ଭାରତର ରୋମାଞ୍ଚକ ଟି-୨୦ ସିରିଜ୍‍ ବିଜୟ, ଭୁବନେଶ୍ବର କୁମାର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

The Sakala Picture
Published On

ଅହମ୍ମଦାବାଦ୍‍: ଓପନର ରୋହିତ ଶର୍ମା, ୮ମଥର ଲାଗି ଇନିଂସ ଓପନର କରିଥିବା ଅଧିନାୟକ ବିରାଟ କୋହଲି ମିଡିୟମ୍‍ ପେସ୍‍ ବୋଲରଙ୍କ ସଫଳତା ବଳରେ ଏଠାରେ ଶନିବାର ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ମ ତଥା ନିର୍ଣ୍ଣାୟକ ଟି-୨୦ରେ ଭାରତ ୩୬ ରନ୍‍ରେ ବିଜୟୀ ହୋଇଛି। ଏହା ଫଳରେ ୫ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍କୁ ଭାରତ ୩-୨ରେ ଜିତିନେଇଛି। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ୪ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୧ରେ ଜିତିଥିଲା। ସେହିପରି […]

ଅହମ୍ମଦାବାଦ୍‍: ଓପନର ରୋହିତ ଶର୍ମା, ୮ମଥର ଲାଗି ଇନିଂସ ଓପନର କରିଥିବା ଅଧିନାୟକ ବିରାଟ କୋହଲି ମିଡିୟମ୍‍ ପେସ୍‍ ବୋଲରଙ୍କ ସଫଳତା ବଳରେ ଏଠାରେ ଶନିବାର ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ମ ତଥା ନିର୍ଣ୍ଣାୟକ ଟି-୨୦ରେ ଭାରତ ୩୬ ରନ୍‍ରେ ବିଜୟୀ ହୋଇଛି। ଏହା ଫଳରେ ୫ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍କୁ ଭାରତ ୩-୨ରେ ଜିତିନେଇଛି। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ୪ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୧ରେ ଜିତିଥିଲା। ସେହିପରି ଆସନ୍ତା ୨୩ରୁ ପୁଣେରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଖେଳାଯିବ। ଏହି ସିରିଜ୍‍ର ଅନ୍ୟ ଦୁଇଟି ମ୍ୟାଚ୍‍ ୨୬ ଓ ୨୮ରେ ଖେଳାଯିବ। ଅହମ୍ମଦାବାଦ୍‍ ମୋଟେରା ଷ୍ଟାଡିୟମ୍‍ରେ ଖେଳାଯାଇଥିବା ୫ମ ଟି-୨୦ରେ ୪ ଓଭର ବୋଲିଂ କରି ୧୫ ରନ୍‍ରେ ୨ଟି ୱିକେଟ ନେଇଥିବା ଭୁବନେଶ୍ୱର କୁମାରଙ୍କୁ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ଓ ସିରିଜ୍‍ରେ ସର୍ବାଧିକ ୨୩୧ ରନ୍‍ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ଲେୟର ଅଫ୍‍ ଦି ସିରିଜ୍‍ ଭାବେ ବିବେଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଏହି ମ୍ୟାଚ୍‍ରେ ରୋହିତ ଓ ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପ୍ରଥମେ ବ୍ୟାଟିଂ କରି ଭାରତ ୨ ୱିକେଟରେ ୨୨୪ ରନ୍‍ କରି ରେକର୍ଡ ସ୍କୋର କରିଛି। ରୋହିତ ୩୪ବଲ୍‍ରେ ୪ଚୌକା ଓ ୫ଛକା ସହ ୬୪ ଏବଂ କୋହଲି ୫୨ ବଲ୍‍ରେ ୭ ଚୌକା ଓ ୨ଛକା ସହ ଅପରାଜିତ ୮୦ ରନ୍‍ ସଂଗ୍ରହ କରିଥିଲେ। ଜବାବରେ ଇଂଲଣ୍ଡ ଜୋଶ୍‍ ବଟ୍ଟଲର ଓ ଡାୱିଡ ମଲାନ୍‍ଙ୍କ ବିସ୍ଫୋରକ ଇନିଂସ ବଳରେ ୧୨ ଓଭର ସୁଦ୍ଧା ବିଜୟୀ ହେବାର ଆଶା ସୃଷ୍ଟି କରିଥିଲା। କିନ୍ତୁ ଭାରତୀୟ ମିଡିୟମ୍‍ ପେସରମାନେ ମାତ୍ର ୨୦ ବଲ୍‍ରେ ବଟ୍ଟଲର (୩୪ବଲ୍‍ରେ ୫୨ରନ୍‍) ଓ ମଲାନ୍‍ (୪୬ବଲ୍‍ରେ ୬୮ରନ୍‍)ଙ୍କ ସମେତ ୪ଟି ୱିକେଟ ଅକ୍ତିଆର କରିବା ଫଳରେ ମ୍ୟାଚ୍‍ ଭାରତ ନିୟନ୍ତ୍ରଣକୁ ଚାଲିଆସିଥିଲା। ଖେଳ ଶେଷ ବେଳକୁ ଇଂଲଣ୍ଡ ୮ ୱିକେଟରେ ୧୮୮ ରନ୍‍ କରିବାକୁ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩ଟି, ଭୁବନେଶ୍ୱର କୁମାର ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଟି ନଟରାଜନ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।
ବିରାଟଙ୍କ ଏକାଧିକ ରେକର୍ଡ

ଏହି ମ୍ୟାଚ୍‍ରେ ଇନିଂସ ଓପନ କରିବାକୁ ନିଷ୍ପତ୍ତି ନେଇ ଭାରତୀୟ ଅଧିନାୟକ ୫୨ବଲ୍‍ରେ ୮୦ ରନ୍‍ କରି ଏକାଧିକ ରେକର୍ଡ ସ୍ଥାପନା କରିଛନ୍ତି। ସେ ୮ଥର ଇନିଂସ ଓପନ କରି ଏଠାରେ ସର୍ବାଧିକ ସ୍କୋର ସଂଗ୍ରହ କରିଛନ୍ତି। ପୂର୍ବରୁ ସେ ୭୦ ରନ୍‍ କରିଥିଲେ। ସେହିପରି ଜଣେ ଅଧିନାୟକ ଭାବେ ମଧ୍ୟ ଦ୍ୱିପାକ୍ଷିକ ସିରିଜ୍‍ରେ ସର୍ବାଧିକ ୨୩୧ ରନ୍‍ ସଂଗ୍ରହ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଲୋକେଶ ରାହୁଲଙ୍କ ନାମରେ ଥିଲା। ୨୦୨୦ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‍ରେ ରାହୁଲ ୫ଟି ମ୍ୟାଚ୍‍ ଖେଳି ୨୨୪ ରନ୍‍ କରିଥିଲେ। ସେହିପରି ଅଧିନାୟକ ଭାବେ ଏଠାରେ କୋହଲି ସର୍ବାଧିକ ୧୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ମଧ୍ୟ ଏକ ରେକର୍ଡ। ତାଙ୍କ ପଛକୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‍ ୱିଲିୟମସନ ୧୧ ଓ ଅଷ୍ଟ୍ରେଲିଆ ଆରୋନ୍‍ ଫିଞ୍ଚ୍‍ ୧୦ଟି ଅର୍ଦ୍ଧଶତକ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଭାରତ ୨ ୱିକେଟରେ ୨୨୪ ରନ୍‍ କରି ଇଂଲଣ୍ଡ ବିପକ୍ଷ ଟି-୨୦ରେ ସର୍ବାଧିକ ଦଳଗତ ସ୍କୋର କରିଛନ୍ତି। ପୂର୍ବରୁ ୨୦୦୭ ଟି-୨୦ ବିଶ୍ୱକପ୍‍ରେ ଭାରତ ସଂଗ୍ରହ କରିଥିବା ୪ ୱିକେଟରେ ୨୧୮ ରନ୍‍ ସର୍ବାଧିକ ଥିଲା। ଏହି ଫର୍ମାଟରେ ଭାରତ ଏହାକୁ ମିଶାଇ ୧୮ଥର ଇନିଂସରେ ୨୦୦ କିମ୍ବା ତା’ଠାରୁ ଅଧିକ ରନ୍‍ କରିଛି। ୨୦୧୭ ରେ ଶ୍ରୀଲଙ୍କା ବିପକ୍ଷ ଇନ୍ଦୋରରେ ଖେଳାଯାଇଥିବା ମ୍ୟାଚ୍‍ରେ ଭାରତ ୫ ୱିକେଟରେ ୨୬୦ ରନ୍‍ କରିଥିଲା। ଏହା ଭାରତର ସର୍ବାଧିକ ଦଳଗତ ସ୍କୋର।

ଲୋକେଶ ରାହୁଲଙ୍କୁ ଏହି ମ୍ୟାଚ୍‍ରୁ ବିଦା ହେବାକୁ ପଡ଼ିଛି। ସେ ୪ଟି ମ୍ୟାଚ୍‍ରେ ଯଥାକ୍ରମେ ୧, ୦, ୦ ଓ ୧୪ ରନ୍‍ କରିଥିଲେ। ଫଳରେ ଭାରତ ଏହି ସିରିଜ୍‍ରେ ୪ଟି ଓପନିଂ ଯୋଡିଙ୍କୁ ଖେଳାଇଥିଲା। ରାହୁଲଙ୍କ ସହ ପ୍ରଥମ ମ୍ୟାଚ୍‍ରେ ଧାୱନ, ଦ୍ୱିତୀୟ ମ୍ୟାଚ୍‍ରେ ଇଶାନ, ତୃତୀୟ ଓ ଚତୁର୍ଥ ମ୍ୟାଚ୍‍ରେ ରୋହିତ ଇନିଂସ ଓପନ କରିଥିଲେ। ଶେଷ ମ୍ୟାଚ୍‍ରେ ରୋହିତଙ୍କ ସହ କୋହଲି ଇନିଂସ ଓପନ କରିଛନ୍ତି।

21 Mar 2021 By The Sakala

https://www.thesakala.in/sports/india-beats-england-by-36-runs-to-win-series-3-2/article-867
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp