ଫିଫା ବିଶ୍ୱକପ୍‌-୨୦୨୬; ଚାମ୍ପିଅନ ଦଳକୁ ୪୫୧ କୋଟି ଓ ରନର୍ସଅପ୍‌କୁ ମିଳିବ ୨୯୭ କୋଟି ଟଙ୍କା....

ପୁରସ୍କାର ଆକାରରେ ମୋଟ୍‌ ୬୫୫ ମିଲିୟନ ଡଲାର ପ୍ରଦାନ କରାଯିବ

Deviprasad Mohanty Picture
Published On

ଜୁରିକ: ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆହୁରି ୧୭୪ ଦିନ ବାକି ରହିଛି। କିନ୍ତୁ ୬ ମାସ ପୂର୍ବରୁ ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ‘ଫିଫା’ ପକ୍ଷରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଲାଗି ପୁରସ୍କାର ରାଶି ବଢ଼ିଛି। ଆଗାମୀ ବିଶ୍ୱକପ୍‌ରେ ପୁରସ୍କାର ଆକାରରେ ମୋଟ୍‌ ୬୫୫ ମିଲିୟନ ଡଲାର ପ୍ରଦାନ କରାଯିବ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୫,୯୦୮ କୋଟି ଟଙ୍କା ହେବ। ଚାମ୍ପିଅନ ଦଳ ପୁରସ୍କାର ବାବଦକୁ ୫୦ ମିଲିୟନ ଡଲାର (ପାଖାପାଖି ୪୫୧ କୋଟି) ଘରକୁ ନେବ। ଯାହାକି ୨୦୨୨ ଓ ୨୦୧୮ ସଂସ୍କରଣ ତୁଳନାରେ ଢେର ଅଧିକ। ୨୦୨୨ ଓ ୨୦୧୮ ସଂସ୍କରଣରେ ଯଥାକ୍ରମେ ୪୨ ମିଲିୟନ ଓ ୩୮ ମିଲିୟନ ଡଲାର ଚାମ୍ପିଅନ ଦଳକୁ ମିଳିଥିଲା। ସେହିଭଳି ଯଦି ମୋଟ୍‌ ପୁରସ୍କାର ଉପରେ ନଜର ପକାଯାଏ ତେବେ ୨୦୨୨ରେ ୪୪୦ ମିଲିୟନ ଡଲାର ପୁରସ୍କାର ଆକାଦରରେ ଦିଆଯାଇଥିଲା। ଅପରପକ୍ଷରେ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ୪୮ଟି ମହାସଂଘକୁ ପୂର୍ବ ପ୍ରସ୍ତୁତି ସକାଶେ ୧.୫ ମିଲିୟନ ଦିଆଯିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ମୋଟ୍‌ ପୁରସ୍କାର: ୫,୯୦୮
ଚାମ୍ପିଅନ: ୪୫୧
ରନର୍ସଅପ୍‌: ୨୯୭
ତୃତୀୟ ସ୍ଥାନ: ୨୬୧
ଚତୁର୍ଥ ସ୍ଥାନ: ୨୪୩
କ୍ୱାର୍ଟର ଫାଇନାଲିଷ୍ଟ: ୧୭୧
ପ୍ରି-କ୍ୱାର୍ଟର: ୧୩୫
ରାଉଣ୍ଡ- ୩୨: ୯୯
ଗ୍ରୁପ୍‌ ପର୍ଯ୍ୟାୟ: ୮୧
ପ୍ରସ୍ତୁତି ଲାଗି: ୧୩

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର