୨୦୦୩ର ଅଷ୍ଟ୍ରେଲିଆ=୨୦୨୩ର ଭାରତ : ରହିଛି ୫ଟି ଅଦ୍ଭୁତ ସମାନତା, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…….

The Sakala Picture
Published On

ନୂଆଦିଲ୍ଲୀ : ଚଳିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ରେ ଆୟୋଜକ ଭାରତ ଓ ଅଷ୍ଟ୍ରେଲିଆ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ମ୍ୟାଚ୍‌‌ ଉପରେ ସାରା ବିଶ୍ୱର ନଜର ରହିଛି। ବିଶ୍ୱକପ୍‌‌ ଇତିହାସରେ ଦ୍ୱିତୀୟଥର ପାଇଁ ଏହି ଦୁଇ ଦଳ ଫାଇନାଲରେ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ୨୦୦୩ ବିଶ୍ୱକପ୍‌‌ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ବୃହତ୍‌‌ ୧୨୫ ରନରେ […]

ନୂଆଦିଲ୍ଲୀ : ଚଳିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ରେ ଆୟୋଜକ ଭାରତ ଓ ଅଷ୍ଟ୍ରେଲିଆ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ମ୍ୟାଚ୍‌‌ ଉପରେ ସାରା ବିଶ୍ୱର ନଜର ରହିଛି। ବିଶ୍ୱକପ୍‌‌ ଇତିହାସରେ ଦ୍ୱିତୀୟଥର ପାଇଁ ଏହି ଦୁଇ ଦଳ ଫାଇନାଲରେ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ୨୦୦୩ ବିଶ୍ୱକପ୍‌‌ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ବୃହତ୍‌‌ ୧୨୫ ରନରେ ପରାସ୍ତ ହୋଇ ରନର୍ସଅପ୍‌‌ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସେହିପରି ୨୦୧୫ ବିଶ୍ୱକପ୍‌‌ ସେମି ଫାଇନାଲରେ ଦୁଇଦଳ ମୁହାଁମୁହିଁ ହୋଇଥିଲେ ଏବଂ ଭାରତ ପରାସ୍ତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ଦୁଇ ଦଶନ୍ଧି ପରେ ଦୁଇ ଦେଶ ପୁଣିଥରେ ଫାଇନାଲ ଖେଳିବେ। ଫାଇନାଲରେ କେଉଁ ଦଳ ଚାମ୍ପିଅନ ହେବ ସେ ନେଇ ତର୍କ ବିତର୍କ ଚାଲିଛି। ୨୦୦୩ ଓ ୨୦୨୩ ଫାଇନାଲ ମୁକାବିଲାକୁ ତୁଳନା କଲେ କେତୋଟି ଅସ୍ୱାଭାବିକ୍‌‌ ତଥା ଅଦ୍ଭୁତ ସମାନତା ରହିଛି। ଏହା ‘ଡେଜା ଭୁ’ର ଅନୁଭୂତି ଆଣିଛି। ‘ଡେଜା ଭୁ’ ହେଉଛି ଏକ ପ୍ରସିଦ୍ଧ ଫ୍ରେଞ୍ଚ୍‌‌ ଶବ୍ଦ ଓ ଏହା ଏକ ବିଶେଷ ପ୍ରକାର ଅନୁଭୂତିକୁ ସୂଚାଏ। ଏହାର ଅର୍ଥ ହେଉଛି ପୂର୍ବରୁ ଏହି ସମାନ ପ୍ରକାର ସ୍ଥିତି ଅନୁଭବ କରିଥିବା କିମ୍ବା ପୂର୍ବରୁ ମଧ୍ୟ ସମାନ ପ୍ରକାର ସ୍ଥିତି ବା ସ୍ଥାନ ଦେଖିଥିବାର ଅବିକଳ ଅନୁଭୂତି। ଦୁଇଟି ବିଶ୍ୱକପ୍‌‌ (୨୦୦୩-୨୦୨୩)ରେ ସମାନତା ତଥା ବିଶ୍ୱକପ୍‌‌ ଇତିହାସରେ ଏହି ‘ଡେଜା ଭୁ’ ବା ସମାନ ପ୍ରକାର ସ୍ଥିତିର ଅନୁଭୂତି ନେଇ ଆଲୋଚନା କରିବା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

୧. ଉଭୟ ଦଳର କ୍ରମାଗତ ଦଶମ ବିଜୟ

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

୨୦୦୩ ଓ ୨୦୨୩ ବିଶ୍ୱକପ୍‌‌ରେ ଦୁଇ ଦଳ ମଧ୍ୟରେ ଏକ ଅସାଧାରଣ ସମାନତା ରହିଛି। ୨୦୦୩ ବିଶ୍ୱକପ୍‌‌ରେ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ କ୍ରମାଗତ ୧୦ଟି ମ୍ୟାଚ୍‌‌ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଚଳିତ ୨୦୨୩ ବିଶ୍ୱକପ୍‌‌ରେ ଭାରତ ମଧ୍ୟ କ୍ରମାଗତ ୧୦ଟି ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ୨୦୦୩ରେ ଅଷ୍ଟ୍ରେଲିଆ ଯେପରି ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଏଥର ଭାରତ ମଧ୍ୟ ତାହାଠାରୁ ଆହୁରି ଉନ୍ନତ ଖେଳ ପ୍ରଦର୍ଶନ କରି ପ୍ରଭାବୀ ସାବ୍ୟସ୍ତ ହୋଇଛି। ୨୦୦୩ରେ ଭାରତ ଗ୍ରୁପ୍‌‌ ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ସେହିପରି ଚଳିତ ବିଶ୍ୱକପ୍‌‌ରେ ଅଷ୍ଟ୍ରେଲିଆ ମଧ୍ୟ ଭାରତଠାରୁ ଗ୍ରୁପ୍‌‌ ମ୍ୟାଚ୍‌‌ରେ ପରାସ୍ତ ହୋଇଛି। ସେତେବେଳେ ୮ଟି ମ୍ୟାଚ୍‌‌ରେ ବିଜୟୀ ହୋଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଏଥର ଅଷ୍ଟ୍ରେଲିଆ ମଧ୍ୟ ସମାନ ୮ଟି ମ୍ୟାଚ୍‌‌ ଜିତି ଫାଇନାଲକୁ ଉଠିଛି।

୨. କାମଚଳା ୱିକେଟକିପର ରାହୁଲ

୨୦୦୩ ବିଶ୍ୱକପ୍‌‌ରେ ସ୍ପେଶାଲିଷ୍ଟ ବ୍ୟାଟର ରାହୁଲ ଦ୍ରାବିଡ କାମଚଳା ୱିକେଟକିପର ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ଏହାକୁ ସେତେବେଳେ କ୍ରିକେଟ ପଣ୍ଡିତମାନେ ସହଜରେ ଗ୍ରହଣ କରିପାରି ନଥିଲେ। ଏବେ ୨୦୨୩ରେ ଆଉ ଜଣେ ରାହୁଲ ଅର୍ଥାତ ଲେକେଶ ରାହୁଲ କାମଚଳା ୱିକେଟକିପର ଭାବେ ଦମ୍‌‌ଦାର ପ୍ରଦର୍ଶନ କରିଛନ୍ତି। ସେତେବେଳେ ଦ୍ରାବିଡ୍‌‌ ୧୧ଟି ମ୍ୟାଚ୍‌‌ ଖେଳି ୩୧୮ ରନ ସଂଗ୍ରହ କରିଥିଲେ। ସେହିପରି ଲୋକେଶ ଏଥର ୧୦ଟି ମ୍ୟାଚ୍‌‌ ଖେଳି ୩୮୬ ରନ ସଂଗ୍ରହ କରିଛନ୍ତି। ସ୍ପେଶାଲିଷ୍ଟ ୱିକେଟକିପର ଋଷଭ ପନ୍ତ ଦୁର୍ଘଟଣାରେ ଆହତ ହେବା ଫଳରେ ତାଙ୍କ ସ୍ଥାନରେ ଲୋକେଶଙ୍କୁ ୱିକେଟକିପିଂ କରିବାକୁ ପଡ଼ିଛି। ମଜାର କଥା ହେଉଛି ସେତେବେଳେ ଦ୍ରାବିଡ ଉପ-ଅଧିନାୟକ ଦାୟିତ୍ୱରେ ରହିଥିଲେ। ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଲୋକେଶ ଉପ- ଅଧିନାୟକ ଦାୟିତ୍ୱ ନିର୍ବାହ କରୁଛନ୍ତି।

୩. ଭାରତୀୟ ବ୍ୟାଟର ଅଗ୍ରଣୀ ସ୍କୋରର

୨୦୦୩ ଓ ୨୦୨୩ ବିଶ୍ୱକପ୍‌‌ରେ ଆଉ ଏକ ଉଲ୍ଲେଖନୀୟ ସମାନତା ଦେଖିବାକୁ ମିଳିଛି। ସେତେବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬୭୩ ରନ ସଂଗ୍ରହ କରି ସର୍ବାଧିକ ସ୍କୋରର ବିବେଚିତ ହୋଇଥିଲେ। ଏଥର ବିରାଟ କୋହଲି ଫାଇନାଲ ମ୍ୟାଚ୍‌‌ ବାକିଥାଇ ସର୍ବାଧିକ ୭୧୧ ରନ ସଂଗ୍ରହ କରି ଆଗରେ ରହିଛନ୍ତି ଓ ରହିବେ ମଧ୍ୟ।

୪. ଉଭୟ ଦଳର ଲକ୍ଷ୍ୟ ଥିଲା ତୃତୀୟ ଟାଇଟଲ

୨୦୦୩ରେ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ତୃତୀୟଥର ପାଇଁ ବିଶ୍ୱ ଚାମ୍ପିଅନ ହେବା ଲକ୍ଷ୍ୟରେ ରହିଥିଲା ଓ ଏଥିରେ ସଫଳ ମଧ୍ୟ ହୋଇଥିଲା। ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ତୃତୀୟଥର ପାଇଁ ଚାମ୍ପିଅନ ହେବା ଲକ୍ଷ୍ୟରେ ରହିଛି। ରବିବାର ମଧ୍ୟରାତ୍ରି ବେଳକୁ ଭାରତ ଚାମ୍ପିଅନ ହେବ କି ନା ତାହା ସ୍ପଷ୍ଟ ହୋଇଯାଇଥିବ। ଭାରତ ପୂର୍ବରୁ କପିଳଦେବଙ୍କ ନେତୃତ୍ୱରେ ୧୯୮୩ରେ ଓ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ୨୦୧୧ରେ ବିଶ୍ୱକପ୍‌‌ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ସେହିପରି ୨୦୦୩ ପୂର୍ବରୁ ଅଷ୍ଟ୍ରେଲିଆ ୧୯୮୭ରେ ଓ ୧୯୯୯ରେ ଟାଇଟଲ ହାସଲ କରିଥିଲା।

୫. ପ୍ରଦର୍ଶନରେ ଉଭୟ ଦଳ ମଧ୍ୟରେ ସମାନତା

୨୦୦୩ରେ ଅଷ୍ଟ୍ରେଲିଆର ଓ ୨୦୨୩ରେ ଭାରତର ପ୍ରଦର୍ଶନରେ ଯଥେଷ୍ଟ ସମାନତା ରହିଛି। ସେତେବେଳେ ଅଷ୍ଟ୍ରେଲିଆ ଯେପରି ଓ ଯେଉଁ ଢଙ୍ଗରେ ଖେଳିଥିଲା ଏଥର ଭାରତ ଠିକ୍‌‌ ସେହିପରି ସମାନ ଢଙ୍ଗରେ ଖେଳ ପ୍ରଦର୍ଶନ କରୁଛି। ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦୁଇ ଦଶନ୍ଧି ପରେ ଉଭୟ ଦଳ ମଧ୍ୟରେ ସମାନ ପ୍ରକାର ପ୍ରଭାବ ଦେଖିବାକୁ ମିଳିଛି। ତେଣୁ ଏହି ଦୃଷ୍ଟିକୋଣରୁ ବିଚାର କଲେ ଭାରତ ଏଥର ବାଜି ମାରି ଚାମ୍ପିଅନ ହେବ ବୋଲି ପ୍ରଶଂସକ ଓ କ୍ରିକେଟ ପଣ୍ଡିତମାନେ ଅନୁମାନ କରୁଛନ୍ତି। ଏବେ କେବଳ ରବିବାରକୁ ଅପେକ୍ଷା।

18 Nov 2023 By The Sakala

https://www.thesakala.in/sports/2003-vs-2023-world-cup-final-fans-spot-uncanny-similarities-as-india-take-on-australia/article-27409
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର