ଭାରତ ବିପକ୍ଷ ଆଇସିସି ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ହାରିନି ନ୍ୟୁଜିଲାଣ୍ଡ, ପ୍ରତିଶୋଧ ଅପେକ୍ଷାରେ ଉଭୟ ଦଳ

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଦ୍ୱାରା ପରିଚାଳିତ ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟର ଫାଇନାଲ ମୁକାବିଲା ହେବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୯ ତାରିଖ ରବିବାର ଫାଇନାଲ ଖେଳାଯିବ। ଏଥିଲାଗି ଉଭୟ ଦଳର ଖେଳାଳି, କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେଉଥିବାରୁ ବିଶ୍ୱକ୍ରିକେଟ ପ୍ରେମୀ ମଧ୍ୟ ଏହାକୁ ଅପେକ୍ଷା କରି ରହିଛନ୍ତି। ଏବେ ମଧ୍ୟ […]

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଦ୍ୱାରା ପରିଚାଳିତ ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟର ଫାଇନାଲ ମୁକାବିଲା ହେବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୯ ତାରିଖ ରବିବାର ଫାଇନାଲ ଖେଳାଯିବ। ଏଥିଲାଗି ଉଭୟ ଦଳର ଖେଳାଳି, କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେଉଥିବାରୁ ବିଶ୍ୱକ୍ରିକେଟ ପ୍ରେମୀ ମଧ୍ୟ ଏହାକୁ ଅପେକ୍ଷା କରି ରହିଛନ୍ତି। ଏବେ ମଧ୍ୟ ଉଭୟ ଦଳ ଜବରଦସ୍ତ ଫର୍ମରେ ରହିଛନ୍ତି। ଦୁବାଇରେ ଭାରତର ସ୍ପିନ୍‌ ଜାଲକୁ ଅଲରାଉଣ୍ଡ ସଫଳତା ପାଉଥିବା ନ୍ୟୁଜିଲାଣ୍ଡ କିପରି ହଟାଇବ ତାହାକୁ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ତୃତୀୟ ଥରରେ ଭାରତ ସଫଳ ହେବାକୁ ଆଶା କରିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ରେକର୍ଡ ଭାଙ୍ଗିବା ଅପେକ୍ଷାରେ ଭାରତ

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଉଭୟ ଦେଶ ଦୀର୍ଘଦିନ ହେବ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳିଆସୁଥିଲେ ମଧ୍ୟ ଫାଇନାଲରେ ମାତ୍ର ତୃତୀୟଥର ଲାଗି ଭେଟାଭେଟି ହେବାକୁ ଯାଉଛନ୍ତି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ହେବ ତୃତୀୟ ଲଢେ଼ଇ। ପୂର୍ବରୁ ଦୁଇଦଳ ମଧ୍ୟରେ ଦୁଇଥର ଫାଇନାଲରେ ମୁକାବିଲା ହୋଇଛି ଏବଂ ଦୁଇଟିଯାକ ମୁକାବିଲାରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ସଂଯୋଗର କଥା ଏହିକି ଯେ, ଆଇସିସି ଟୁର୍ଣ୍ଣାମେଣ୍ଟରେ ଯେଉଁ ଦୁଇଟି ଟାଇଟଲ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି, ସେହି ଫାଇନାଲରେ ଭାରତକୁ ହରାଇ ଟାଇଟଲ ଜିତିଛି। ଉଭୟଙ୍କ ମଧ୍ୟରେ ୨୦୦୦ରେ ଅନୁଷ୍ଠିତ ଆଇସିସି ଚାମ୍ପିଅ୍‌ନ୍ସ ଟ୍ରଫି ଫାଇନାଲରେ ମୁକାବିଲା ହୋଇଥିଲା। ଏଥିରେ ଭାରତ ୨୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ କ୍ରିସ କେର୍ଣ୍ଣସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ଟାଇଟଲ ଜିତିଥିଲା। ସେହିପରି ଏହାର ୨୦ ବର୍ଷ ପରେ ଅର୍ଥାତ୍‌ ୨୦୨୧ରେ ଅନୁଷ୍ଠିତ ବିଶ୍ୱଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ମଧ୍ୟ ବିଜୟୀ ହୋଇଥିଲା। ଏଥର ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଫାଇନାଲରେ ଭାରତ ବିଜୟୀ ହୋଇ ପୂର୍ବଧାରାକୁ ଭାଙ୍ଗିବା ଅପେକ୍ଷାରେ ରହିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ପ୍ରତିଶୋଧ ଅପେକ୍ଷାରେ ଉଭୟ ଦଳ

ଏହି ମ୍ୟାଚ୍‌ରେ ଉଭୟ ଦଳ ପ୍ରତିଶୋଧ ଅପେକ୍ଷାରେ ରହିଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ୍‌ ଏବଂ ଏବେ ଦୁବାଇରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ଲିଗ୍‌ ମ୍ୟାଚ୍‌ରେ ଭାରତଠାରୁ ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ଦୁଇ ବର୍ଷରେ ଖେଳାଯାଇଥିବା ଆଇସିସି ନକ୍‌ଆଉଟରେ ଡବଲ ପରାଜୟର ପ୍ରତିଶୋଧ ନେବାକୁ ନ୍ୟୁଜିଲାଣ୍ଡ ବଦ୍ଧ ପରିକର। ଅନ୍ୟପକ୍ଷରେ ଭାରତ ମଧ୍ୟ ପରାଜୟର ପ୍ରତିଶୋଧ ଅପେକ୍ଷା ରହିଛି। ୨୦୦୦ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ଉଭୟଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଉଭୟ ଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା। ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଗୌତମ ଗମ୍ଭୀର ଓ ରୋହିତ ଶର୍ମା ଅପେକ୍ଷାରେ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଇସିସି ନକ୍‌ଆଉଟ ମୁକାବିଲାରେ ଉଭୟ ଦଳ ପରସ୍ପର ସହ ୪ଥର ଭେଟାଭେଟି ହୋଇଛନ୍ତି। ଏହା ମଧ୍ୟରୁ ନ୍ୟୁଜିଲାଣ୍ଡ ୩ଥର ଓ ଭାରତ ମାତ୍ର ଥରେ ବା ୨୦୨୩ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ବିଜୟୀ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର