ଆଇସିସି ଟି-୨୦ ବିଶ୍ୱକପ୍: ସୁପର ସଣ୍ଡେ’ରେ ସୁପର ଲଢେଇ, ଆଜି ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା

The Sakala Picture
Published On

ଦୁବାଇ: ଆଜି ଭାରତ-ପାକିସ୍ତାନ ମଧ୍ୟରେ ଲାଗିବ କ୍ରିକେଟର ଯୁଦ୍ଧ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଚଳିତ ଆଇସିସି ଟି-୨୦ ବିଶ୍ଵକପ୍‌ର ଅସଲ ଲଢ଼େଇ ସୁପର୍ ୧୨ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ସୁପର ସଣ୍ଡେ’ରେ ଏକ ସୁପର ଲଢ଼େଇ ଦେଖିବାକୁ ମିଳିବ | ବିଶ୍ଵ କ୍ରିକେଟ୍‌ର ଦୁଇ ଚିରପ୍ରତିଦ୍ବନ୍ଦୀ ତଥା ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ […]

ଦୁବାଇ: ଆଜି ଭାରତ-ପାକିସ୍ତାନ ମଧ୍ୟରେ ଲାଗିବ କ୍ରିକେଟର ଯୁଦ୍ଧ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଚଳିତ ଆଇସିସି ଟି-୨୦ ବିଶ୍ଵକପ୍‌ର ଅସଲ ଲଢ଼େଇ ସୁପର୍ ୧୨ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ସୁପର ସଣ୍ଡେ’ରେ ଏକ ସୁପର ଲଢ଼େଇ ଦେଖିବାକୁ ମିଳିବ | ବିଶ୍ଵ କ୍ରିକେଟ୍‌ର ଦୁଇ ଚିରପ୍ରତିଦ୍ବନ୍ଦୀ ତଥା ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରବିବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ରାତି ୭ଟା ୩୦ରେ ଖେଳାଯିବ । ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ଏବେ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କ ନଜର ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଇସିସି ବିଶ୍ବକପ୍ ଇତିହାସ ଉପରେ ନଜର ପକାଇଲେ ଉଭୟ ଏକଦିବସୀୟ ଓ ଟି-୨୦ ବିଶ୍ବକପ୍‌ରେ ଦୁଇଦଳ ୧୨ ଥର ସାମ୍ନାସାମ୍ନା ହୋଇଛନ୍ତି। ଯେଉଁଥିରେ ସମସ୍ତ ମ୍ୟାଚ୍ ଜିତି ଭାରତ ୧୨-୦ରେ ଏକପାଖିଆ ଅଗ୍ରଣୀ ରହିଛି। ଏକଦିବସୀୟ ବିଶ୍ବକପ୍‌ରେ ଭାରତ ସମସ୍ତ ୭ଟି ଯାକ ମ୍ୟାଟ୍‌ରେ ବିଜୟୀ ହୋଇଛି। ସେହିଭଳି ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଭାରତ ୫ଟି ଯାକ ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି । ତେଣୁ ପ୍ରଥମଥର ଟି-୨୦ ବିଶ୍ୱକପ୍‌ରେ ନେତୃତ୍ବ ନେଉଥିବା ବିରାଟ କୋହଲି ଭାରତର ଏହି ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ଅପରପକ୍ଷରେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଆଇସିସି ବିଶ୍ବକପ୍‌ରେ ଭାରତ ବିପକ୍ଷରେ ରହିଥିବା ଏହି ପରାଜୟ ଧାରାକୁ ଭାଙ୍ଗି ପ୍ରଥମ ବିଜୟ ସ୍ଵାଦ ଚାଖିବା ଲକ୍ଷ୍ୟରେ ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ଜୋରସୋରରେ ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆର ମେଣ୍ଟର ଏମଏସ୍ ଧୋନି ମଧ୍ୟ ନେଟ୍ ପ୍ରାକ୍ଟିସରେ ଖେଳାଳିଙ୍କୁ ସହଯୋଗ କରିଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଭାରତର ନଜର ରହିଛି । ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମୁକାବିଲାରେ ବିଜୟୀ ହୋଇ ଶକ୍ତି ପ୍ରଦର୍ଶନ କରି ସାରିଛି । ପ୍ରଥମ ୱାର୍ମ ଅପ୍ ମୁକାବିଲାରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ୮ ୱିକେଟରେ ଏକତରଫା ବିଜୟ ହାସଲ କରିଥିବା ଭାରତର ମନୋବଳ ଦୃଢ଼ ରହିଛି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

୨୦୦୭ ଚାମ୍ପିଅନ୍ ଭାରତ ବିରାଟଙ୍କ ଅଧୁନାୟକତ୍ୱରେ ପ୍ରଥମ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି । କୋଚ ରବି ଶାସ୍ତ୍ରୀ ଓ କୋହଲିଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉପଯୁକ୍ତ କମ୍ବିନେସନ ବାଛିବା । ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯଦି ବୋଲିଂ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରନ୍ତି ତେବେ କୋହଲି ଆଉ ୨ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି | ଯାହା କମ୍ବିନେସନକୁ ସନ୍ତୁଳିତ ରଖୁବ। କିନ୍ତୁ ଯଦି ପାଣ୍ଡ୍ୟା ବୋଲିଂ ନ କରନ୍ତି ତେବେ ୬ଷ୍ଠ ବୋଲର ପାଇଁ ଅତିରିକ୍ତ ଅଲ୍‌ରାଉଣ୍ଡର ଖେଳାଇବାକୁ ବାଧ୍ୟ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର