ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଚ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ୪-୩ ଗୋଲରେ ପରାସ୍ତ ହେଲା ଭାରତ

The Sakala Picture
Published On

ଟୋକିଓ: ନିରାଶ କଲେ ଭରତୀୟ ମହିଳା ହକି ଟିମ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ହାରିଯାଇଛି ଭରତୀୟ ମହିଳା ହକି ଦଳ । ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହା ସହିତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିବାର ଇତିହାସ ରଚିବାରେ ବିଫଳ ହୋଇଛି ଭରତୀୟ ମହିଳା ହକି ଟିମ । ବ୍ରିଟେନକୁ କଡା ଟକ୍କର ଦେଇ ଭାରତ ଲଢିଥିଲା […]

ଟୋକିଓ: ନିରାଶ କଲେ ଭରତୀୟ ମହିଳା ହକି ଟିମ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ହାରିଯାଇଛି ଭରତୀୟ ମହିଳା ହକି ଦଳ । ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହା ସହିତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିବାର ଇତିହାସ ରଚିବାରେ ବିଫଳ ହୋଇଛି ଭରତୀୟ ମହିଳା ହକି ଟିମ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ବ୍ରିଟେନକୁ କଡା ଟକ୍କର ଦେଇ ଭାରତ ଲଢିଥିଲା । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଲଢୁଆ ପ୍ରଦର୍ଶନ କଲେ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଦ୍ୱିତୀୟ କ୍ୱାର୍ଟର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିବା ସତ୍ୱେ ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍ ରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲ୍ ରେ ଆଗୁଆ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର