ଭାରତ-ଆଫଗାନିସ୍ତାନ ପ୍ରଥମ ଟ୍ବେଣ୍ଟି-୨୦, ୬ ୱିକେଟରେ ଜିତିଲା ଭାରତ

The Sakala Picture
Published On

ମୋହାଲି: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାର ମୋହାଲିରେ ଖେଳା ଯାଇଥିଲା। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ।ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ଭାରତକୁ ୧୫୮ ରନର ଟାର୍ଗେଟ୍ ଦେଇଥିଲା। ଭାରତ ୧୭.୩ ଓଭରରେ ୪  ୱିକେଟ ହରାଇ ୧୫୯ ରନ କରି ଆଜିର ମ୍ୟାଚକୁ ଜିତନେଇଛି। ଫଳରେ ଭାରତ ୩ ଟିକିଆ ସିରିଜରରେ ୧-୦ ରେ ଆଗରେ ରହିଛି। ଭାରତ ପକ୍ଷରୁ  ରୋହିତ ଶର୍ମା […]

ମୋହାଲି: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାର ମୋହାଲିରେ ଖେଳା ଯାଇଥିଲା। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ।ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ଭାରତକୁ ୧୫୮ ରନର ଟାର୍ଗେଟ୍ ଦେଇଥିଲା। ଭାରତ ୧୭.୩ ଓଭରରେ ୪  ୱିକେଟ ହରାଇ ୧୫୯ ରନ କରି ଆଜିର ମ୍ୟାଚକୁ ଜିତନେଇଛି। ଫଳରେ ଭାରତ ୩ ଟିକିଆ ସିରିଜରରେ ୧-୦ ରେ ଆଗରେ ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପକ୍ଷରୁ  ରୋହିତ ଶର୍ମା ୨ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍ ଓ ତିଲକ ବର୍ମା ଶର୍ମା ସମ୍ଭାଳିଥିଲେ। ଶୁଭମନ ଗିଲ୍ ୧୨ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ତିଲକ ବର୍ମା ୨୨ ବଲରେ ରନ କରି ଆଉଟ ହୋଇଥିଲେ।  ପରେ ଜିତେଶ ଶର୍ମା ୨୦ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପାରିକୁ ରିଙ୍କୁ ସିଂହ ଓ ଶୁଭମ ଦୁବେ ସମ୍ଭାଳିଥିଲେ। ରିଙ୍କୁ ସିଂହ ୯ ବଲରେ ୧୬ରନ କରି ଅପରାଜିତ ଥିବା ବେଳେ ଶୁଭମ ଦୁବେ ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ।  ୪୦ ବଲରେ ୬୦ ରନ କରି ଅପରାଜିତ ରହିଥିଲେ ଶୁଭମ ଦୁବେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଫଗାନିସ୍ତାନ ପକ୍ଷରୁ ମୁଜୀବ ଉର ରହମାନ ୨ଟି ୱିକେଟ ନେଇଥିବା ବେଳେ ଅଜମତଉଲ୍ଲାହ ଉମାରଜାଇ ଗୋଟିଏ ୱିକେଟ ନେଇଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର