ଆଇପିଏଲ ୨୦୨୧: ଆଜି ମୁହାଁମୁହିଁ ହେବେ କୋଲକତା ଓ ବାଙ୍ଗାଲୋର

The Sakala Picture
Published On

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ଯାୟ ଆରମ୍ଭ ହୋଇଯାଇଛି। ଆଜିର ମ୍ଯାଚ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)  ଓ  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ଯରେ ଆବୁଧାବିରେ ଖେଳାଯିବ।ଏହି ୧୪ଶ ସଂସ୍କରଣର ପ୍ରଥମ ପର୍ଯ୍ଯାୟରେ କେକେଆର୍‌ ଆଶାଜନକ ପ୍ରଦର୍ଶନ କରି ପାରିନଥିଲା। ସେଥିପାଇଁ ଦ୍ବିତୀୟ ପର୍ଯ୍ଯାୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ପ୍ରଥମପ ର୍ଯ୍ଯାୟରେ ଖେଳିଥିବା ୭ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଆରସିବି ତାଲିକାର ତୃତୀୟ […]

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ଯାୟ ଆରମ୍ଭ ହୋଇଯାଇଛି। ଆଜିର ମ୍ଯାଚ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)  ଓ  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ଯରେ ଆବୁଧାବିରେ ଖେଳାଯିବ।ଏହି ୧୪ଶ ସଂସ୍କରଣର ପ୍ରଥମ ପର୍ଯ୍ଯାୟରେ କେକେଆର୍‌ ଆଶାଜନକ ପ୍ରଦର୍ଶନ କରି ପାରିନଥିଲା। ସେଥିପାଇଁ ଦ୍ବିତୀୟ ପର୍ଯ୍ଯାୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ପ୍ରଥମପ ର୍ଯ୍ଯାୟରେ ଖେଳିଥିବା ୭ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଆରସିବି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ଯାୟରେ ସେହି ୭ ମୁକାବିଲାରୁ କେକେଆର୍ ମାତ୍ର ଦୁଇଟି ବିଜୟ ହାସଲ କରି ସପ୍ତମ ସ୍ଥାନରେ ଅଛି। ଏଣୁ ୨୦୧୪ ସଂସ୍କରଣ ଭଳି କେକେଆର୍‌ ଏଥର ବି ଧମାକାଦାର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ୨୦୧୪ ମସିହାରେ ପ୍ରଥମ କିଛି ମ୍ୟାଚ୍‌ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ଲଗାତାର ୯ ବିଜୟ ହାସଲ କରି କେକେଆର୍‌ ଶେଷରେ ବିଜେତା ଆଖ୍ୟା ଅର୍ଜନ କରିଥିଲା।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

କୋଲ୍‌କାତା ନାଇଟ୍ ରାଇଡର୍ସକୁ ପ୍ଲେ ଅଫ୍ ଖେଳିବା ଆଶାକୁ ଉଜ୍ଜୀବିତ ରଖିବାକୁ ହେଲେ ଅଧିନାୟକ ମୋର୍ଗାନଙ୍କ ସହ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ, ବିସ୍ଫୋରକ ଆନ୍ଦ୍ରେ ରସେଲ, ରାହୁଲ ତ୍ରିପାଠୀ ଓ ଅଲରାଉଣ୍ଡର ସକିବ-ଅଲ୍-ହାସନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ବୋଲିଂ ବିଭାଗରେ ପ୍ୟାଟ୍ କମିନ୍ସଙ୍କ ସ୍ଥାନ ନେଇଥିବା ଟିମ୍ ସାଉଦିଙ୍କ ଉପରେ ଦଳର ଢେର ଆଶା ରହିବ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ଅଲରାଉଣ୍ଡର୍‌ ଗ୍ଲେନ୍ ମ୍ୟାକ୍ସୱେଲ୍ ଆସିବା ପରେ ଆର୍‌ସିବିର ବ୍ୟାଟିଂ ଆହୁରି ଶକ୍ତିଶଳୀ ହୋଇଛି। ଏବି ଡି’ଭିଲିୟର୍ସ , ଅଧିନାୟକ କୋହଲି ଏବଂ ଦେବିଦତ୍ତ ପଡ଼ିକଲ (୧୯୮ ରନ୍, ୭ ମ୍ୟାଚ୍) ଭଲ ଫର୍ମରେ ଅଛନ୍ତି। ମହମ୍ମଦ ସିରାଜ, କାଇଲ ଜାମିସନ୍‌ଙ୍କ ଉପସ୍ଥିତି ସହ ହର୍ଷଲ ପଟେଲ, ନଭଦୀପ ସୈନି ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ବୋଲରଙ୍କ ଉପସ୍ଥିତି ପାଇଁ ଆର୍‌ସିବି ବୋଲିଂକ୍ରମ ଯେକୌଣସି ପ୍ରତିପକ୍ଷକୁ ଘାଇଲା କରିବାକୁ ପୂରା ସକ୍ଷମ। ଶ୍ରୀଲଙ୍କା ସ୍ପିନର ୱ‌ାନିନ୍ଦୁ ହସରଙ୍ଗା ଓ ଦୁଷ୍ମଥ ଚାମିରା (ଆଦାମ ଜାମ୍ପା‌ ଓ କେନ୍ ରିଚାର୍ଡସନଙ୍କ ବଦଳରେ ଆସିଥିବା‌)ଙ୍କ ଉପସ୍ଥିତି ପାଇଁ ଏହି ଦଳର ବୋଲିଂ ବିବିଧତା ବି ଯଥେଷ୍ଟ ବଢ଼ିଛି।

20 Sep 2021 By The Sakala

ଆଇପିଏଲ ୨୦୨୧: ଆଜି ମୁହାଁମୁହିଁ ହେବେ କୋଲକତା ଓ ବାଙ୍ଗାଲୋର

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ଯାୟ ଆରମ୍ଭ ହୋଇଯାଇଛି। ଆଜିର ମ୍ଯାଚ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)  ଓ  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ଯରେ ଆବୁଧାବିରେ ଖେଳାଯିବ।ଏହି ୧୪ଶ ସଂସ୍କରଣର ପ୍ରଥମ ପର୍ଯ୍ଯାୟରେ କେକେଆର୍‌ ଆଶାଜନକ ପ୍ରଦର୍ଶନ କରି ପାରିନଥିଲା। ସେଥିପାଇଁ ଦ୍ବିତୀୟ ପର୍ଯ୍ଯାୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ପ୍ରଥମପ ର୍ଯ୍ଯାୟରେ ଖେଳିଥିବା ୭ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଆରସିବି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ଯାୟରେ ସେହି ୭ ମୁକାବିଲାରୁ କେକେଆର୍ ମାତ୍ର ଦୁଇଟି ବିଜୟ ହାସଲ କରି ସପ୍ତମ ସ୍ଥାନରେ ଅଛି। ଏଣୁ ୨୦୧୪ ସଂସ୍କରଣ ଭଳି କେକେଆର୍‌ ଏଥର ବି ଧମାକାଦାର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ୨୦୧୪ ମସିହାରେ ପ୍ରଥମ କିଛି ମ୍ୟାଚ୍‌ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ଲଗାତାର ୯ ବିଜୟ ହାସଲ କରି କେକେଆର୍‌ ଶେଷରେ ବିଜେତା ଆଖ୍ୟା ଅର୍ଜନ କରିଥିଲା।

କୋଲ୍‌କାତା ନାଇଟ୍ ରାଇଡର୍ସକୁ ପ୍ଲେ ଅଫ୍ ଖେଳିବା ଆଶାକୁ ଉଜ୍ଜୀବିତ ରଖିବାକୁ ହେଲେ ଅଧିନାୟକ ମୋର୍ଗାନଙ୍କ ସହ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ, ବିସ୍ଫୋରକ ଆନ୍ଦ୍ରେ ରସେଲ, ରାହୁଲ ତ୍ରିପାଠୀ ଓ ଅଲରାଉଣ୍ଡର ସକିବ-ଅଲ୍-ହାସନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ବୋଲିଂ ବିଭାଗରେ ପ୍ୟାଟ୍ କମିନ୍ସଙ୍କ ସ୍ଥାନ ନେଇଥିବା ଟିମ୍ ସାଉଦିଙ୍କ ଉପରେ ଦଳର ଢେର ଆଶା ରହିବ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ଅଲରାଉଣ୍ଡର୍‌ ଗ୍ଲେନ୍ ମ୍ୟାକ୍ସୱେଲ୍ ଆସିବା ପରେ ଆର୍‌ସିବିର ବ୍ୟାଟିଂ ଆହୁରି ଶକ୍ତିଶଳୀ ହୋଇଛି। ଏବି ଡି’ଭିଲିୟର୍ସ , ଅଧିନାୟକ କୋହଲି ଏବଂ ଦେବିଦତ୍ତ ପଡ଼ିକଲ (୧୯୮ ରନ୍, ୭ ମ୍ୟାଚ୍) ଭଲ ଫର୍ମରେ ଅଛନ୍ତି। ମହମ୍ମଦ ସିରାଜ, କାଇଲ ଜାମିସନ୍‌ଙ୍କ ଉପସ୍ଥିତି ସହ ହର୍ଷଲ ପଟେଲ, ନଭଦୀପ ସୈନି ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ବୋଲରଙ୍କ ଉପସ୍ଥିତି ପାଇଁ ଆର୍‌ସିବି ବୋଲିଂକ୍ରମ ଯେକୌଣସି ପ୍ରତିପକ୍ଷକୁ ଘାଇଲା କରିବାକୁ ପୂରା ସକ୍ଷମ। ଶ୍ରୀଲଙ୍କା ସ୍ପିନର ୱ‌ାନିନ୍ଦୁ ହସରଙ୍ଗା ଓ ଦୁଷ୍ମଥ ଚାମିରା (ଆଦାମ ଜାମ୍ପା‌ ଓ କେନ୍ ରିଚାର୍ଡସନଙ୍କ ବଦଳରେ ଆସିଥିବା‌)ଙ୍କ ଉପସ୍ଥିତି ପାଇଁ ଏହି ଦଳର ବୋଲିଂ ବିବିଧତା ବି ଯଥେଷ୍ଟ ବଢ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର