ବାରବାଟୀରେ ଭାରତ-ଇଂଲଣ୍ଡ ଟକ୍କର: ଟିମ୍ ଇଣ୍ଡିଆକୁ ୩୦୫ ରନର ଟାର୍ଗେଟ ଦେଲା ଭ୍ରମଣକାରୀ ଦଳ

The Sakala Picture
Published On

କଟକ: ଆଜି ସୁପର୍ ସଣ୍ଡେରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ମହା ମୁକାବିଲା । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା କଟକ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୩୦୫ ରନର ଟାର୍ଗେଟ ଦେଇଛି । ପ୍ରଥମ ଇଂନିଙ୍ଗସରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଵିକେଟ ହରାଇ ୩୦୪ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ଭାରତ ଜିତିବା […]

କଟକ: ଆଜି ସୁପର୍ ସଣ୍ଡେରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ମହା ମୁକାବିଲା । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା କଟକ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୩୦୫ ରନର ଟାର୍ଗେଟ ଦେଇଛି । ପ୍ରଥମ ଇଂନିଙ୍ଗସରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଵିକେଟ ହରାଇ ୩୦୪ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ଭାରତ ଜିତିବା ପାଇଁ ୫୦ ଓଭରରେ ୩୦୫ ରନ କରିବାକୁ ପଡିବ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଆରମ୍ଭରୁ ଇଂଲଣ୍ଡ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଜୋରଦାର ପ୍ରହାର କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍‌ ୬୫ ରନ କରିଥିବାବେଳେ ଜୋ ରୁଟ୍‌ ୬୯ ରନ କରିଥିଲେ । ଭାରତ ପକ୍ଷରୁ ବୋଲିଂ କରି ରବୀନ୍ଦ୍ର ଜାଡେଜା ୩ଟି ଵିକେଟ ନେଇଥିବାବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

09 Feb 2025 By The Sakala

ବାରବାଟୀରେ ଭାରତ-ଇଂଲଣ୍ଡ ଟକ୍କର: ଟିମ୍ ଇଣ୍ଡିଆକୁ ୩୦୫ ରନର ଟାର୍ଗେଟ ଦେଲା ଭ୍ରମଣକାରୀ ଦଳ

କଟକ: ଆଜି ସୁପର୍ ସଣ୍ଡେରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ମହା ମୁକାବିଲା । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା କଟକ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୩୦୫ ରନର ଟାର୍ଗେଟ ଦେଇଛି । ପ୍ରଥମ ଇଂନିଙ୍ଗସରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଵିକେଟ ହରାଇ ୩୦୪ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ଭାରତ ଜିତିବା ପାଇଁ ୫୦ ଓଭରରେ ୩୦୫ ରନ କରିବାକୁ ପଡିବ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ।

ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଆରମ୍ଭରୁ ଇଂଲଣ୍ଡ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଜୋରଦାର ପ୍ରହାର କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍‌ ୬୫ ରନ କରିଥିବାବେଳେ ଜୋ ରୁଟ୍‌ ୬୯ ରନ କରିଥିଲେ । ଭାରତ ପକ୍ଷରୁ ବୋଲିଂ କରି ରବୀନ୍ଦ୍ର ଜାଡେଜା ୩ଟି ଵିକେଟ ନେଇଥିବାବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର