ଆସନ୍ତୁ ଜାଣିବା ପାରାଅଲିମ୍ପିକ୍ସର କିଛି ଅଜଣା କଥା

The Sakala Picture
Published On

ବିଶ୍ୱରେ ଶାରିରୀକ ଭିନ୍ନକ୍ଷମ ଓ ଅକ୍ଷମଙ୍କ ଲାଗି ବିଶ୍ୱ ସ୍ତରରେ ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କଥା କେହି ଚିନ୍ତା କରି ନଥିଲେ। କିନ୍ତୁ ଜର୍ମାନୀର ନାଜୀ ସରକାରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଡାକ୍ତର ସାର ଲୁଡ୍‍ୱିଗ୍‍ ଗଟ୍ଟମାନ୍ନ ହିଁ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ସ୍ୱପ୍ନ ଦେଖିଥିଲେ। ଜର୍ମାନୀରୁ ବିତାଡିତ ହେବା ପରେ ସେ ଇଂଲଣ୍ଡରେ ଷ୍ଟୋକ୍‍ ମାଣ୍ଡେଭିଲେ ହସ୍ପିଟାଲ ଖୋଲି ଚିକିତ୍ସା କରୁଥିଲେ। ତାଙ୍କରି ଉଦ୍ୟମରେ ଜୁଲାଇ ୨୯ ତାରିଖ ୧୯୪୮ରେ ୧୬ […]

ବିଶ୍ୱରେ ଶାରିରୀକ ଭିନ୍ନକ୍ଷମ ଓ ଅକ୍ଷମଙ୍କ ଲାଗି ବିଶ୍ୱ ସ୍ତରରେ ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କଥା କେହି ଚିନ୍ତା କରି ନଥିଲେ। କିନ୍ତୁ ଜର୍ମାନୀର ନାଜୀ ସରକାରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଡାକ୍ତର ସାର ଲୁଡ୍‍ୱିଗ୍‍ ଗଟ୍ଟମାନ୍ନ ହିଁ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ସ୍ୱପ୍ନ ଦେଖିଥିଲେ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଜର୍ମାନୀରୁ ବିତାଡିତ ହେବା ପରେ ସେ ଇଂଲଣ୍ଡରେ ଷ୍ଟୋକ୍‍ ମାଣ୍ଡେଭିଲେ ହସ୍ପିଟାଲ ଖୋଲି ଚିକିତ୍ସା କରୁଥିଲେ। ତାଙ୍କରି ଉଦ୍ୟମରେ ଜୁଲାଇ ୨୯ ତାରିଖ ୧୯୪୮ରେ ୧୬ ଜଣ ଆହତ ସୈନିକଙ୍କୁ ନେଇ ଷ୍ଟୋକ୍‍ ମାଣ୍ଡେଭିଲେ ଗେମ୍ସ ଆୟୋଜନ କରିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଏହି ଖେଳର ଲୋକପ୍ରିୟତା ବଢ଼଼ିବା ପରେ ୧୯୬୦ରେ ପ୍ରଥମ ପାରାଅଲିମ୍ପିକ୍ସ ଗେମ୍ସ ଆୟୋଜିତ ହୋଇଥିଲା। ପ୍ରଥମଥର ଏଭଳି ପ୍ରତିଯୋଗିତାରେ ୨୩ଟି ଦେଶୁ ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

୧୯୮୯ରେ ଅନ୍ତର୍ଜାତୀୟ ପାରାଅଲିମ୍ପିକ୍‍ କମିଟି ଗଠିତ ହୋଇଥିଲା। ପାରାଅଲିମ୍ପିକ୍‍ ଆନ୍ଦୋଳନରେ ନେତୃତ୍ୱ ଏହି କମିଟି ଗ୍ରହଣ କରିଥିଲା। ଯାହା ଫଳରେ ୧୯୬୦ରୁ ଆରମ୍ଭ ହୋଇଥିବା ଏହି ଗେମ୍ସ ବିଧିବଦ୍ଧ ସ୍ୱୀକୃତି ଲାଭ କରିଥିଲା।
ଇଟାଲୀର ରାଜଧାନୀ ରୋମ୍‍ରେ ଆରମ୍ଭ ହୋଇଥିବା ପାରାଅଲିମ୍ପିକ୍ସ ଗ୍ରୀଷ୍ମକାଳୀନ ଓ ଶୀତକାଳୀନ ଅଲିମ୍ପିକ୍ସ ପରି ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହେବାର ନିୟମ ରହିଥିଲା। କିନ୍ତୁ ୨୦୦୮ ବେଜିଂ ଅଲିମ୍ପିକ୍ସ ବେଳକୁ ଏହାର ରୂପରେଖ ବଦଳି ଯାଇଥିଲା। ଯେଉଁ ସହର ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ କରିବ, ସେହି ସହର ମଧ୍ୟ ପାରାଅଲିମ୍ପିକ୍ସ ଆୟୋଜନ କରିବ ବୋଲି ୨୦୧୨ରେ ବିଧବଦ୍ଧ ସ୍ଥିର କରାଗଲା।

ଜାପାନର ରାଜଧାନୀ ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ଯାଏ ପାରାଅଲିମ୍ପିକ୍ସର ୧୬ତମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ୧୬୭ଟି ଦେଶରୁ ୪,୫୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ ୨୨ଟି ଖେଳରେ ୫୪୦ ଇଭେଣ୍ଟ ଆୟୋଜିତ ହେବ। ପାରା ବ୍ୟାଡ୍‍ମିଣ୍ଟନ ଓ ଟାଏକ୍ୱୋଣ୍ଡୋ ନୂଆ ଖେଳ ଭାବେ ଏଠାରେ ସାମିଲ ହୋଇଛି।
ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ପରି ପାରା ଅଲିମ୍ପିକ୍ସରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍‍ ଭିତରକୁ ଛଡ଼ାଯିବ ନାହିଁ। କୋଭିଡ୍‍ ପ୍ରୋଟୋକଲକୁ କଡ଼ା କଡ଼ି ପାଳନ କରାଯିବ। ଟୋକିଓରେ କୌଣସି ହସ୍ପିଟାଲରେ ବେଡ୍‍ ନଥିବାରୁ ପାରା ଆଥ୍‍ଲେଟଙ୍କ ଲାଗି ବିପଦ ସୃଷ୍ଟି ହୋଇଛି।

ଆମେରିକାର ମହିଳା ସନ୍ତରଣକାରୀ ତ୍ରିଶ୍ଚା ଜର୍ଣ୍ଣ ପାରା ଅଲିମ୍ପିକ୍ସରେ ସର୍ବାଧିକ ୫୫ଟି ପଦକ ବିଜୟୀ ହୋଇଛନ୍ତି। ଏହା ମଧ୍ୟରେ ୩୨ଟି ସ୍ୱର୍ଣ୍ଣ ରହିଛି। ୧୯୮୦ରୁ ୨୦୦୪ ମଧ୍ୟରେ ସେ ଏହି ପଦକ ଜିତିଥିଲେ। ସେହିପରି ପୁରୁଷ ବିଭାଗରେ ସ୍ୱିଡେନ୍‍ର ସୁଟିଂ ତାରକା ଜୋନାସ ଜ୍ୟାକବସନ ୧୭ଟି ସ୍ୱର୍ଣ୍ଣ ସହ ସର୍ବାଧିକ ୨୭ଟି ପଦକ ଜିତିଛନ୍ତି। ସେ ୧୫ ବର୍ଷରେ ୧୯୮୦ ପାରାଅଲିମ୍ପିକ୍ସରେ ଡେବ୍ୟୁ କରିଥିଲେ। ସେ କ୍ରମାଗତ ୧୦ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପରେ ୨୦୧୬ ରିଓ ଅଲିମ୍ପିକ୍ସରେ ଅବସର ଗ୍ରହଣ କରିଥିଲେ।

ହଙ୍ଗେରୀର ପାଲ ଜୀକର୍ସ ପ୍ରଥମ ଓ ଏଯାଏ ଏକମାତ୍ର ଆଥ୍‍ଲେଟଭାବେ ଉଭୟ ସମର ଓ ପାରା ଅଲିମ୍ପିକ୍ସରେ ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ୧୯୮୮ ସିଓଲ ଅଲିମ୍ପିକ୍ସରେ ଏହି ଅସିଚାଳକ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ୧୯୯୧ରେ ସେ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ତାଙ୍କ ଗୋଡ ହରାଇଥିଲେ। ଏହା ସତ୍ତ୍ବେ ସେ ଦବି ନଯାଇ ୧୯୯୨ ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଅସିଚାଳନାରେ ସ୍ୱର୍ଣ୍ଣପଦକ ଜିତିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp