ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ଗାଏକୱାଡଙ୍କ ଶତକୀୟ ଇଂନିସ, ଅଷ୍ଟ୍ରେଲିଆକୁ ୨୨୩ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଗୌହାଟୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳାଯାଉଛି। ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ ଜିତି ଭାରତ ଆଗୁଆ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ […]

ଗୌହାଟୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳାଯାଉଛି। ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ ଜିତି ଭାରତ ଆଗୁଆ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୨୩ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ୍‌ ୬ ବଲରେ ୬ରନ କରି ଆଉଟ ହୋଇଥିଲେ। ଇଶାନ କିଷନ ୫ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ଋତୁରାଜ ଗାଏକୱାଡ୍‌ ଓ ସୂର୍ଯ୍ୟକୁମାର ଯାଦବ ସମ୍ଭାଳିଥିଲେ। ର୍ଯ୍ୟକୁମାର ୨୯ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିଲେ ତିଳକ ବର୍ମା । ଋତୁରାଜ ଗାଏକୱାଡ୍‌ ଏକ ଶତକୀୟ ଇଂନିସ ଖେଳିଥିଲେ।  ଗାଏକୱାଡଙ୍କ ଏହି ଶତକୀୟ ଇଂନିସରେ ୧୩ଟି ଚୌକା ଓ ୭ଟି ଛକା ସାମିଲ ରହିଛି। ୫୭ ବଲରେ ୧୨୩ ରନ କରି ଅପରାଜିତ ରହିଥିଲେ ଋତୁରାଜ ଗାଏକୱାଡ୍‌ । ତିଳକ ବର୍ମା ୨୪ ବଲରେ ୩୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡସନ, ଜାସନ ବେହେରନଡର୍ଫ ଓ ଆରୋନ ହାର୍ଡି ଗୋଟିଏ ଲେଖାଏଁ ୱିକେଟନ ନେଇଥିଲେ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

28 Nov 2023 By The Sakala

ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ଗାଏକୱାଡଙ୍କ ଶତକୀୟ ଇଂନିସ, ଅଷ୍ଟ୍ରେଲିଆକୁ ୨୨୩ ରନର ଟାର୍ଗେଟ ଦେଲା ଭାରତ

ଗୌହାଟୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳାଯାଉଛି। ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ ଜିତି ଭାରତ ଆଗୁଆ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୨୩ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ୍‌ ୬ ବଲରେ ୬ରନ କରି ଆଉଟ ହୋଇଥିଲେ। ଇଶାନ କିଷନ ୫ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ଋତୁରାଜ ଗାଏକୱାଡ୍‌ ଓ ସୂର୍ଯ୍ୟକୁମାର ଯାଦବ ସମ୍ଭାଳିଥିଲେ। ର୍ଯ୍ୟକୁମାର ୨୯ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିଲେ ତିଳକ ବର୍ମା । ଋତୁରାଜ ଗାଏକୱାଡ୍‌ ଏକ ଶତକୀୟ ଇଂନିସ ଖେଳିଥିଲେ।  ଗାଏକୱାଡଙ୍କ ଏହି ଶତକୀୟ ଇଂନିସରେ ୧୩ଟି ଚୌକା ଓ ୭ଟି ଛକା ସାମିଲ ରହିଛି। ୫୭ ବଲରେ ୧୨୩ ରନ କରି ଅପରାଜିତ ରହିଥିଲେ ଋତୁରାଜ ଗାଏକୱାଡ୍‌ । ତିଳକ ବର୍ମା ୨୪ ବଲରେ ୩୧ ରନ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡସନ, ଜାସନ ବେହେରନଡର୍ଫ ଓ ଆରୋନ ହାର୍ଡି ଗୋଟିଏ ଲେଖାଏଁ ୱିକେଟନ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର