ଆଇସିସି ବିଶ୍ବକପ: ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ, ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

The Sakala Picture
Published On

ଲକ୍ଷ୍ନୌ: ବିଶ୍ୱକପ୍‌‌ରେ ଭାରତ ତା’ର ଷଷ୍ଠ ଲିଗ୍‌‌ ମ୍ୟାଚ୍‌‌ରେ ଆଜି ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ସ୍ଥାନୀୟ ଏକନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ଜିତି ଭାରତ କ୍ରମାଗତ ଷଷ୍ଠ ବିଜୟ ହାସଲ କରିବା ସହ ସେମିଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି। ବିଜୟୀ ହେଲେ ଭାରତ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ସହ ତା’ର ସେମି ଆଶା ଆହୁରି ଦୃଢ ହେବ। ଭାରତ ବୋଲିଂ, ବ୍ୟାଟିଂରେ ଦମ୍‌‌ଦାର ପ୍ରଦର୍ଶନ କରିଥିବାରୁ ବିଜୟଧାରା ବଜାୟ ରଖିବ ବୋଲି […]

ଲକ୍ଷ୍ନୌ: ବିଶ୍ୱକପ୍‌‌ରେ ଭାରତ ତା’ର ଷଷ୍ଠ ଲିଗ୍‌‌ ମ୍ୟାଚ୍‌‌ରେ ଆଜି ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ସ୍ଥାନୀୟ ଏକନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ଜିତି ଭାରତ କ୍ରମାଗତ ଷଷ୍ଠ ବିଜୟ ହାସଲ କରିବା ସହ ସେମିଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି। ବିଜୟୀ ହେଲେ ଭାରତ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ସହ ତା’ର ସେମି ଆଶା ଆହୁରି ଦୃଢ ହେବ। ଭାରତ ବୋଲିଂ, ବ୍ୟାଟିଂରେ ଦମ୍‌‌ଦାର ପ୍ରଦର୍ଶନ କରିଥିବାରୁ ବିଜୟଧାରା ବଜାୟ ରଖିବ ବୋଲି ଆଶା ରଖିଛି। ଅବଶ୍ୟ ଏଥିଲାଗି ଫିଲ୍ଡିଂରେ ଭାରତକୁ ତ୍ରୁଟି ସୁଧାରିବାକୁ ହେବ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଯଶପ୍ରୀତ ବୁମ୍‌‌ରାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଓ ମହମ୍ମଦ ସାମିଙ୍କ ଦମ୍‌‌ଦାର ପ୍ରତ୍ୟାବର୍ତ୍ତନ, ସ୍ପିନର କୁଲଦୀପ ଯାଦବଙ୍କ ଯାଦୁ ବଳରେ ଭାରତୀୟ ବୋଲିଂ ବିଭାଗ ଆହୁରି ସାଣିତ ହୋଇଛି। ବ୍ୟାଟିଂରେ ପ୍ରାୟ ସବୁ ଭାରତୀୟ ବ୍ୟାଟର ଲୟରେ ଥିବା ପରି ମନେ ହେଉଛନ୍ତି। ସୁପରଷ୍ଟାର ବିରାଟ କୋହଲି, ଯୁବ ଓପନର ଶୁବମାନ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅଧିନାୟକ ରୋହିତ ଶର୍ମା ପୁଣିଥରେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇବା ଆଶା କରାଯାଉଛି। ଅପରକ୍ଷରେ କ୍ରମାଗତ କେତୋଟି ପରାଜୟ ଇଂଲଣ୍ଡର ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଛି। ଇଂଲଣ୍ଡ ଆଶାନୁରୂପ ପ୍ରଦର୍ଶନ କରି ନପାରି ୫ଟି ମ୍ୟାଚ୍‌‌ ଖେଳି ଗୋଟିଏ ବିଜୟ ଓ ୪ ପରାଜୟ ସହ ୨ ପଏଣ୍ଟ ପାଇଁ ତାଲିକାର ସର୍ବନିମ୍ନ ୧୦ମ ସ୍ଥାନରେ ରହିଛି। ତେଣୁ ସେମିଫାଇନାଲରେ ଦୌଡ଼ରେ ବଜାୟ ରହିବାକୁ ହେଲେ ଇଂଲଣ୍ଡ ଏବେ କର ବା ମର ସ୍ଥିତିରେ ପଡ଼ିଛି। ନେଟ ରନ୍‌‌ରେଟନ୍‌‌ରେ ଉନ୍ନତି ଆଣିବା ପାଇଁ ଇଂଲଣ୍ଡକୁ ବୃହତ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଭାରତ ଦଳରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ପିଚ୍‌‌ ବୋଲରଙ୍କୁ ସୁହାଇବ
ଏକନା ଷ୍ଟାଡିୟମର ଏହି ପିଚ୍‌‌ ବୋଲରଙ୍କୁ ସୁହାଇବା ବୋଲି ଅନୁମାନ କରାଯାଉଛି। ଏଠାରେ ଖେଳାଯାଇଥିବା ଗତ ୧୦ଟି ମ୍ୟାଚ୍‌‌ରେ ପ୍ରଥମ ଇନିଂସର ହାରାହାରି ସ୍କୋର ୨୬୨ ରହିଛି। ଏଠାରେ ଏପର୍ଯ୍ୟନ୍ତ ଚଳିତ ବିଶ୍ୱକପ୍‌‌ର ୩ଟି ମ୍ୟାଚ୍‌‌ ଖେଳାଯାଇଛି ଓ ୩୧୧/୭ ଉଚ୍ଚତମ ଏବଂ ୧୭୭/୧୦ ନିମ୍ନତମ ସ୍କୋର ରହିଛି। ଉଭୟ ଦ୍ରୁତ ଓ ସ୍ପିନ ବୋଲର ଏଠାରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ରବିବାର ପାଗ ସଫା ରହିବ। କାକାର ସମସ୍ୟା ଥିବାରୁ ଟସ୍‌‌ ବିଜୟୀ ଦଳ ଫିଲ୍ଡିଂ କରିବାକୁ ପସନ୍ଦ କରିବ।

ଉଭୟ ଦଳ ପରସ୍ପରକୁ ୧୦୬ଟି ମ୍ୟାଚ୍‌‌ରେ ଭେଟିଛନ୍ତି। ଭାରତ ୫୭ ଓ ଇଂଲଣ୍ଡ ୪୪ଟି ମ୍ୟାଚ୍‌‌ରେ ବିଜୟୀ ହୋଇଛନ୍ତି। ୨ଟି ମ୍ୟାଚ୍‌‌ ଟାଇ ରହିଥିବା ବେଳେ ୩ଟି ମ୍ୟାଚ୍‌‌ ବିନା ଫଳାଫଳରେ ଶେଷ ହୋଇଛି। ଗତ ୫ଟି ମୁକାବିଲାରେ ଭାରତ ୩ ଓ ଇଂଲଣ୍ଡ ୨ଟିରେ ବିଜୟୀ ହୋଇଛି। ବିଶ୍ୱକପ୍‌‌ରେ ଭାରତ ଓ ଇଂଲଣ୍ଡ ଏପର୍ଯ୍ୟନ୍ତ ପରସ୍ପରକୁ ୮ଥର ଭେଟିଛନ୍ତି। ଏଥିରେ ଇଂଲଣ୍ଡ ୪ ଓ ଭାରତ ୩ଟି ମ୍ୟାଚ୍‌‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌‌ ଟାଇ ବା ଡ୍ର ରହିଥିଲା। ମୋଟାମୋଟି ଉପରେ ପ୍ରଶଂସକମାନେ ରବିବାର ଏକ ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ମ୍ୟାଚ୍‌‌ ଦେଖିବେ।

ଭାରତ: ରୋହିତ୍‌‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ଲୋକେଶ ରାହୁଲ, ଇଶାନ କିଶାନ, ଯଶପ୍ରୀତ୍‌‌ ବୁମ୍‌‌ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।

ଇଂଲଣ୍ଡ: ଜୋଶ ବଟଲର୍‌‌ (ଅଧିନାୟକ), ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ସାମ୍‌‌ କୁରାନ, ଡେଭିଡ୍‌‌ ୱିଲୀ, କ୍ରିସ୍‌‌ ୱକ୍ସ, ଜନ୍ନୀ ବେୟାରଷ୍ଟୋ, ଗସ୍‌‌ ଆଟକିନସନ, ଆଦିଲ ରଶିଦ, ରିସି ଟୋପଲେ ଓ ମାର୍କ ଉଡ୍‌‌।

29 Oct 2023 By The Sakala

https://www.thesakala.in/sports/icc-world-cup-2023-india-vs-england-match-today/article-26797
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର