ଆଇପିଏଲକୁ ଫେରିଲେ ଗୌତମ ଗମ୍ଭୀର, ମିଳିଲା ଏହି ଗୁରୁ ଦାୟିତ୍ବ

The Sakala Picture
Published On

ନୂଆଦିଲ୍ଲୀ : ପୁଣିଥରେ ଆଇପିଏଲକୁ ଫେରିଛନ୍ତି  ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର। ଚଳିତ ଆଇପିଏଲରେ କିନ୍ତୁ ଖେଳାଳି ଭାବେ ନୂହେଁ ଭିନ୍ନ ଏକ ଅବତାରରେ ନଜର ଆସିବେ ଗୌତମ ଗମ୍ଭୀର। ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ଆଇପିଏଲ ସିଜିନ୍-୧୫ ପାଇଁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଏହା ପୂର୍ବରୁ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ କରି ଦୁଇ ଦୁଇ […]

ନୂଆଦିଲ୍ଲୀ : ପୁଣିଥରେ ଆଇପିଏଲକୁ ଫେରିଛନ୍ତି  ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର। ଚଳିତ ଆଇପିଏଲରେ କିନ୍ତୁ ଖେଳାଳି ଭାବେ ନୂହେଁ ଭିନ୍ନ ଏକ ଅବତାରରେ ନଜର ଆସିବେ ଗୌତମ ଗମ୍ଭୀର। ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ଆଇପିଏଲ ସିଜିନ୍-୧୫ ପାଇଁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଏହା ପୂର୍ବରୁ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ କରି ଦୁଇ ଦୁଇ ଥର କେକେଆରକୁ ଟ୍ରଫି ଦେବାରେ ସଫଳ ହୋଇଥିଲେ ।  ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗୁରୁବାର ଜିମ୍ବାଓ୍ୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାଓ୍ୱାରଙ୍କୁ କୋଚ ଭାବରେ ନିଯୁକ୍ତି ଦେଇଥିଲା । ଫ୍ଲାଓ୍ୱାରଙ୍କ ପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ଗୌତମ ଗମ୍ଭୀରଙ୍କୁ ମେଣ୍ଟର ଭାବରେ ନିଯୁକ୍ତି କରିଛି ।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଲକ୍ଷ୍ନୌ ଦଳର ମେଣ୍ଟର ଭାବରେ ନିଯୁକ୍ତି ହେବା ପରେ ଗମ୍ଭୀର କହିଛନ୍ତି କି ମୁଁ ଡ. ଗୋୟଙ୍କା ଓ RPSG ଗ୍ରୁପକୁ ଧନ୍ୟବାଦ ଜଣାଉଛି କି ସେ ମୋତେ ଏପରି ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଗମ୍ଭୀର ଆହୁରି କହିଛନ୍ତି କି ମୋ ମଧ୍ୟରେ ଜିତିବା ପାଇଁ  ଏବେ ବି ଢ଼େର ଜୋଶ ରହିଛି । କେବଳ ଏହି ଟିମକୁ ନୁହେଁ ପୂରା ଉତ୍ତରପ୍ରଦେଶ ଯୁବ କ୍ରିକେଟରଙ୍କୁ ଆଗକୁ ନେଇ ଯିବି ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଆଇପିଏଲ ଇତିହାସରେ ଜଣେ ସଫଳତମ ଅଧିନାୟକ ହେଉଛନ୍ତି ଗମ୍ଭୀର । ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨୦୧୨ ଓ ୨୦୧୪ରେ ଚମ୍ପିଆନ ହୋଇଥିଲା । ଏଥିସହ ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ । ଆଇପିଏଲ ଇତିହାସରେ ଗମ୍ଭୀର ଦିଲ୍ଲୀ ଓ କୋଲକାତା ପକ୍ଷରୁ ୧୫୪ଟି ମ୍ୟାଚ ଖେଳି ୪ ହଜାର ୨୧୮ ରନ ସଂଗ୍ରହ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୨ରେ ମୋଟ ୧୦ଟି ଟିମ୍ ଖେଳିବାକୁ ଯାଉଛନ୍ତି । ଆଇପିଏଲ ସିଜିନ୍-୧୫ରେ ନୂଆ କରି ଲକ୍ଷ୍ନୌ ଓ ଅହମଦାବାଦ ଦୁଇଟି ଟିମ୍ ଯୋଡି ହୋଇଛି । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପାଇଁ ଏବେଠାରୁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ଜାନୁଆରୀରେ ହେବାକୁ ଯାଉଛି ମେଗା ନିଲାମ । ତେବେ ଆଇପିଏଲ ସିଜିନ୍-୧୫ ଆରମ୍ଭ ହେବା ପୂର୍ବରୁ ନୂଆ କରି ହୋଇଥିବା ଲକ୍ଷ୍ନୌ ଦଳ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫଙ୍କୁ ଚୟନ କରୁଛନ୍ତି । ଆଣ୍ଡି ଫ୍ଲାୱାର ଓ ଗୌତମଙ୍କୁ ନିଜ ଟିମରେ ସାମିଲ କରିବା ପରେ ଲକ୍ଷ୍ନୌ ଟିମ୍ ଆଗାମୀ ନିଲାମରେ କେଏଲ ରାହୁଲଙ୍କୁ ନିଜ ଟିମରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ କେ ଏଲ ରାହୁଲ ଏହି ଟିମର ଅଧିନାୟକ ମଧ୍ୟ ନିଯୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

18 Dec 2021 By The Sakala

ଆଇପିଏଲକୁ ଫେରିଲେ ଗୌତମ ଗମ୍ଭୀର, ମିଳିଲା ଏହି ଗୁରୁ ଦାୟିତ୍ବ

ନୂଆଦିଲ୍ଲୀ : ପୁଣିଥରେ ଆଇପିଏଲକୁ ଫେରିଛନ୍ତି  ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର। ଚଳିତ ଆଇପିଏଲରେ କିନ୍ତୁ ଖେଳାଳି ଭାବେ ନୂହେଁ ଭିନ୍ନ ଏକ ଅବତାରରେ ନଜର ଆସିବେ ଗୌତମ ଗମ୍ଭୀର। ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ଆଇପିଏଲ ସିଜିନ୍-୧୫ ପାଇଁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଏହା ପୂର୍ବରୁ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ କରି ଦୁଇ ଦୁଇ ଥର କେକେଆରକୁ ଟ୍ରଫି ଦେବାରେ ସଫଳ ହୋଇଥିଲେ ।  ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗୁରୁବାର ଜିମ୍ବାଓ୍ୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାଓ୍ୱାରଙ୍କୁ କୋଚ ଭାବରେ ନିଯୁକ୍ତି ଦେଇଥିଲା । ଫ୍ଲାଓ୍ୱାରଙ୍କ ପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ଗୌତମ ଗମ୍ଭୀରଙ୍କୁ ମେଣ୍ଟର ଭାବରେ ନିଯୁକ୍ତି କରିଛି ।

ଲକ୍ଷ୍ନୌ ଦଳର ମେଣ୍ଟର ଭାବରେ ନିଯୁକ୍ତି ହେବା ପରେ ଗମ୍ଭୀର କହିଛନ୍ତି କି ମୁଁ ଡ. ଗୋୟଙ୍କା ଓ RPSG ଗ୍ରୁପକୁ ଧନ୍ୟବାଦ ଜଣାଉଛି କି ସେ ମୋତେ ଏପରି ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଗମ୍ଭୀର ଆହୁରି କହିଛନ୍ତି କି ମୋ ମଧ୍ୟରେ ଜିତିବା ପାଇଁ  ଏବେ ବି ଢ଼େର ଜୋଶ ରହିଛି । କେବଳ ଏହି ଟିମକୁ ନୁହେଁ ପୂରା ଉତ୍ତରପ୍ରଦେଶ ଯୁବ କ୍ରିକେଟରଙ୍କୁ ଆଗକୁ ନେଇ ଯିବି ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ଆଇପିଏଲ ଇତିହାସରେ ଜଣେ ସଫଳତମ ଅଧିନାୟକ ହେଉଛନ୍ତି ଗମ୍ଭୀର । ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨୦୧୨ ଓ ୨୦୧୪ରେ ଚମ୍ପିଆନ ହୋଇଥିଲା । ଏଥିସହ ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ । ଆଇପିଏଲ ଇତିହାସରେ ଗମ୍ଭୀର ଦିଲ୍ଲୀ ଓ କୋଲକାତା ପକ୍ଷରୁ ୧୫୪ଟି ମ୍ୟାଚ ଖେଳି ୪ ହଜାର ୨୧୮ ରନ ସଂଗ୍ରହ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୨ରେ ମୋଟ ୧୦ଟି ଟିମ୍ ଖେଳିବାକୁ ଯାଉଛନ୍ତି । ଆଇପିଏଲ ସିଜିନ୍-୧୫ରେ ନୂଆ କରି ଲକ୍ଷ୍ନୌ ଓ ଅହମଦାବାଦ ଦୁଇଟି ଟିମ୍ ଯୋଡି ହୋଇଛି । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପାଇଁ ଏବେଠାରୁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ଜାନୁଆରୀରେ ହେବାକୁ ଯାଉଛି ମେଗା ନିଲାମ । ତେବେ ଆଇପିଏଲ ସିଜିନ୍-୧୫ ଆରମ୍ଭ ହେବା ପୂର୍ବରୁ ନୂଆ କରି ହୋଇଥିବା ଲକ୍ଷ୍ନୌ ଦଳ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫଙ୍କୁ ଚୟନ କରୁଛନ୍ତି । ଆଣ୍ଡି ଫ୍ଲାୱାର ଓ ଗୌତମଙ୍କୁ ନିଜ ଟିମରେ ସାମିଲ କରିବା ପରେ ଲକ୍ଷ୍ନୌ ଟିମ୍ ଆଗାମୀ ନିଲାମରେ କେଏଲ ରାହୁଲଙ୍କୁ ନିଜ ଟିମରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ କେ ଏଲ ରାହୁଲ ଏହି ଟିମର ଅଧିନାୟକ ମଧ୍ୟ ନିଯୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର