ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

Suryakanta Picture
Published On

ଭାରତୀୟ କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟି-୨୦ ବିଶ୍ୱକପ୍ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇଥିବା ବେଳେ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଆୟରଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଏସିଆନ୍ ଗେମ୍ସ ପାଇଁ ଦଳ ଘୋଷଣା କରାଯିବା ସମୟରେ ବିସିସିଆଇ (BCCI) ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଅଜିତ ଅଗରକର ଖୋଲିଲେ କାରଣ

ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରୁ ବାଦ୍ ଦେବା ନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, "ବିଶ୍ୱକପ୍ ଜିତିଥିବା ଜଣେ ଅଧିନାୟକଙ୍କୁ ବାଦ୍ ଦେବା କେବେ ବି ସହଜ ନୁହେଁ। କିନ୍ତୁ ଆଗାମୀ ଦୁଇ ବର୍ଷର ଯୋଜନା ଏବଂ ଖେଳାଳିଙ୍କ ସାମ୍ପ୍ରତିକ ଫର୍ମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରେୟସ ଆୟର ବିଶ୍ୱକପ୍ ଖେଳିବା ଦୌଡ଼ରେ ଥିଲେ ଏବଂ ସେ ଜଣେ ଯୋଗ୍ୟ ଦାବିଦାର ଅଟନ୍ତି। ତାଙ୍କ ପାଖରେ ନେତୃତ୍ୱ ନେବାର ଯଥେଷ୍ଟ ଅଭିଜ୍ଞତା ରହିଛି।"

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ତିଲକ ବର୍ମା ଉପ-ଅଧିନାୟକ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି

କେବଳ ଅଧିନାୟକ ପରିବର୍ତ୍ତନ ନୁହେଁ, ଯୁବ ଖେଳାଳି ତିଲକ ବର୍ମାଙ୍କୁ ଟି-୨୦ ଦଳର ନୂଆ ଉପ-ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୧୫ ବର୍ଷୀୟ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ଥର ପାଇଁ ସିନିୟର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଚୟନ କମିଟି ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କ ଉପରେ ଅଧିକ ଭରସା କରିଥିବା ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଆୟରଙ୍କ ଦମଦାର ନେତୃତ୍ୱ ରେକର୍ଡ

ଆଇପିଏଲ୍ (IPL) ରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ବେଶ୍ ପ୍ରଭାବଶାଳୀ ରହିଛି। ୨୦୨୪ ମସିହାରେ ସେ କୋଲକାତା ନାଇଟ୍ ରାଇଡର୍ସ କୁ ଆଇପିଏଲ୍ ଟାଇଟଲ୍ ଜିତାଇଥିବା ବେଳେ ୨୦୨୫ ରେ ପଞ୍ଜାବ କିଙ୍ଗସ୍ କୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ତାଙ୍କର ଏହି ନେତୃତ୍ୱ ଦକ୍ଷତା ତାଙ୍କୁ ଜାତୀୟ ଦଳର ମଙ୍ଗ ଧରିବାରେ ସାହାଯ୍ୟ କରିଛି। ଟିମ୍ ଇଣ୍ଡିଆ ଜୁନ୍ ୨୬ ତାରିଖରୁ ଆୟରଲ୍ୟାଣ୍ଡ ବିପକ୍ଷରେ ନିଜର ପରବର୍ତ୍ତୀ ଟି-୨୦ ସିରିଜ୍ ଖେଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp