ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଉତ୍ସାହିତ ପ୍ରଶଂସକଙ୍କ ପାଇଁ ଖରାପ ଖବର, ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବାଧକ ସାଜିପାରେ ବର୍ଷା

The Sakala Picture
Published On

ଅହମ୍ମଦାବାଦ୍‌‌ : ଆସନ୍ତାକାଲି ଅର୍ଥାତ ଶନିବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍‌‌ ଖେଳାଯିବ। ଚଳିତ ୨୦୨୩ ବିଶ୍ବକପ୍‌ରେ ଉଭୟ ଦଳ ଦମ୍‌ଦାର ଫର୍ମରେ ରହିଛନ୍ତି। ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବିଶ୍ବକପ୍‌ରେ ଦୁଇଟି ଲେଖାଏଁ ମ୍ୟାଚ ଖେଳି ବିଜୟ ହାସଲ କରିସାରିଛନ୍ତି। ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ଭାରତ ଜିତିଛି। ଏଥି ସହିତ ପାକିସ୍ତାନ ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବର୍ତ୍ତମାନ ରୋହିତ […]

ଅହମ୍ମଦାବାଦ୍‌‌ : ଆସନ୍ତାକାଲି ଅର୍ଥାତ ଶନିବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍‌‌ ଖେଳାଯିବ। ଚଳିତ ୨୦୨୩ ବିଶ୍ବକପ୍‌ରେ ଉଭୟ ଦଳ ଦମ୍‌ଦାର ଫର୍ମରେ ରହିଛନ୍ତି। ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବିଶ୍ବକପ୍‌ରେ ଦୁଇଟି ଲେଖାଏଁ ମ୍ୟାଚ ଖେଳି ବିଜୟ ହାସଲ କରିସାରିଛନ୍ତି। ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ଭାରତ ଜିତିଛି। ଏଥି ସହିତ ପାକିସ୍ତାନ ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବର୍ତ୍ତମାନ ରୋହିତ ଶର୍ମା ଏବଂ ବାବର ଆଜାମ ବିଜୟର ହ୍ୟାଟ୍ରିକ୍ ହାସଲ କରି ପଏଣ୍ଟ ଟେବୁଲରେ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ପାକିସ୍ତାନ ବିପକ୍ଷରେ ଭାରତର ବିଶ୍ୱକପ ରେକର୍ଡ ସଂପୂର୍ଣ୍ଣ ଏକତରଫା ରହିଛି। ଦିନିକିଆ ବିଶ୍ୱକପରେ ଭାରତ କେବେ ହେଲେ ପାକିସ୍ତାନ ଠାରୁ ହାରି ନାହିଁ। ଭାରତ ସପକ୍ଷରେ ରେକର୍ଡ ୭-୦ରେ ରହିଛି।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଅନ୍ୟପଟେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌କୁ ନେଇ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ବିଶ୍ବ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ କୌଣସି ବିଶ୍ବକପ୍‌ ଫାଇନାଲଠୁ କମ୍‌ ରୋମାଞ୍ଚକର ନୁହେଁ। ଏଥି ସହିତ ଅହମ୍ମଦାବାଦ୍‌‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକଙ୍କ ସାମ୍ନାରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ପାଣିପାଗ ବିଭାଗ ଦେଇଛି ଖରାପ ଖବର। ପାଣିପାଗ ବିଭାଗ ସୂଚନା ଅନୁସାରେ କାଲି ମ୍ୟାଚରେ ବର୍ଷା ବାଧକ ସାଜିପାରେ। ଶୁକ୍ରବାର ଓ ଶନିବାର ଅହମ୍ମଦାବାଦ ସମେତ ମଧ୍ୟ ଓ ଉତ୍ତର ଗୁଜରାଟରେ କିଛି ଜିଲ୍ଲାରେ ହାଲ୍‌‌କା ବର୍ଷାର ସମ୍ଭାବନା ଅଛି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଅହମ୍ମଦାବାଦ୍‌‌ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୫ ଦିନ ଯାଏ ଗୁଜରାଟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଅକ୍ଟୋବର ୧୪ରେ ଅହମଦାବାଦର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି। ପୂରା ଆକାଶ ମେଘାଚ୍ଛନ୍ନ ରହିବ। ଦିନକ ପରେ ଅହମଦାବାଦ ଓ ବାଂଶକଣ୍ଠା, ସବରକଣ୍ଠା ଓ ଆରାଭଲ୍ଲିରେ ହାଲୁକା ଧରଣର ବର୍ଷା ହୋଇପାରେ। ଶନିବାର ଅହମଦାବାଦରେ କଳା ବାଦଲ ଦେଖାଯିବ ଓ ମ୍ୟାଚ୍‌ ବେଳେ ହାଲୁକା ବର୍ଷା ମଧ୍ୟ ହୋଇପାରେ। ଯାହା କ୍ରିକେଟ ପ୍ରଶଂସକଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

ଯଦି ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ ତେବେ କଣ ହେବ?

ଯଦି ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ ତେବେ ଭାରତ ଏବଂ ପାକିସ୍ତାନ ଗୋଟିଏ ଲେଖାଏଁ ପଏଣ୍ଟ ପାଇବେ। ଏହି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ । ଟୁର୍ନାମେଣ୍ଟର ନକ୍ଆଉଟ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ଅଛି। ହେଲେ ପ୍ରଶଂସକମାନେ ଚାହାଁନ୍ତି ଯେ ଏପରି ପରିସ୍ଥିତି ନ ହଉ ଏବଂ ସେମାନେ ପୁରା ମ୍ୟାଚ୍ ଦେଖନ୍ତୁ।

ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କୁ ଝୁମାଇବେ ଅରିଜିତ୍, ଶଙ୍କର ମହାଦେବନ୍

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶନିବାର ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିସିସିଆଇ ସ୍ବତନ୍ତ୍ର ପ୍ରସ୍ତୁତି କରିଛି । ବିଶ୍ୱକପ୍ ୨୦୨୩ ପୂର୍ବରୁ କୌଣସି ଉଦଘାଟନୀ ଉତ୍ସବ ହୋଇନଥିଲା । ଏଥିପାଇଁ ବିସିସିଆଇ ସମାଲୋଚିତ ହୋଇଥିଲା । ତେବେ ଭାରତ-ପାକିସ୍ତାନ ହାଇ ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦେଶର ତିନି ବଡ଼ ମ୍ୟୁଜିକାଲ ସୁପରଷ୍ଟାର ଅରିଜିତ ସିଂ, ଶଙ୍କର ମହାଦେବନ ଓ ସୁଖବିନ୍ଦର ସିଂ ନିଜ ସଂଗୀତର ଯାଦୁରେ ଦର୍ଶକଙ୍କୁ ଆମୋଦିତ କରିବେ । ଏନେଇ ବିସିସିଆଇ ମଧ୍ୟ ସୋସିଆଲ ମିଡ଼ିଆରେ ନିଶ୍ଚିତ କରିଛି।  ଭାରତ-ପାକିସ୍ତାନ ମ୍ୟାଚ୍ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଏଥିପାଇଁ ଟସ୍ ୧.୩୦ରେ ପଡ଼ିବ । ଟସ୍‌ର ଏକ ଘଣ୍ଟା ପୂର୍ବରୁ ଏହି ମ୍ୟୁଜିକାଲ ଇଭେଣ୍ଟ ୧୨.୩୦ରୁ ଆରମ୍ଭ ହେବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନେହା କକ୍କର ଏବଂ ସୁନୀଧି ଚୌହାନ ମଧ୍ୟ ସଂଗୀତ ପରିବେଷଣ କରିବେ ବୋଲି କିଛି ମିଡ଼ିଆ ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ଇନିଂସ ବିରତି ସମୟରେ ମଧ୍ୟ ୧୦ ମିନିଟର ଏକ ସଂଗୀତ ଶୋ’ ହେବ ।

ପ୍ରାୟ ୭ ବର୍ଷ ପରେ ଭାରତୀୟ ମାଟିରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଏହା ପୂର୍ବରୁ ଶେଷ ଥର ଉଭୟ ଦଳ ୨୦୧୬ ଟି-୨୦ ବିଶ୍ୱକପରେ କୋଲକାତାରେ ମୁହାଁମୁହିଁ ହୋଇଥିଲେ । ଚଳିତ ଦିନିକିଆ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ପାକ୍ ଦଳର କୌଣସି ଖେଳାଳି ସେହି ମ୍ୟାଚର ଅଂଶବିଶେଷ ନଥିଲେ ।

13 Oct 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର