ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦୁଇ ଦିନରେ ଖେଳ ଶେଷ, ଇଂଲଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ

The Sakala Picture
Published On

ଅହମଦାବାଦ : ବିଶ୍ବର ସର୍ବବୃହତ ନେରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ମାତ୍ର ଦୁଇ ଦିନରେ ଶେଷ ହେଲା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ।  ସ୍ପିନ୍‌ ବୋଲରଙ୍କ ଭୂସ୍ବର୍ଗ ପାଲଟିଥିବା ଏହି ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବୁଧବାର ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଭ୍ରମଣକାରୀ ଦଳକୁ ୧୦ ଉଇକେଟରେ ପରାସ୍ତ କରି ୨-୧ ବିଜୟ ସହିତ ସିରିଜରେ ଆଗୁଆ ରହିଛି ଭାରତ। India win […]

ଅହମଦାବାଦ : ବିଶ୍ବର ସର୍ବବୃହତ ନେରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ମାତ୍ର ଦୁଇ ଦିନରେ ଶେଷ ହେଲା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ।  ସ୍ପିନ୍‌ ବୋଲରଙ୍କ ଭୂସ୍ବର୍ଗ ପାଲଟିଥିବା ଏହି ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବୁଧବାର ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଭ୍ରମଣକାରୀ ଦଳକୁ ୧୦ ଉଇକେଟରେ ପରାସ୍ତ କରି ୨-୧ ବିଜୟ ସହିତ ସିରିଜରେ ଆଗୁଆ ରହିଛି ଭାରତ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ତୃତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ବିଜୟ ପାଇଁ ମାତ୍ର ୪୯ ରନ୍‌ ଆବଶ୍ୟକ କରୁଥିବା ଭାରତ ବିନା କୌଣସି ଓ୍ବକେଟ୍‌ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଛି । ଇଂଲଣ୍ଡକୁ ୧୦ ଓ୍ବିକେଟ୍‌ରେ ମାତ୍‌ ଦେଇଛି ଭାରତ । ରୋହିତ ଶର୍ମା ୨୫ ବଲ ଖେଳି ୩ଟି ଚୌକା ଏବଂ ଗୋଟିଏ ଚକା ବଳରେ ୨୫ ରନ୍‌ କରିଥିବା ବେଳେ ଶୁଭମାନ୍ ଗିଲ ୨୧ ବଲ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୫ ରନ୍‌ କରି ଅପରାଜିତ ରହିଛନ୍ତି ।

ବିଶ୍ଵର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ମାନ୍ୟତା ପାଇଥିବା ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମ ବୁଧବାର ଉଦ୍‌ଘାଟିତ ହେବା ସହିତ ଏଠାରେ ପ୍ରଥମ ଦିବାରାତ୍ର ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା। ସ୍ପିନରମାନଙ୍କୁ ସୁହାଉଥିବା ଏହି ପିଚ୍‌ରେ ଟେଷ୍ଟ ମ୍ୟାଚ ୨ଦିନ ବି ସମ୍ପୂର୍ଣ୍ଣ ହୋଇ ନ ଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍‌ରେ ଅଲଆଉଟ୍‌ ହୋଇଯିବା ପରେ ଭାରତ ୧୪୫ ରନ୍‌ରେ ସମସ୍ତ ଉଇକେଟ୍‌ ହରାଇଥିଲା। ୨ୟ ଇନିଂସରେ ମଧ୍ୟ ଇଂଲଣ୍ଡ ଭଲ ପ୍ରଦର୍ଶନ କରିପାରି ନ ଥିଲା। ମାତ୍ର ୮୧ ରନ୍‌ରେ ଭ୍ରମଣକାରୀ ଦଳ ଅଲଆଉଟ୍‌ ହୋଇଯାଇଥିଲା।

ପୂର୍ବରୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ୍ କରିଥିଲା। ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଏହି କଠିନ ପିଚରେ ତିଷ୍ଠିପାରିନଥିଲେ। ଦଳ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୯, ଓଲି ପୋପ୍ ୧୨ ରନ୍ କରିଥିଲେ। ତେବେ ଡମ୍ ସିବଲେ (୭), ଜ୍ୟାକ୍ କ୍ରଲୀ (୦), ଜନ୍ନି ବେୟାରଷ୍ଟୋ (୦), ବେନ୍ ଫୋକ୍ସ (୮), ଜୋଫ୍ରା ଆର୍ଚର୍ (୦), ଜ୍ୟାକ୍ ଲିଚ୍ (୯) ଓ ଜେମ୍ସ ଆଣ୍ଡରସନ୍ (୦) ଦୁଇ ଅଙ୍କ ଛୁଇଁପାରିନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ପୁଣିଥରେ କମାଲ୍‌ କରିଛନ୍ତି। ସେ ୩୨ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୮ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍‌ ନେଇଥିଲେ ।

25 Feb 2021 By The Sakala

https://www.thesakala.in/sports/team-india-wins-3rd-test/article-277
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର