ଆଇସିସି ଟି-୨୦ ବିଶ୍ୱକପ୍: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍ରେ ରବିବାର ସୁପର୍-୧୨ ପର୍ଯ୍ୟାୟ ଗ୍ରୁପ୍-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି (ରବିବାର) ମ୍ୟାଚରେ ବିଜୟୀ […]
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍ରେ ରବିବାର ସୁପର୍-୧୨ ପର୍ଯ୍ୟାୟ ଗ୍ରୁପ୍-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି (ରବିବାର) ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାକୁ ଥିବା ସୁପର୍-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।
ନ୍ୟୁଜିଲାଣ୍ଡ ଭଳି ଏକ ଦକ୍ଷ ଦଳ ବିପକ୍ଷରେ ବିଜୟ ହାସଲ କରିବା ଭାରତ ପାଇଁ ସେତେଟା ସହଜ ହେବ ନାହିଁ । ବିଶେଷ କରି କିୱି ଦଳର ଦୁଇ ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସୌଦୀ ଭାରତର ଆଗଧାଡ଼ିର ବ୍ୟାଟର୍ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ | ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ୍ ଆଫ୍ରିଦୀ ଯେଉଁଭଳି ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ ବୋଲ୍ଟ ମଧ୍ୟ ସେହି ଭୂମିକା ତୁଲାଇବା ଲକ୍ଷ୍ୟରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ଅଧିନାୟକ କୋହଲିଙ୍କୁ
ଛାଡ଼ିଦେଲେ ଅନ୍ୟକେହି ଆଖୁଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ତେଣୁ ଭାରତୀୟ ବ୍ୟାଟର୍ଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ଵ ରଖୁଛି। ତେବେ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ଅଧା ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଫର୍ମରେ ନ ଥିବା ଭୁବନେଶ୍ଵର କୁମାର। ପିଠିଜନିତ ଯନ୍ତ୍ରଣା ପରଠାରୁ ପାଣ୍ଡ୍ୟା ଆଉ ବୋଲିଂ ଟ୍ରାକ୍କୁ ଫେରିନାହାନ୍ତି। ବିଗତ ୨ଦିନ ହେବ ହାର୍ଦ୍ଦିକ ନେଟରେ ବୋଲିଂ ଅଭ୍ୟାସ କରୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ରିପୋର୍ଟ ମିଳିନାହିଁ। ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବାକୁ କ୍ରିକେଟ୍ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୋଲିଂ ବିଭାଗ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। କୌଣସି ଭାରତୀୟ ବୋଲର ପାକ୍ ଦଳର ଗୋଟିଏ ହେଲେ ୱିକେଟ୍ ଅକ୍ତିଆର କରିବାରେ ବିଫଳ ହୋଇଥିଲେ।
ଅପରପକ୍ଷରେ କୋହଲିଙ୍କ ପାଇଁ ମଧ୍ୟ ଚଳିତ ଟି ୨୦ ବିଶ୍ବକପ୍ ଏହି ଫର୍ମାଟ୍ରେ ଶେଷ ନେତୃତ୍ବ। ଏହାପରେ ସେ ଟି-୨୦ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ସେ ତାଙ୍କ ଟି-୨୦ ନେତୃତ୍ବକୁ ସ୍ମରଣୀୟ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଇତିହାସ ଉପରେ ନଜର ପକାଇଲେ ଭାରତ ଶେଷଥର ଲାଗି ଆଇସିସି ଇଭେଣ୍ଟ (ଟି-୨୦, ଏକଦିବସୀୟ ଓ ଟେଷ୍ଟ ଚାମ୍ପିଅନ୍ସିପ୍)ରେ ୨୦୦୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଟି-୨୦ ବିଶ୍ବକପ୍ରେ ଉଭୟ ଦଳ ୨ଥର ଭେଟାଭେଟି ହୋଇଛନ୍ତି। ଯେଉଁଥିରେ ଉଭୟ ମ୍ୟାଚରେ ଭାରତକୁ ନିରାଶ ହେବାକୁ ପଡ଼ିଛି।
ସମ୍ଭାବ୍ୟ ଏକାଦଶ
ଭାରତୀୟ ଦଳ: ବିରାଟ କୋହଲି (ଅଧୁନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ବରୁଣ ଚକ୍ରବର୍ତ୍ତୀ, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ବିନ, ଇଶାନ କିସାନ ଓ ରାହୁଲ ଚହର |
ନ୍ୟୁଜିଲାଣ୍ଡ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ଡାର୍ଲି ମିଚଲେ, ଡେଭନ୍ କନ୍ୱେ, ଟିମ୍ ସିଫର୍ଟ (ୱିକେଟ୍କିପର), ଜେମ୍ସ ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍ ସୋଧି, ଟ୍ରେଣ୍ଟ ବୋଲ୍ଟ, ଟିମ୍ ସୌଦୀ, ମାର୍କ ଚାମ୍ପମାନ, ଆଦାମ୍ ମିଲନେ, କାଏଲ ଜେମିସନ ଓ ଟଡ୍ ଅଷ୍ଟଲ।