ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ, ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍

The Sakala Picture
Published On

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ । ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍ । ଦୁଇ ଅଙ୍କ ଛୁଇଁ ପାରିଲେନି ଭାରତର ୮ଜଣ ବ୍ୟାଟସମ୍ୟାନ୍ । ଶୂନରେ ପ୍ୟାଭିଲିୟନ ଫେରିଲେ ୫ ଜଣ ଖେଳାଳି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି। ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର ୫ ଜଣ […]

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ । ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍ । ଦୁଇ ଅଙ୍କ ଛୁଇଁ ପାରିଲେନି ଭାରତର ୮ଜଣ ବ୍ୟାଟସମ୍ୟାନ୍ । ଶୂନରେ ପ୍ୟାଭିଲିୟନ ଫେରିଲେ ୫ ଜଣ ଖେଳାଳି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି। ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର ୫ ଜଣ ବ୍ୟାଟ୍ସ ମ୍ୟାନ ଖାତା ନ ଖୋଲି ପାରି ପାଭିଲିୟନ ଫେରିଛନ୍ତି। କେବଳ ଯଶସ୍ୱୀ ଜୟସ୍ୱାଲ (୧୩ରନ୍) ଏବଂ ଋଷଭ ପନ୍ତ(୨୦ ରନ୍) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅନ୍ୟମାନେ ଗୋଟିଏ ଅଙ୍କରେ ରହି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ସୂଚନାଯୋଗ୍ୟ ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍। ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଥିଲା । ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

17 Oct 2024 By The Sakala

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ, ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ । ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍ । ଦୁଇ ଅଙ୍କ ଛୁଇଁ ପାରିଲେନି ଭାରତର ୮ଜଣ ବ୍ୟାଟସମ୍ୟାନ୍ । ଶୂନରେ ପ୍ୟାଭିଲିୟନ ଫେରିଲେ ୫ ଜଣ ଖେଳାଳି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି। ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର ୫ ଜଣ ବ୍ୟାଟ୍ସ ମ୍ୟାନ ଖାତା ନ ଖୋଲି ପାରି ପାଭିଲିୟନ ଫେରିଛନ୍ତି। କେବଳ ଯଶସ୍ୱୀ ଜୟସ୍ୱାଲ (୧୩ରନ୍) ଏବଂ ଋଷଭ ପନ୍ତ(୨୦ ରନ୍) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅନ୍ୟମାନେ ଗୋଟିଏ ଅଙ୍କରେ ରହି ଯାଇଛନ୍ତି।

ସୂଚନାଯୋଗ୍ୟ ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍। ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଥିଲା । ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର