ଅବସର ନେଲେ ଭାରତୀୟ ଟେନିସ୍ କିମ୍ବଦନ୍ତୀ ରୋହନ ବୋପନ୍ନା

Deviprasad Mohanty Picture
Published On

ନୂଆଦିଲ୍ଲୀ: ଅବସର ନେଲେ ଭାରତୀୟ ଟେନିସ୍ କିମ୍ବଦନ୍ତୀ ରୋହନ ବୋପନ୍ନା। ଆଜି ଷ୍ଟାର ଟେନିସ୍ ଖେଳାଳି ନିଜର  ଅବସର ଘୋଷଣା କରିଛନ୍ତି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ, ବୋପନ୍ନା ଏବଂ ଏନ. ଶ୍ରୀରାମ ବାଲାଜୀଙ୍କ ଦଳ, ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୭-୫, ୬-୨ରେ ପରାସ୍ତ ହୋଇଥିଲା। ରୋହନ ବୋପନ୍ନା ଏବେ ନିଶ୍ଚିତ କରିଛନ୍ତି ଯେ, ତାହା ତାଙ୍କ କ୍ୟାରିଅରର ଶେଷ ମ୍ୟାଚ୍ ଥିଲା। ୨୨ବର୍ଷ ଧରି ବୋପନ୍ନା ଅନ୍ତର୍ଜାତୀୟ ଟେନିସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ଏବେ ସେ ତାଙ୍କ ଐତିହାସକ କ୍ୟାରିଅରରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହା ବିଷୟରେ ଘୋଷଣା କରି ସେ ପୋଷ୍ଟ କରିଛନ୍ତି ଯେ, "ଏହା ମୋ ଟେନିସ୍ କ୍ୟାରିଅରର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା। ମୁଁ ବୁଝିପାରୁଛି ଯେ ମୁଁ ଜଣେ ଖେଳାଳି ଭାବରେ କେଉଁଠାରେ ପହଞ୍ଚିଛି। ମୁଁ ଆଜି ଯେଉଁଠାରେ ଅଛି ତାହା ଏକ ବିରାଟ ସଫଳତା। ମୁଁ କେବେ କଳ୍ପନା କରି ନଥିଲି ଯେ ମୁଁ ୨୦ବର୍ଷରୁ ଅଧିକ ସମୟ ପାଇଁ ଏତେ ଉଚ୍ଚ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବି। ୨୦୦୨ରେ ମୁଁ ଡେବ୍ୟୁ କରିଥିଲି ଏବଂ ଆଜି ୨୨ବର୍ଷ ପରେ, ମୁଁ ଅଲିମ୍ପିକ୍ସରେ ମୋ ଦେଶର ପ୍ରତିନିଧିତ୍ୱ କଲି। ଏହି ଐତିହାସିକ କ୍ୟାରିଅର ପାଇଁ ମୁଁ ବହୁତ ଗର୍ବିତ।
 
ରୋହନ ବୋପନ୍ନା ତାଙ୍କ ଦୀର୍ଘ ଟେନିସ୍ କ୍ୟାରିୟରରେ ଡବଲ୍ସ ପ୍ରତିଯୋଗିତାରେ ୬ଥର ଗ୍ରାଣ୍ଡସ୍ଲାମ ଫାଇନାଲିଷ୍ଟ ହୋଇଛନ୍ତି। ସେ ଦୁଇ ଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ୨୦୧୭ରେ, ବୋପନ୍ନା, କାନାଡାର ଗେବ୍ରିଏଲା ଡାବ୍ରୋସ୍କିଙ୍କ ସହିତ ମିଶି ଫ୍ରେଞ୍ଚ ଓପନ୍ ମିଶ୍ରିତ ଡବଲ୍ସ ଟାଇଟଲ ଜିତିଥିଲେ। ୨୦୨୪ରେ, ସେ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ସହିତ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ ଜିତିଥିଲେ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର