିନାହାନ୍ତି। ପରେ ପାରିକୁ ଶ୍ରେୟସ ଆୟର୍ ଓ ଋଷଭ ପନ୍ତ ସମ୍ଭାଳିଥିଲେ। ଆୟର୍ ୮୦ ଓ  ପନ୍ତ ୫୬ ରନ କରି ଆଉଟ ହୋଇଥିଲେ। ସୂର୍ୟ୍ୟକୁମାର ୬ ରନ କରି ଆଉଟ ହୋଇଥିଲେ। ପୁଣି ଥରେ ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା। ଚହର ୩୮ ଓ ସୁନ୍ଦର ୩୩ ରନ କରି ଆଉଟ ହୋଇଥିଲେ। ସେହିପରି କୁଲଦୀପ ଯାଦବ ( ୫)  ଓ  ମହମ୍ମଦ ସିରାଜ(୪) ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର