ଇଂଲଣ୍ଡକୁ ହରାଇ T-20 ବିଶ୍ବକପ ଫାଇନାଲରେ ଟିମ୍ ଇଣ୍ଡିଆ: ଟ୍ରଫି ପାଇଁ ଦକ୍ଷିଣ ଆଫ୍ରିକା ସହ ଭାରତର ହେବ ମହା ମୁକାବିଲା

The Sakala Picture
Published On

ଗାଏନା: T-20 ବିଶ୍ବକପ ଫାଇନାଲରେ ଭାରତ । ଦ୍ଵିତୀୟ ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଅକ୍ଷର ଓ କୁଲଦୀପଙ୍କ ଯାଦୁକରୀ ସ୍ପିନରେ ଧୂଳି ଚାଟିଲା ଇଂଲଣ୍ଡ । ୧୭୨ ରନର ବିଜୟ ଲକ୍ଷ୍ଯକୁ ପିଛା କରି ୧୦୩ ରନରେ ଅଲଆଉଟ୍ ହୋଇଗଲା ଇଂଲଣ୍ଡ । ଫଳରେ ୬୮ ରନର ବିରାଟ ବ୍ଯବଧାନରେ ଇଂଲଣ୍ଡକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି ରୋହିତ ବାହିନୀ । […]

ଗାଏନା: T-20 ବିଶ୍ବକପ ଫାଇନାଲରେ ଭାରତ । ଦ୍ଵିତୀୟ ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଅକ୍ଷର ଓ କୁଲଦୀପଙ୍କ ଯାଦୁକରୀ ସ୍ପିନରେ ଧୂଳି ଚାଟିଲା ଇଂଲଣ୍ଡ । ୧୭୨ ରନର ବିଜୟ ଲକ୍ଷ୍ଯକୁ ପିଛା କରି ୧୦୩ ରନରେ ଅଲଆଉଟ୍ ହୋଇଗଲା ଇଂଲଣ୍ଡ । ଫଳରେ ୬୮ ରନର ବିରାଟ ବ୍ଯବଧାନରେ ଇଂଲଣ୍ଡକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି ରୋହିତ ବାହିନୀ । ଟ୍ରଫି ପାଇଁ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ହେବ ଫାଇନାଲ୍ ଟକ୍କର।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିଲା ଓ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲା । ପ୍ରଥମେ ବ୍ଯାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା । କ୍ଯାପଟେନ ରୋହିତ ଶର୍ମା ୩୯ ବଲରେ ୫୭ ରନ୍ କରିଥିବାବେଳେ ଏବଂ ସୂର୍ଯ୍ୟକୁମାର ୟାଦବ ୩୬ ବଲରେ ୪୭, ରନ ହାସଲ କରିଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୩, ରବୀନ୍ଦ୍ର ଜାଡେଜା ୯ ବଲରେ ୧୭ ଓ ଅକ୍ଷର ପଟେଲ ୬ ବଲରେ ୧୦ ରନ କରି ଦଳୀୟ ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ । ୧୭୨ ରନର ବିଜୟ ଲକ୍ଷ୍ଯକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା । ଭାରତୀୟ ସ୍ପିନର ଓ ଫିଲଡରଙ୍କ ରଣନୀତି ଆଗରେ ଇଂଲଣ୍ଡ ଦଳ ଫେଲ୍ ହୋଇଥିଲା । ହ୍ଯାରୀ ବୃକ୍ ସର୍ବାଧିକ ୨୫ ରନ କରିଥିବାବେଳେ ଅଧିନାୟକ ବଟଲର ୨୩ ରନ କରିବାକୁ ସକ୍ଷମ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଭାରତର ମୁକାବିଲା କରିନପାରି ଶେଷରେ ୧୬ ଓଭର ୪ଟି ବଲରେ ଇଂଲଣ୍ଡ ୧୦୩ ରନ କରି ଅଲଆଉଟ ହୋଇଯାଇଥିଲା । ଅକ୍ଷର ପଟେଲ ଓ କୁଲଦୀପ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ବୁମରା ୨ଟି ୱିକେଟ ନେଇଥିଲେ ।

28 Jun 2024 By The Sakala

ଇଂଲଣ୍ଡକୁ ହରାଇ T-20 ବିଶ୍ବକପ ଫାଇନାଲରେ ଟିମ୍ ଇଣ୍ଡିଆ: ଟ୍ରଫି ପାଇଁ ଦକ୍ଷିଣ ଆଫ୍ରିକା ସହ ଭାରତର ହେବ ମହା ମୁକାବିଲା

ଗାଏନା: T-20 ବିଶ୍ବକପ ଫାଇନାଲରେ ଭାରତ । ଦ୍ଵିତୀୟ ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଅକ୍ଷର ଓ କୁଲଦୀପଙ୍କ ଯାଦୁକରୀ ସ୍ପିନରେ ଧୂଳି ଚାଟିଲା ଇଂଲଣ୍ଡ । ୧୭୨ ରନର ବିଜୟ ଲକ୍ଷ୍ଯକୁ ପିଛା କରି ୧୦୩ ରନରେ ଅଲଆଉଟ୍ ହୋଇଗଲା ଇଂଲଣ୍ଡ । ଫଳରେ ୬୮ ରନର ବିରାଟ ବ୍ଯବଧାନରେ ଇଂଲଣ୍ଡକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି ରୋହିତ ବାହିନୀ । ଟ୍ରଫି ପାଇଁ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ହେବ ଫାଇନାଲ୍ ଟକ୍କର।

ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିଲା ଓ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲା । ପ୍ରଥମେ ବ୍ଯାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା । କ୍ଯାପଟେନ ରୋହିତ ଶର୍ମା ୩୯ ବଲରେ ୫୭ ରନ୍ କରିଥିବାବେଳେ ଏବଂ ସୂର୍ଯ୍ୟକୁମାର ୟାଦବ ୩୬ ବଲରେ ୪୭, ରନ ହାସଲ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୩, ରବୀନ୍ଦ୍ର ଜାଡେଜା ୯ ବଲରେ ୧୭ ଓ ଅକ୍ଷର ପଟେଲ ୬ ବଲରେ ୧୦ ରନ କରି ଦଳୀୟ ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ । ୧୭୨ ରନର ବିଜୟ ଲକ୍ଷ୍ଯକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା । ଭାରତୀୟ ସ୍ପିନର ଓ ଫିଲଡରଙ୍କ ରଣନୀତି ଆଗରେ ଇଂଲଣ୍ଡ ଦଳ ଫେଲ୍ ହୋଇଥିଲା । ହ୍ଯାରୀ ବୃକ୍ ସର୍ବାଧିକ ୨୫ ରନ କରିଥିବାବେଳେ ଅଧିନାୟକ ବଟଲର ୨୩ ରନ କରିବାକୁ ସକ୍ଷମ ହୋଇଥିଲେ ।

ଭାରତର ମୁକାବିଲା କରିନପାରି ଶେଷରେ ୧୬ ଓଭର ୪ଟି ବଲରେ ଇଂଲଣ୍ଡ ୧୦୩ ରନ କରି ଅଲଆଉଟ ହୋଇଯାଇଥିଲା । ଅକ୍ଷର ପଟେଲ ଓ କୁଲଦୀପ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ବୁମରା ୨ଟି ୱିକେଟ ନେଇଥିଲେ ।

https://www.thesakala.in/sports/t20-world-cup-2024-india-beat-england-by-68-runs-to-set-final/article-33226
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର