ବିଶ୍ବକପ ବିପର୍ଯ୍ୟୟ ପରେ ସବୁ ଫର୍ମାଟରୁ ପାକିସ୍ତାନର ଅଧିନାୟକ ପଦ ଛାଡିଲେ ବାବର ଆଜମ

The Sakala Picture
Published On

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ୨୦୨୩ରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ଦଳରେ ବଡ଼ ପରିବର୍ତନ ହୋଇଛି। ବାବର ଆଜମ ତିନୋଟି ଫର୍ମାଟରେ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ‘ଏକ୍ସ’ ରେ ସୂଚନା ଦେଇଛନ୍ତି। ସେ ପାକିସ୍ତାନ ଟିମର ଅଧିନାୟକ ଦାୟିତ୍ବ ୨୦୧୯ରୁ ତୁଲାଇ ଆସୁଥିଲେ। ଅଧିନାୟକ ଥିବା ସମୟରେ ଡ଼ିଆରେ ଏବଂ ବାହାରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ମୁଁ କ୍ରିକେଟ୍ ଦୁନିଆରେ ପାକିସ୍ତାନର ଗର୍ବ ବଜାୟ ରଖିବାକୁ ଲକ୍ଷ୍ୟ […]

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ୨୦୨୩ରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ଦଳରେ ବଡ଼ ପରିବର୍ତନ ହୋଇଛି। ବାବର ଆଜମ ତିନୋଟି ଫର୍ମାଟରେ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ‘ଏକ୍ସ’ ରେ ସୂଚନା ଦେଇଛନ୍ତି। ସେ ପାକିସ୍ତାନ ଟିମର ଅଧିନାୟକ ଦାୟିତ୍ବ ୨୦୧୯ରୁ ତୁଲାଇ ଆସୁଥିଲେ। ଅଧିନାୟକ ଥିବା ସମୟରେ ଡ଼ିଆରେ ଏବଂ ବାହାରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ମୁଁ କ୍ରିକେଟ୍ ଦୁନିଆରେ ପାକିସ୍ତାନର ଗର୍ବ ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିଲି ବୋଲି ବାବର ଆଜମ କହିଛନ୍ତି। ଏଥିସହ ପାକିସ୍ତାନ କ୍ରିକେଟ ବୋର୍ଡ ଓ କୋଚଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ଆଇସିସି ଦିନିକିଆ ବ୍ୟାଟର ରାଙ୍କିଙ୍ଗ୍ ରେ ବାବାର ଆଜମ ମଧ୍ୟ ନମ୍ବର ୱାନ ରହିଥିଲେ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏଥର ଭାରତ ଆୟୋଜିତ ବିଶ୍ୱକପ୍‌ରେ ପ୍ରବେଶ କରିଥିଲା। ପାକିସ୍ତାନ ୯ ଟି ମ୍ୟାଚ ମଧ୍ୟରୁ ମାତ୍ର ୪ଟି ଜିତିଥିଲା। ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଥିଲା ପାକିସ୍ତାନ। ବାବର ନିଜେ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ ଅନେକ ପ୍ରଶଂସକ ତାଙ୍କୁ ଜୋରଦାର ସମାଲୋଚନା କରିଥିଲେ। ଫଳରେ ଆଜି ତିନୋଟି ଫର୍ମାଟରେ ପାକିସ୍ତାନ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ତେବେ ସେ କହିଛନ୍ତି ଯେ ସେ ତିନୋଟି ଫର୍ମାଟରେ ଜଣେ ଖେଳାଳି ଭାବରେ ଖେଳିବା ଜାରି ରଖିବେ।

15 Nov 2023 By The Sakala

ବିଶ୍ବକପ ବିପର୍ଯ୍ୟୟ ପରେ ସବୁ ଫର୍ମାଟରୁ ପାକିସ୍ତାନର ଅଧିନାୟକ ପଦ ଛାଡିଲେ ବାବର ଆଜମ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ୨୦୨୩ରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ଦଳରେ ବଡ଼ ପରିବର୍ତନ ହୋଇଛି। ବାବର ଆଜମ ତିନୋଟି ଫର୍ମାଟରେ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ‘ଏକ୍ସ’ ରେ ସୂଚନା ଦେଇଛନ୍ତି। ସେ ପାକିସ୍ତାନ ଟିମର ଅଧିନାୟକ ଦାୟିତ୍ବ ୨୦୧୯ରୁ ତୁଲାଇ ଆସୁଥିଲେ। ଅଧିନାୟକ ଥିବା ସମୟରେ ଡ଼ିଆରେ ଏବଂ ବାହାରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ମୁଁ କ୍ରିକେଟ୍ ଦୁନିଆରେ ପାକିସ୍ତାନର ଗର୍ବ ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିଲି ବୋଲି ବାବର ଆଜମ କହିଛନ୍ତି। ଏଥିସହ ପାକିସ୍ତାନ କ୍ରିକେଟ ବୋର୍ଡ ଓ କୋଚଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ଆଇସିସି ଦିନିକିଆ ବ୍ୟାଟର ରାଙ୍କିଙ୍ଗ୍ ରେ ବାବାର ଆଜମ ମଧ୍ୟ ନମ୍ବର ୱାନ ରହିଥିଲେ।

ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏଥର ଭାରତ ଆୟୋଜିତ ବିଶ୍ୱକପ୍‌ରେ ପ୍ରବେଶ କରିଥିଲା। ପାକିସ୍ତାନ ୯ ଟି ମ୍ୟାଚ ମଧ୍ୟରୁ ମାତ୍ର ୪ଟି ଜିତିଥିଲା। ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଥିଲା ପାକିସ୍ତାନ। ବାବର ନିଜେ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ ଅନେକ ପ୍ରଶଂସକ ତାଙ୍କୁ ଜୋରଦାର ସମାଲୋଚନା କରିଥିଲେ। ଫଳରେ ଆଜି ତିନୋଟି ଫର୍ମାଟରେ ପାକିସ୍ତାନ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ତେବେ ସେ କହିଛନ୍ତି ଯେ ସେ ତିନୋଟି ଫର୍ମାଟରେ ଜଣେ ଖେଳାଳି ଭାବରେ ଖେଳିବା ଜାରି ରଖିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର