ଆଡିଲେଡ୍‌ ଟେଷ୍ଟରେ ପରାଜୟ ପରେ WTC ପଏଣ୍ଟ ଟେବୁଲର ୩ନଂକୁ ସ୍ଥାନକୁ ଖସିଲା ଟିମ୍ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଆଡିଲେଡ୍‌ ଟେଷ୍ଟରେ ଭାରତକୁ ୧୦ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ। ଏହା ସହିତ ଚଳିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ୧-୧ ସ୍ଥିତିରେ ପହଞ୍ଚି ଯାଇଛନ୍ତି ଉଭୟ ଦଳ। ପର୍ଥରେ ଟେଷ୍ଟ ୨୯୫ ରନ୍‌ରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ଆଡିଲେଡ୍ ଓଭାଲରେ ଭାରତ ଦେଇଥିଲା ମାତ୍ର ୧୯ ରନ୍‌ର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୩.୨ ଓଭରରେ ହାସଲ କରି ନେଇଥିଲା। ଟିମ୍ ଇଣ୍ଡିଆ ଏହି ପରାଜୟ ସହିତ ବିଶ୍ବ ଟେଷ୍ଟ ରାଙ୍କିଙ୍ଗରେ ତୃତୀୟ […]

ନୂଆଦିଲ୍ଲୀ: ଆଡିଲେଡ୍‌ ଟେଷ୍ଟରେ ଭାରତକୁ ୧୦ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ। ଏହା ସହିତ ଚଳିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ୧-୧ ସ୍ଥିତିରେ ପହଞ୍ଚି ଯାଇଛନ୍ତି ଉଭୟ ଦଳ। ପର୍ଥରେ ଟେଷ୍ଟ ୨୯୫ ରନ୍‌ରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ଆଡିଲେଡ୍ ଓଭାଲରେ ଭାରତ ଦେଇଥିଲା ମାତ୍ର ୧୯ ରନ୍‌ର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୩.୨ ଓଭରରେ ହାସଲ କରି ନେଇଥିଲା। ଟିମ୍ ଇଣ୍ଡିଆ ଏହି ପରାଜୟ ସହିତ ବିଶ୍ବ ଟେଷ୍ଟ ରାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଖସି ଆସିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆଡିଲେଡ୍‌ ଟେଷ୍ଟରେ ଭାରତ ଖେଳିଥିବା ଦୁଇଟି ଯାକ ଇନିଂସରେ ନୈରାଶ୍ୟଜନକ ବ୍ୟାଟିଂ ଜରିଆରେ ସମସ୍ତଙ୍କୁ ନିରାଶ କରିଛି। ପ୍ରଥମ ଇନିଂସରେ ୧୮୦ ରନ କରିଥିବା ଭାରତ ଦ୍ୱିତୀୟ ଇନିଂସରେ କେବଳ ୧୭୫ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତିବା ପାଇଁ କେବଳ ୧୯ ରନର ଟାର୍ଗେଟ ମିଳିଥିଲା। କାରଣ ପ୍ରଥମ ଇନିଂସରେ କଙ୍ଗାରୁ ଟିମ ୩୩୭ ରନ କରିଥିଲା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅଷ୍ଟ୍ରେଲିଆ ଠାରୁ ୧୦ ୱିକେଟ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭାରତକୁ ବଡ଼ କ୍ଷତି ହୋଇଛି। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ୧ନଂ ସ୍ଥାନରେ ଥିବା ଭାରତ ପରାଜୟ ପରେ ସିଧା ତୃତୀୟ ସ୍ଥାନକୁ ଖସି ଆସିଛି। ଏଥିସହ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ଆଶା ରଖିଥିବା ଭାରତ ଏବେ ଅଡ଼ୁଆ ପରିସ୍ଥିତିରେ ପଡ଼ିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ପର୍ଥ ଟେଷ୍ଟରେ ଭାରତ ଠାରୁ ହାରିବା ପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଖସି ଯାଇଥିଲା। ହେଲେ ଏବେ ପୁଣି ଥରେ ଦଳ ୧ନଂ ସ୍ଥାନକୁ ଫେରିଛି। ଦକ୍ଷିଣ ଆଫ୍ରିକା ପୂର୍ବଭଳି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟ୍ରଫିରେ ଅଷ୍ଟ୍ରେଲିଆ ବିଜୟ ପ୍ରତିଶତ ୬୦.୭୧ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୫୯.୨୬% ବିଜୟ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ବିଜୟ ପ୍ରତିଶତ ୫୭.୨୯କୁ ଖସି ଯାଇଛି। ୪ର୍ଥ ସ୍ଥାନରେ ଥିବା ଶ୍ରୀଲଙ୍କାର ବିଜୟ ପ୍ରତିଶତ ୫୦% ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର