କିଏ ଏହି ବିଘ୍ନେଶ ପୁଥୁର, ଯାହାଙ୍କୁ ନେଇ କ୍ରିକେଟ ଜଗତରେ ଚର୍ଚ୍ଚା…..

The Sakala Picture
Published On

ମୁମ୍ବଇ,: ଚଳିତ ଆଇପିଏଲ୍‌-୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ଓପନିଂ ମ୍ୟାଚରେ ୪ ୱିକେଟ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ନିକଟରୁ ପରାସ୍ତ ହୋଇଛି। ମୁମ୍ବାଇ ପରାସ୍ତ ହୋଇଥିଲେ ମଧ୍ୟ ଏହି ମ୍ୟାଚ୍‌ ଜରିଆରେ ଆଇପିଏଲ୍‌ରେ ପାଦ ଥାପିଥିବା ଯୁବ ବାମହାତୀ ରିଷ୍ଟ ସ୍ପିନର ବିଘ୍ନେଶ ପୁଥୁରଙ୍କ ଲାଗି ଏହା ବେଶ୍‌ ସ୍ମରଣୀୟ ହୋଇରହିଛି। ସେ ତାଙ୍କ ୪ ଓଭର ସ୍ପେଲରେ ୮ ହାରରେ ୩୨ ରନ ବ୍ୟୟ କରି ୩ଟି ମୂଲ୍ୟବାନ ୱିକେଟ୍‌ ଅକ୍ତିଆର କରିଥିଲେ। ଚେନ୍ନାଇ ଅଧିନାୟକ ଋତୁରାଜ […]

ମୁମ୍ବଇ,: ଚଳିତ ଆଇପିଏଲ୍‌-୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ଓପନିଂ ମ୍ୟାଚରେ ୪ ୱିକେଟ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ନିକଟରୁ ପରାସ୍ତ ହୋଇଛି। ମୁମ୍ବାଇ ପରାସ୍ତ ହୋଇଥିଲେ ମଧ୍ୟ ଏହି ମ୍ୟାଚ୍‌ ଜରିଆରେ ଆଇପିଏଲ୍‌ରେ ପାଦ ଥାପିଥିବା ଯୁବ ବାମହାତୀ ରିଷ୍ଟ ସ୍ପିନର ବିଘ୍ନେଶ ପୁଥୁରଙ୍କ ଲାଗି ଏହା ବେଶ୍‌ ସ୍ମରଣୀୟ ହୋଇରହିଛି। ସେ ତାଙ୍କ ୪ ଓଭର ସ୍ପେଲରେ ୮ ହାରରେ ୩୨ ରନ ବ୍ୟୟ କରି ୩ଟି ମୂଲ୍ୟବାନ ୱିକେଟ୍‌ ଅକ୍ତିଆର କରିଥିଲେ। ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକୱାଡ (୫୩ ରନ)ଙ୍କୁ ଆଉଟ୍‌ କରି ବିଘ୍ନେଶ ତାଙ୍କ ପ୍ରଥମ ଆଇପିଏଲ୍‌ ୱିକେଟ୍‌ ସଫଳତା ପାଇଥିଲେ। ଏହାପରେ ସେ ଦୀପକ ହୁଦା (୩ ରନ) ଓ ଶିଭମ ଦୁବେ (୯ ରନ)ଙ୍କ ଭଳି ଆଉ ୨ଟି ମୂଲ୍ୟବାନ ୱିକେଟ ନେଇ ପଦାର୍ପଣକୁ ସ୍ମରଣୀୟ କରିଥିଲେ। ବିଘ୍ନେଶ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ରୋହିତ ଶର୍ମାଙ୍କ ସ୍ଥାନରେ ଆସି ଏହି ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିଲେ। ତେବେ ବିଶେଷ ପରିଚିତ ହାସଲ କରି ନ ଥିବା ଏହି ଖେଳାଳିଙ୍କ ସ୍ପିନ ବୋଲିଂ କ୍ରିକେଟ୍‌ପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଖେଳାଳି ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୩୦ ଲକ୍ଷ ଟଙ୍କାରେ କେରଳର ପୁଥୁରଙ୍କୁ ଦଳରେ ସାମିଲ କରିଥିଲା। ସବୁଠୁ ଉଲ୍ଲେଖନୀୟ କଥା ହେଉଛି ୨୪ ବର୍ଷୀୟ ପୁଥୁର ଆଇପିଏଲ୍‌ ପଦାର୍ପଣ କରିବା ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ନ ଥିଲା। ସେ ପ୍ରଥମଶ୍ରେଣୀ, ଲିଷ୍ଟ-ଏ କିମ୍ବା ଟି-୨୦ ଫର୍ମାଟ୍‌ରେ ବିସିସିଆଇର କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ତେବେ କେରଳ ଟି-୨୦ ଲିଗ୍‌ରେ ସେ କେତୋଟି ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ତାଙ୍କ ବାମହାତୀ ରିଷ୍ଟ ସ୍ପିନ ବୋଲିଂ ମୁମ୍ବାଇ ଇଣ୍ଡିଆନ୍ସର ଚୟନ କମିଟିକୁ ପ୍ରଭାବିତ କରିଥିଲା। ଯେଉଁଥି ପାଇଁ ସେମାନେ ପୁଥୁରଙ୍କୁ ଟ୍ରାଏଲ୍ସକୁ ଡାକି ନିଲାମୀରେ କ୍ରୟ କରିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଖବର ଅନୁଯାୟୀ, ବିଘ୍ନେଙ୍କ ବାପା ହେଉଛନ୍ତି ଜଣେ ସାମାନ୍ୟ ଅଟୋ ଡ୍ରାଇଭର । କେରଳର ମଲପପୁରମରୁ ଆସୁଥିବା ଏହି ଖେଳାଳି, ପ୍ରଥମ ଥର ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି । ଏହା ପୂର୍ବରୁ ସେ କେରଳ ପାଇଁ ଘରୋଇ କ୍ରିକେଟ୍ ବି ଖେଳିନାହାଁନ୍ତି, ଏମିତି କି ସିନିୟର ଟିମରେ ତାଙ୍କ ଜାଗା ମଧ୍ୟ ନାହିଁ । ହେଲେ ତାହାରି ଭିତରେ କିନ୍ତୁ, ମୁମ୍ବାଇ ଟିମର ମ୍ୟାନେଜମେଣ୍ଟ ତାଙ୍କୁ କେରଳ କ୍ରିକେଟ୍ ଲିଗରୁ ଦେଖି, ଟିମକୁ ଆଣିବା ସହିତ ଏବେ ଆଇପିଏଲରେ ଦେଇଛି ଖେଳିବାର ସୁଯୋଗ । ଏଥର ଆଇପିଏଲ ଅକ୍ସନରେ ଦଳ ବିଗ୍ନେଶ ପୁଥୁରଙ୍କୁ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଦେଇ କିଣିଥିଲା । ଆଉ ଏହା ପୂର୍ବରୁ ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ସେ ଥିଲେ ମୁମ୍ବାଇର ନେଟ୍ ସ୍ପିନର । ଯେଉଁ କାରଣରୁ ଆଜି ସେ ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ଚମକିବା ଆରମ୍ଭ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର