ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନିକିଆ; ସିରିଜ୍ କ୍ଲିନ୍ ସ୍ବିଇପ୍ ଲକ୍ଷ୍ୟରେ ଭାରତ

The Sakala Picture
Published On

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଭାରତ ଓ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଆୟୋଜନ ହେବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଅଗ୍ରଣୀ ହେବା ସହ ଭାରତ ଆଗୁଆ ସିରିଜ ହାତେଇ ନେଇଛି । ତେଣୁ ଅନ୍ତିମ ମ୍ୟାଚ୍ ଜିତି ଘରୋଇ ଦଳ ସିରିଜ କ୍ଲିନ୍‌ ସୁଇପ୍ ଲକ୍ଷ୍ୟରେ ରହିଛି। ଭାରତ ଏବେ ଦଳରେ କିଛି ଅଦଳ ବଦଳ କରିବା ସହ ପରୀକ୍ଷା ନିରୀକ୍ଷା କରିବା ଆଶା […]

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଭାରତ ଓ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଆୟୋଜନ ହେବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଅଗ୍ରଣୀ ହେବା ସହ ଭାରତ ଆଗୁଆ ସିରିଜ ହାତେଇ ନେଇଛି । ତେଣୁ ଅନ୍ତିମ ମ୍ୟାଚ୍ ଜିତି ଘରୋଇ ଦଳ ସିରିଜ କ୍ଲିନ୍‌ ସୁଇପ୍ ଲକ୍ଷ୍ୟରେ ରହିଛି। ଭାରତ ଏବେ ଦଳରେ କିଛି ଅଦଳ ବଦଳ କରିବା ସହ ପରୀକ୍ଷା ନିରୀକ୍ଷା କରିବା ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଜି ଅପରାହ୍ନ ୧ଟା ୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଦ୍ବିତୀୟ ଦିନିକିଆରେ ୪୪ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ସିରିଜ ହାତେଇଥିଲା ଭାରତ । କୋଭିଡ୍ ସଂକ୍ରମଣରୁ ମୁକ୍ତ ହୋଇ ଅଭିଜ୍ଞ ଓପନର ଶିଖର ଧାୱନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ଦଳର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ I ଧାୱନ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ବିଜୟୀ ଦଳରେ ପରିବର୍ତ୍ତନ କରିବାକୁ ଭାରତ ଏବେ ବାଧ୍ୟ ହେବ । ଶିଖରଙ୍କ ଅନୁପସ୍ଥିତିରେ ଇଶାନ କିସାନ ପ୍ରଥମ ଓ ରିଷର ପନ୍ତ ଦ୍ୱିତୀୟ ଦିନିକିଆରେ ଇନିଂସ ଓପନ କରିଥିଲେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp