ବର୍ଡର-ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନରେ ଅଲଆଉଟ, ଭାରତ ୪ ରନରେ ଅଗ୍ରଣୀ

The Sakala Picture
Published On

ସିଡନୀ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ ଗତକାଲିଠାରୁ  ସିଡ୍‌ନିରେ ଆରମ୍ଭ ହୋଇଛି।  ଅଷ୍ଟ୍ରେଲିଆ ବିପକ୍ଷ ଏହି ଟେଷ୍ଟର ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୧୮୫ ରନ୍‌ରେ ଅଲଆଉଟ ହୋଇଥିଲା । ପରେ ଅଷ୍ଟ୍ରେଲିଆ ଟମ୍ ବ୍ୟାଟିଂ କରିବାକୁ ଆସିଥିଲା। କଙ୍ଗାରୁଦଳ ପ୍ରଥମ ଇନିଂସରେ ୧୮୧ ରନରେ ଅଲଆଉଟ ହୋଇଯାଇଛି। ଭାରତ ୪ ରନରେ ଅଗ୍ରଣୀ ହୋଇଛି। ଯଶ୍‌ପ୍ରୀତ୍‌ ବୁମ୍‌ରା ଆହତ କାରଣରୁ ବର୍ତ୍ତମାନ ଏହି ମ୍ୟାଚରେ ବିରାଟ କୋହଲି ଅଧିନାୟକ […]

ସିଡନୀ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ ଗତକାଲିଠାରୁ  ସିଡ୍‌ନିରେ ଆରମ୍ଭ ହୋଇଛି।  ଅଷ୍ଟ୍ରେଲିଆ ବିପକ୍ଷ ଏହି ଟେଷ୍ଟର ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୧୮୫ ରନ୍‌ରେ ଅଲଆଉଟ ହୋଇଥିଲା । ପରେ ଅଷ୍ଟ୍ରେଲିଆ ଟମ୍ ବ୍ୟାଟିଂ କରିବାକୁ ଆସିଥିଲା। କଙ୍ଗାରୁଦଳ ପ୍ରଥମ ଇନିଂସରେ ୧୮୧ ରନରେ ଅଲଆଉଟ ହୋଇଯାଇଛି। ଭାରତ ୪ ରନରେ ଅଗ୍ରଣୀ ହୋଇଛି। ଯଶ୍‌ପ୍ରୀତ୍‌ ବୁମ୍‌ରା ଆହତ କାରଣରୁ ବର୍ତ୍ତମାନ ଏହି ମ୍ୟାଚରେ ବିରାଟ କୋହଲି ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ଇଂନିସରେ ସାମ କୋନଷ୍ଟାସ ୨୩ ରନ, ଉସମାନ ଖାୱାଜା ୨ ରନ, ମାର୍ନସ ଲାବୁଶେନ ୨ ରନ, ଷ୍ଟିଭ ସ୍ମିଥ ୩୩ ରନ, ଟ୍ରାଭିସ ହେଡ୍‌ ୪ ରନ, ୱେବଷ୍ଟର ୫୭ ରନ, ଆଲେକ୍ସ କେରୀ ୨୧ ରନ , ପାଟ କମିନ୍ସ ୧୦ ରନ, ମିଚେଲ ଷ୍ଟାର୍କ ୧ ରନ,  ସ୍କଟ ବୋଲାଣ୍ଡ ୯ ରନ କରି ଆଉଟ ହୋଇଥିବାବେଳେ ନାଥନ ଲାୟନ ୭ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ପ୍ରଥମ ଇଂନିସରେ ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ନୀତିଶ ରେଡ୍ଡୀ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ସେହିପରି ଭାରତ ପ୍ରଥମ ଇଂନିସରେ ଗତକାଲି ପ୍ରଥମେ ବ୍ୟାଟିଂ କରି ୧୮୫ ରନ କରି ଆଲଆଉଟ ହୋଇଥିଲା। ଯଶସ୍ବୀ ଜୟସ୍ବାଲ ୨୬ ବଲରେ ୧୦ ରନ, କେଏଲ୍ ରାହୁଲ୍ ୧୪ ବଲରେ ୪ ରନ, ଶୁବମନ ଗିଲ୍ ୬୪ ବଲରେ ୨୦ ରନ, ବିରାଟ କୋହଲି ୬୯ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ୍‌ ଓ ରବୀନ୍ଦ୍ର ଜାଡ଼େଜା ପାରିକୁ ସମ୍ଭାଳିଥିଲେ।ଋଷଭ ପନ୍ତ୍‌ ୯୮ ବଲରେ ୪୦ ରନ କରି ଆଉଟ ହୋଇଥିବାବେଳେ ରବୀନ୍ଦ୍ର ଜାଡ଼େଜା ୯୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ନୀତୀଶ କୁମାର ରେଡ୍ଡୀ କୌଣସି ରନ ନ କରି ଆଉଟ ହୋଇଥିଲେ। ୱାଶିଙ୍ଗଟନ ସୁନ୍ଦର ୩୦ ବଲରେ ୧୪ ରନ, ଯଶପ୍ରୀତ୍ ବୁମ୍‌ରା ୧୭ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୧୬ ବଲରେ ୭ ରନ କରି ଅପରାଜିତ ରହିଥିବାବେଳେ ପ୍ରସିଦ୍ଧ କୃଷ୍ଣ ୧୦ ବଲରେ ୩ ରନ କରି ଆଉଟ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ସର୍ବାଧିକ ୪ଟି ୱିକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିବାବେଳେ ପାଟ କମିନ୍ସ ୨ଟି ଓ ନାଥନ ଲାୟନ  ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର