ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ନ୍ୟୁଜିଲାଣ୍ଡ ଟିମ୍, ମାତ୍ର ୬୨ ରନରେ ହେଲା ଅଲଆଉଟ

The Sakala Picture
Published On

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଯାଇଛି  । ୱାଙ୍ଖେଡେ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଏହାସହ ଭାରତ ୨୬୩ ରନରେ ଆଗୁଆ ରହିଛି । ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଏହା ସର୍ବନିମ୍ନ ସ୍କୋର। ପ୍ରଥମ ଇଂନିସରେ ଭାରତ ୩୨୫ ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ୬୨ […]

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଯାଇଛି  । ୱାଙ୍ଖେଡେ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଏହାସହ ଭାରତ ୨୬୩ ରନରେ ଆଗୁଆ ରହିଛି । ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଏହା ସର୍ବନିମ୍ନ ସ୍କୋର। ପ୍ରଥମ ଇଂନିସରେ ଭାରତ ୩୨୫ ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ୬୨ ରନ କରିଛି ।ଆର ଅଶ୍ୱିନ୍ ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରିଜ୍ ୩ଟି ଓ୍ବିକେଟ୍ ନେଇଛନ୍ତି । ତେବେ ଅଧିନାୟକ ବିରାଟ କୋହଲି ଭ୍ରମଣକାରୀ ଦଳକୁ ଫଲୋଅନ୍ ଦେଇନାହାଁନ୍ତି । ବରଂ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ୍ କରିଥିଲା। ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ଚମତ୍କାର ୧୫୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ପିନର୍ ଏଜାଜ ପଟେଲ ଭାରତୀୟ ଇନିଂସର ୧୦ଟି ଯାକ ଓ୍ବିକେଟ୍ ନେଇ ବିରଳ କୀର୍ତ୍ତିମାନ ସ୍ଥାପନ କରିଥିଲେ । ସେ ବିଶ୍ବର କେବଳ ତୃତୀୟ ବୋଲର ଭାବେ ଏକ ଟେଷ୍ଟ ଇନିଂସରେ ୧୦ଟି ଯାକ ଓ୍ବିକେଟ୍ ନେଇଥିଲେ । ତାଙ୍କ ପୂର୍ବରୁ ଇଂଲଣ୍ଡର ଜିମ୍ ଲେକର୍ ଓ ଭାରତର ଅନିଲ କୁମ୍ବଲେ ଏକ ଇନିଂସରେ ୧୦ଟି ଓ୍ବିକେଟ୍ ହାସଲ କରିଥିଲେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର