ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡ ସମ୍ଭାଳିବେ ଦଳର କୋଚ୍ ପଦ – ବିସିସିଆଇ ଅଧ୍ୟକ୍ଷ
କିଛିଦିନ ତଳେ ବିସିସିଆଇ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା । ମାତ୍ର ଏହି ଗସ୍ତ ସମୟରେ କିଏ ଟିମର କୋଚ ପଦ ସମ୍ଭାଳିବ ସେନେଇ କୌଣସି ସୂଚନା ଦିଆଯାଇ ନଥିଲା । ଶ୍ରୀଲଙ୍କା ଗସ୍ତବେଳେ ଭାରତୀୟ ଟିମର କୋଚ ଦାୟିତ୍ୱ ରାହୁଲ ଦ୍ରାବିଡ ସମ୍ଭାଳିବେ ବୋଲି ଆଜି ଘୋଷଣା କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହା ପୂର୍ବରୁ ରାହୁଲ ଦ୍ରାବିଡ କିଛିବର୍ଷ ଇଣ୍ଡିଆ ଅଣ୍ଡର ୧୯ ଟିମର କୋଚ୍ ଭାର ସମ୍ଭାଳିସାରିଛନ୍ତି […]
କିଛିଦିନ ତଳେ ବିସିସିଆଇ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା । ମାତ୍ର ଏହି ଗସ୍ତ ସମୟରେ କିଏ ଟିମର କୋଚ ପଦ ସମ୍ଭାଳିବ ସେନେଇ କୌଣସି ସୂଚନା ଦିଆଯାଇ ନଥିଲା । ଶ୍ରୀଲଙ୍କା ଗସ୍ତବେଳେ ଭାରତୀୟ ଟିମର କୋଚ ଦାୟିତ୍ୱ ରାହୁଲ ଦ୍ରାବିଡ ସମ୍ଭାଳିବେ ବୋଲି ଆଜି ଘୋଷଣା କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହା ପୂର୍ବରୁ ରାହୁଲ ଦ୍ରାବିଡ କିଛିବର୍ଷ ଇଣ୍ଡିଆ ଅଣ୍ଡର ୧୯ ଟିମର କୋଚ୍ ଭାର ସମ୍ଭାଳିସାରିଛନ୍ତି ।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ ଟିମ୍ ୨ ଟି ସିରିଜ୍ ଖେଳିବ । ଶୀଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ଟି ଏକଦିବସୀୟ ମ୍ୟାଚ୍ ଓ ୩ ଟି ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ୧୩ଜୁଲାଇ ରୁ ୨୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବ ।






