ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ; ସିରିଜ୍ କବ୍‌ଜା ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ

Madhusudan Das Picture
Published On

ରାୟପୁର: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ଵିତୀୟ ମୁକାବିଲା ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ଜିତିବା ସହ ସିରିଜ୍ ବିଜୟ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ରାଞ୍ଜିରେ ଖେଳାଯାଇଥିବା ରୋମାଞ୍ଚକ ପ୍ରଥମ ଦିନିକିଆ ମୁକାବିଲାରେ ଭାରତ ମାତ୍ର ୧୨ ରନ୍‌ରେ ଭ୍ରମଣକାର ଦଳକୁ ପରାସ୍ତ କରିଛି । ଏହା ଫଳରେ ଭାରତ ୧-୦ରେ ଆଗୁଆ ରହିଛି। ଆଜି ଖେଳାଯିବାକୁ ଥିବା ଏହି ମୁକାବିଲାରେ ବିଜୟ ହାସଲ କରି ଭାରତ ଗୋଟିଏ ମ୍ୟାଚ୍ ବାକିଥାଲ ଆଗୁଆ ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିଛି। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତର ଏହି ଲକ୍ଷ୍ୟକୁ ପରାହତ କରି ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବା ଲାଗି ଜୋରବାର ଉଦ୍ୟମ କରିବ ବୋଲି ଅଭ୍ୟାସରୁ ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସେପଟେ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତ ବିଜୟ ସହ ସିରିଜ୍ କବଜା ଲକ୍ଷ୍ୟରେ ରହିବ । ତେବେ ରାୟପୁରରେ ବିରାଟ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ରାୟପୁର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅପରାହ୍ନ ୧ଟା ୩୦ରେ ଖେଳାଯିବ ମ୍ୟାଚ୍ । ସମ୍ଭାବ୍ୟ ଏକାଦଶରେ ଜୟସୱାଲ, ରୋହିତ, କୋହଲି, ଗାଏକ୍ୱାଡ୍, ରାହୁଲ, ସୁନ୍ଦର, ଜାଡେଜା, ରାଣା, କୁଲଦୀପ, ଅର୍ଶଦୀପ ଏବଂ ପ୍ରସିଦ୍ଧ କ୍ରିଷ୍ଣା ସାମିଲ ହୋଇପାରନ୍ତି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର