ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍, ଇତିହାସ ବଦଳାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

The Sakala Picture
Published On

ସେଞ୍ଚୁରିଅନ୍‍: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ମ୍ୟାଚ୍‍ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ବକ୍ସିଂ ଡେ’ରେ ଆରମ୍ଭ ହେବ। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‍ ସ୍ଥାନୀୟ ସୁପର୍‍ ସ୍ପୋର୍ଟ୍ସ ପାର୍କରେ ଖେଳାଯିବ। ଦକ୍ଷିଣ ଆଫ୍ରିକାରେ କେବେ ସିରିଜ୍ ଜିତିନଥିବା ଭାରତ ଏଥର ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି । ଭାରତ ପାଖରେ ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏଥର ସୁବର୍ଣ୍ଣ ସୁଯୋଗ ଅଛି । କାରଣ ଦକ୍ଷିଣ ଆଫ୍ରିକା ଦଳ […]

ସେଞ୍ଚୁରିଅନ୍‍: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ମ୍ୟାଚ୍‍ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ବକ୍ସିଂ ଡେ’ରେ ଆରମ୍ଭ ହେବ। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‍ ସ୍ଥାନୀୟ ସୁପର୍‍ ସ୍ପୋର୍ଟ୍ସ ପାର୍କରେ ଖେଳାଯିବ। ଦକ୍ଷିଣ ଆଫ୍ରିକାରେ କେବେ ସିରିଜ୍ ଜିତିନଥିବା ଭାରତ ଏଥର ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି । ଭାରତ ପାଖରେ ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏଥର ସୁବର୍ଣ୍ଣ ସୁଯୋଗ ଅଛି । କାରଣ ଦକ୍ଷିଣ ଆଫ୍ରିକା ଦଳ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଭାରତ ତୁଳନାରେ ଅନଭିଜ୍ଞ । ପ୍ରଥମ ଟେଷ୍ଟ ପାଇଁ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ପୁଣିଥରେ ସଠିକ୍ ଟିମ୍ କମ୍ବିନେସନ୍ ବାଛିବା ଗୁରୁତ୍ୱପୂର୍ଣ୍ଣ ହେବ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ନିକଟରେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡକୁ ୧-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ମନୋବଳ ବେଶ୍‍ ଉଚ୍ଚରେ ରହିଛି। କିନ୍ତୁ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଅଧିନାୟକ କୋହଲି ଓ ଟିମ୍‍ ମ୍ୟାନେଜମେଣ୍ଟ ଚିନ୍ତାରେ ପଡ଼ିଛନ୍ତି। ବ୍ୟାଟିଂକ୍ରମରେ ୫ ନମ୍ବର ସ୍ଥାନରେ ଅଭିଜ୍ଞ ଅଜିଙ୍କ୍ୟ ରାହାଣେ ଓ ଶ୍ରେୟାସ ଆୟରଙ୍କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାହାଣେଙ୍କ ଲାଗି ଚଳିତ ବର୍ଷ ନୈରାଶ୍ୟଜନକ ରହିଛି। ବ୍ୟାଟିଂରେ ସେ ଆଶାନୁରୂପକ ପ୍ରଦର୍ଶନ କରିପାରି ନାହାନ୍ତି। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ ଓ ଅର୍ଦ୍ଧଶତକ ହାସଲ କରି ଆୟର ୫ ନମ୍ବର ସ୍ଥାନ ପାଇଁ ଦୃଢ଼ ଦାବିଦାର ରହିଛନ୍ତି। ନିୟମିତ ଓପନର୍‍ ରୋହିତ୍‍ ଶର୍ମାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ ଇନିଂସ ଆରମ୍ଭ କରିବେ। ଉଭୟ ରୋହିତ୍‍ ଓ ଶୁବମାନ ଗିଲ୍‍ ଆଘାତ ଲାଗି ଏହି ସିରିଜ ଖେଳୁନାହାନ୍ତି। ସେହିଭଳି ବୋଲିଂରେ ଦୁଇ ଷ୍ଟାର୍‍ ଦ୍ରୁତ ବୋଲର ଯଶପ୍ରୀତ୍‍ ବୁମ୍‍ରା ଓ ମହମ୍ମଦ ସାମି ଚୂଡ଼ାନ୍ତ ଏକାଦଶରେ ରହିବା ଏକପ୍ରକାର ନିଶ୍ଚିତ ହୋଇଛି। ଉଭୟଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା। ତୃତୀୟ ଦ୍ରୁତ ବୋଲର ଭାବେ ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ଏଥିସହ ଦକ୍ଷିଣ ଆଫ୍ରିକାର ଏହି ପିଚ୍‍ ଦ୍ରୁତ ବୋଲରଙ୍କୁ ସୁହାଉଥିବାରୁ ଭାରତ ଏହାର ଚୂଡ଼ାନ୍ତ ଏକାଦଶରେ ଏକମାତ୍ର ସ୍ପିନର ଭାବେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳାଇବା ନିଶ୍ଚିତ ହୋଇଛି। ଅଲ୍‍ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପଞ୍ଚମ ବୋଲର ଭାବେ ଦଳରେ ସ୍ଥାନ ପାଇପାରନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅପରପକ୍ଷରେ ଡିନ୍‍ ଏଲ୍‍ଗାରଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‍ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‍ସିପ୍‍ (ଡବ୍ଲ୍ୟୁଟିସି) ସାଇକଲ୍‍ରେ ଏହାର ଅଭିଯାନ ଆରମ୍ଭ କରିବ। ତେଣୁ ଏହି ମ୍ୟାଚ୍‍କୁ ଜିତି ଦକ୍ଷିଣ ଆଫ୍ରିକା ଦଳ ଭଲ ପ୍ରାରମ୍ଭ ଲକ୍ଷ୍ୟରେ ରହିଛି। ଘରୋଇ ଦକ୍ଷିଣ ଆଫ୍ରିକା କିନ୍ତୁ ଏହି ସିରିଜରୁ ଏହାର ଇନ୍‍ଫର୍ମ ଦ୍ରୁତ ବୋଲର ଏନ୍‍ରିଚ ନୋର୍ଜେଙ୍କ ସେବାରୁ ବଞ୍ଚିତ ରହିବ। ଆଘାତଜନିତ କାରଣ ଲାଗି ନୋର୍ଜେ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ୍‍ ପଡ଼ିଛନ୍ତି। ତେବେ କାଗିସୋ ରାବାଡା ଓ ଲୁନ୍‍ଗି ଏନ୍‍ଗିଡି ଭାରତୀୟ ବ୍ୟାଟର୍‍ଙ୍କୁ ଅଡ଼ୁଆରେ ପକାଇବାର ଦକ୍ଷତା ରଖିଛନ୍ତି। ବ୍ୟାଟିଂରେ ଦଳ ଅଧିନାୟକ ଡିନ୍‍ ଏଲ୍‍ଗାରଙ୍କ ସମେତ ତେମ୍ବା ବାଭୁମା ଓ ୱିକେଟ୍‍କିପର କ୍ୱିଣ୍ଟନ ଡି କକ୍‍ଙ୍କ ଉପରେ ନିର୍ଭର କରିବ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp