ମନୋରଞ୍ଜନ
ଓଡ଼ିଶା
ଏସୀୟ କ୍ରୀଡ଼ା: ପୁରୁଷ ତୀରନ୍ଦାଜୀରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ
ହାଙ୍ଗଝୋ: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ମହିଳାଙ୍କ ପରେ ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ଅଭିଷେକ, ଓଜସ୍ ଏବଂ ପ୍ରଥମେଶଙ୍କ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ସହ କୋରିଆକୁ ୨୩୫-୨୩୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ୨୧ତମ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଭାରତ ଏ ପର୍ଯ୍ୟନ୍ତ ମୋଟ […]
ହାଙ୍ଗଝୋ: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ମହିଳାଙ୍କ ପରେ ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ଅଭିଷେକ, ଓଜସ୍ ଏବଂ ପ୍ରଥମେଶଙ୍କ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ସହ କୋରିଆକୁ ୨୩୫-୨୩୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ୨୧ତମ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଭାରତ ଏ ପର୍ଯ୍ୟନ୍ତ ମୋଟ ୮୪ଟି ପଦକ ଜିତିସାରିଲାଣି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ପଦକ ଅଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ଆଜି ୩ଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସ୍କ୍ଵାସ୍ର ମିକ୍ସଡ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିବା ବେଳେ ତୀରନ୍ଦାଜୀରେ ମହିଳା କମ୍ପାଉଣ୍ଡ୍ ଟିମ୍କୁ ସ୍ୱର୍ଣ୍ଣ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ମେଡାଲ ଜିତିଛନ୍ତି। ଚୀନର ହାଙ୍ଗଝୌଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।






