ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦, ବୋଲିଂ ବାହିନୀକୁ ନେଇ ଚିନ୍ତାରେ ଭାରତ

The Sakala Picture
Published On

ଥିରୁଅନନ୍ତପୁରମ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ଗ୍ରୀନ୍‌‌ଫିଲ୍ଡ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌‌ରେ ଯେପରି ପିଚ୍‌‌ ଫ୍ଲାଟ ଥିଲା, ଏଠାରେ ମଧ୍ୟ ସମାନ ଅବସ୍ଥା। କେବଳ ଏଠାରେ ସ୍ପିନ ବୋଲରଙ୍କ କିଛିଟା ଭଲ ପ୍ରଦର୍ଶନ ରହିଛି। ମ୍ୟାଚ୍‌‌ ପୂର୍ବରୁ ଅର୍ଥାତ୍‌‌ ଶନିବାର ଏଠାରେ ଭଲଧରଣର ବର୍ଷା ହେବାରୁ ପଡ଼ିଆରେ କିଛି ସ୍ଥାନରେ ପାଣି ଜମି ରହିଛି। ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା […]

ଥିରୁଅନନ୍ତପୁରମ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ଗ୍ରୀନ୍‌‌ଫିଲ୍ଡ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌‌ରେ ଯେପରି ପିଚ୍‌‌ ଫ୍ଲାଟ ଥିଲା, ଏଠାରେ ମଧ୍ୟ ସମାନ ଅବସ୍ଥା। କେବଳ ଏଠାରେ ସ୍ପିନ ବୋଲରଙ୍କ କିଛିଟା ଭଲ ପ୍ରଦର୍ଶନ ରହିଛି। ମ୍ୟାଚ୍‌‌ ପୂର୍ବରୁ ଅର୍ଥାତ୍‌‌ ଶନିବାର ଏଠାରେ ଭଲଧରଣର ବର୍ଷା ହେବାରୁ ପଡ଼ିଆରେ କିଛି ସ୍ଥାନରେ ପାଣି ଜମି ରହିଛି। ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି। ଏଣୁ ମ୍ୟାଚ୍‌‌ ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଏଡ଼ାଇଦେଇ ହେବ ନାହିଁ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ପ୍ରଥମ ଟି-୨୦ରେ ଭାରତ ଅଳ୍ପକେ ବିଜୟୀ ହୋଇଥିଲା। ବିଜୟ ବ୍ୟବଧାନ ଥିଲା ୨ ୱିକେଟ। କିନ୍ତୁ ଅଷ୍ଟ୍ରେଲିଆ ଏତେ ବଡ଼ ସ୍କୋର କରିବାରେ ଭାରତୀୟ ବୋଲରଙ୍କ ପ୍ରଭାବହୀନ ପ୍ରଦର୍ଶନକୁ ଦାୟୀ କରାଯାଉଛି। ଦଳରେ ସ୍ଥାନ ପାଇଥିବା ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ଲେଗ୍‌‌ ସ୍ପିନର ରବି ବିଷ୍ଣୋଇ ସଂଘର୍ଷ କରିଥିଲେ। ୩ଜଣ ଯାକ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଏମାନେ ମିଳିତ ଭାବେ ୧୨ ଓଭର ବୋଲିଂ କରି ୧୪୫ ରନ୍‌‌ ବ୍ୟୟ କରିଥିଲେ। ଏହାର ଅର୍ଥ ଏମାନେ ଓଭର ପ୍ରତି ୧୨ ରନ୍‌‌ ଲେଖାଏଁ ଦେଇଥିଲେ। ଏଭଳି ବୋଲିଂ କଲେ ଭାରତକୁ ମ୍ୟାଚ ଜିତିବା କଷ୍ଟକର। କେବଳ ପେସର ମୁକେଶ କୁମାର ଓ ବାମହାତୀ ସ୍ପିନର ଅକ୍ଷର ପଟେଲ କିଛିଟା ମିତବ୍ୟୟୀ ଓ ନିୟନ୍ତ୍ରିତ ବୋଲିଂ କରିବା ଫଳରେ ଦଳ ମ୍ୟାଚ୍‌‌ରେ ନିୟନ୍ତ୍ରଣ ରଖିବାରେ ସମର୍ଥ ହୋଇଥିଲା। ବିଷ୍ଣୋଇଙ୍କ ସ୍ଥାନରେ ଅଫ୍‌‌ ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିବାର ସୁଯୋଗ ରହିଛି। କିନ୍ତୁ ଅନ୍ୟ କୌଣସି ବୋଲରଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା କମ୍‌‌। ଏଣୁ ଏମାନଙ୍କୁ ମ୍ୟାଚ୍‌‌ ଜିତିବାକୁ ହେଲେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଦଳରେ ବ୍ୟାଟିଂ ସୁଦୃଢ଼ ରହିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଦମ୍‌‌ଦାର ପ୍ରଦର୍ଶନ କରିଛି। ଟପ୍‌‌ ଅର୍ଡର ବ୍ୟାଟର ଇଶାନ କିଶାନ ଅଧିକ ଡଟ୍‌‌ ବଲ ଖେଳିଛନ୍ତି। ଏଥିରୁ ତାଙ୍କୁ ନିବୃତ ରହିବାକୁ ହେବ। କୌଣସି ବଲ ଖେଳିବା ପୂର୍ବରୁ ଋତୁରାଜ ଗାଏକ୍ୱାଡ଼୍‌‌ ରନ୍‌‌ଆଉଟ ହୋଇଯାଇଥିଲେ। ତାଙ୍କୁ ଦ୍ୱିତୀୟ ମ୍ୟାଚ୍‌‌ରେ ଏଭଳି ଅଭାବନୀୟ ପରିସ୍ଥିତିକୁ ଏଡ଼ାଇବାକୁ ହେବ। ଯଶସ୍ୱୀ ଜୟସ୍ୱାଲ ଓ ତିଳକ ବର୍ମାଙ୍କୁ ବଡ଼ ସ୍କୋର କରିବାକୁ ହେବ। ରିଙ୍କୁ ସିଂ ମ୍ୟାଚ୍‌‌ ଫିନିସର ଭୂମିକା ନେଇଥିବାରୁ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ଆଶ୍ୱସ୍ତ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଅନ୍ୟପକ୍ଷରେ ବିଶ୍ୱକପ୍‌‌ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଦଳର ୩ ପ୍ରମୁଖ ସଦସ୍ୟ ଟ୍ରାଭିସ ହେଡ୍‌‌, ଗ୍ଲେନ୍‌‌ ମ୍ୟାକ୍ସୱେଲ ଓ ଆଦାମ ଜାମ୍ପା ପ୍ରଥମ ମ୍ୟାଚ୍‌‌ରେ ଖେଳିନାହାନ୍ତି। ଯାହା ଫଳରେ ଜୋଶ ଇଂଲିଶ ଓ ଷ୍ଟିଭେନ ସ୍ମିଥଙ୍କୁ ପାଳି ଆରମ୍ଭ କରିବାକୁ ପଡ଼ିଥିଲା। ଏହି ୩ଜଣ ଦଳରେ ସାମିଲ ହେଲେ ଶକ୍ତିବୃଦ୍ଧି ହେବ। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ ଅଟକାଇବାକୁ ହେଲେ ଭାରତର ଅନଭିଜ୍ଞ ବୋଲରଙ୍କୁ କିଛିଟା ଚମତ୍କାରିତା ଦେଖାଇବାକୁ ପଡ଼ିବ। ଅଷ୍ଟ୍ରେଲିଆର ବୋଲରମାନେ ମଧ୍ୟ ବିଶାଖାପାଟଣାରେ ସଂଘର୍ଷ କରିଥିଲେ। ଏଠାରେ ପୂର୍ବ ତ୍ରୁଟିକୁ ସୁଧାରିବାକୁ ଉଭୟ ଦଳ ଚେଷ୍ଟା କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର