ଚାମ୍ପିଅନ୍ସ ଟ୍ରଫି: ଜାଣନ୍ତୁ ଚାମ୍ପିଅନ, ରନର୍ସଅପ୍‌ ଓ ସେମିରେ ହାରିଥିବା ଟିମକୁ ମିଳିବ କେତେ ଟଙ୍କା….

The Sakala Picture
Published On

ଦୁବାଇ: ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫିର ୯ମ ସଂସ୍କରଣ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ୨୦୧୭ରେ ଶେଷଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହୋଇଥିଲା ଓ ପୁରସ୍କାର ରାଶି ୨୮.୮୮ କୋଟି ଅର୍ଥାତ୍‌ ପାଖାପାଖି ୨୯ କୋଟି ଟଙ୍କା ଥିଲା। ଏଥର ଏହା ଦୁଇଗୁଣାରୁ ଅଧିକ ଅର୍ଥାତ ୬୦ କୋଟି ଟଙ୍କାରେ ପହଞ୍ଚିଛି। ମୋଟ ଉପରେ ପୁରସ୍କାର ରାଶିରେ ୫୩ ପ୍ରତିଶତ ବୃଦ୍ଧି ହୋଇଛି। ଏଥର ଚାମ୍ପିଅନ ଦଳକୁ ୧୯.୪୬ କୋଟି […]

ଦୁବାଇ: ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫିର ୯ମ ସଂସ୍କରଣ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ୨୦୧୭ରେ ଶେଷଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହୋଇଥିଲା ଓ ପୁରସ୍କାର ରାଶି ୨୮.୮୮ କୋଟି ଅର୍ଥାତ୍‌ ପାଖାପାଖି ୨୯ କୋଟି ଟଙ୍କା ଥିଲା। ଏଥର ଏହା ଦୁଇଗୁଣାରୁ ଅଧିକ ଅର୍ଥାତ ୬୦ କୋଟି ଟଙ୍କାରେ ପହଞ୍ଚିଛି। ମୋଟ ଉପରେ ପୁରସ୍କାର ରାଶିରେ ୫୩ ପ୍ରତିଶତ ବୃଦ୍ଧି ହୋଇଛି। ଏଥର ଚାମ୍ପିଅନ ଦଳକୁ ୧୯.୪୬ କୋଟି ଟଙ୍କା ପ୍ରଦାନ କରାଯିବ। ସେହିପରି ଉପବିଜେତା ଦଳକୁ ୯.୭୩ କୋଟି, ସେମିଫାଇନାଲରେ ପରାସ୍ତ ହୋଇଥିବା ଦୁଇ ଦଳକୁ ୪.୮୬ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ୫ମ ଓ ୬ଷ୍ଠ ସ୍ଥାନରେ ରହିବାକୁ ଥିବା ଦଳକୁ ୩.୦୪ କୋଟି ଟଙ୍କା ଲେଖାଏ, ୭ମ ଓ ୮ମ ସ୍ଥାନ ଦଳରେ ରହିବାକୁ ଥିବା ଦଳଗୁଡିକୁ ୧.୨୧ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ଗ୍ରୁପ ପର୍ଯ୍ୟାୟରେ ପ୍ରତ୍ୟେକ ବିଜୟ ପାଇଁ ୨୯.୫ ଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବାରୁ ସବୁ ଦଳକୁ ପାର୍ଟିସିପସନ ବାବଦରେ ୧.୦୮ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର