ଘୋଷଣା ହେଲା ଟି-୨୦ ବିଶ୍ୱକପ କାର୍ଯ୍ୟସୂଚୀ: ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ନେଇ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଜାରି ହୋଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୦୭ର ଚାମ୍ପିଅନ୍ ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଦୁବାଇରେ ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ […]

ନୂଆଦିଲ୍ଲୀ: ଚଳିତ ବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ନେଇ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଜାରି ହୋଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୦୭ର ଚାମ୍ପିଅନ୍ ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଦୁବାଇରେ ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ରହିଛି । ବିଶ୍ୱକପର ଗ୍ରୁପ୍-୨ରେ ଅଛନ୍ତି ଉଭୟ ଟିମ୍ । ଏହି ଗ୍ରୁପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ଅଛନ୍ତି । ଦୁବାଇରେ ଅକ୍ଟୋବର ୩୧ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ଓ ନଭେମ୍ବର ୪ ତାରିଖରେ ଆବୁଧାବିରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ପରେ ଦୁବାଇରେ ନଭେମ୍ବର ୫ ଓ ୮ ତାରିଖରେ ଆଉ ଦୁଇଟି ମ୍ୟାଚ୍ ରହିଛି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ । ସେହିପରି ଗ୍ରୁପ୍-୧ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ଅଛନ୍ତି ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଚଳିତଥର ଟି-୨୦ ବିଶ୍ୱକପ ଭାରତରେ ଆୟୋଜନ ହେବାକୁ ସ୍ଥିର ହୋଇଥିଲା । ତେବେ କୋଭିଡ କାରଣରୁ ଏହାକୁ ଓମାନ ଓ ୟୁଏଇରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ଗୁଡିକ ୟୁଏଇରେ ହେବ । ୧୪ ନଭେମ୍ବରରେ ଦୁବାଇରେ ଫାଇନାଲ ଖେଳାଯିବ । ତେବେ ଉଭୟ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ଗୋଟିଏ ଦିନର ରିଜର୍ଭ ଡେ ରଖାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର